ଆଜିର ରାଶିଫଳ, 14 ଫେବୃୟାରୀ 2020, ଶୁକ୍ରବାର, ଆଜିଠୁ ହେବ ମହା ସଂଯୋଗ ଏହି ୩ଟି ରାଶିର ଭାଗ୍ୟ ଚମକି ଉଠିବ

ସାଧାରଣତଃ ରାଶି ଗୁଡିକର ଆମ ଜୀବନରେ ବହୁତ ମହତ୍ଵ ରହିଛି । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କର ପ୍ରଭାବ ପଡିଥାଏ । ଯାହାଫଳରେ ମଣିଷ ଜୀବନରେ ବହୁତ ପ୍ରଭାବ ପଡିଥାଏ । ସେଥିପାଇଁ ମଣିଷ ଜୀବନରେ ଦୁଖ ଓ ସୁଖର ସମୟ ପରିବର୍ତ୍ତନ ହୋଇଯାଇଥାଏ । ହେଲେ ଏହି ରାଶି ମାନଙ୍କ ଦ୍ଵାରା ଆପଣ ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ । ଆଜି ମା ସନ୍ତୋଷୀଙ୍କ କୃପା କିଛି ରାଶି ମାନଙ୍କ ଉପରେ ରହିବ । ସେମାନଙ୍କର ସବୁ ମନୋକମନା ପୂର୍ଣ୍ଣ ହେବା ସହିତ ଆର୍ଥିକ ସ୍ଥିତି ମଝବୁତ ହେବ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି-

ଆଜି ଆପଣଙ୍କ କ୍ରୋଧ ଓ ସଂଯମତାରେ ନିୟନ୍ତ୍ରଣ ରହିବ । ଆଜି ଆପଣଙ୍କ ରୋଗ ପଛରେ ଧନ ଖର୍ଚ ହେବାର ସମ୍ଭାବନା ଅଛି । ଆପଣଙ୍କୁ ଆପଣଙ୍କ ବ୍ୟାପାରରେ ଧନ ଲାଭ ହେବ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ବହୁତ ଭଲ ପଦର୍ଶନ କରିବେ । ହେଲେ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ସମୟ ଦେବେ ନାହିଁ । ଧ୍ୟାନ ରଖନ୍ତୁ ଆପଣଙ୍କ ପରିବାର ଉପରେ କୌଣସି ନକରାତ୍ମକ ପ୍ରଭାବ ଯେମିତି ନପଡୁ ।

ବୃଷ ରାଶି-

ଆଜି ଆପଣ ମାନସିକ ଦ୍ରୁଷ୍ଟିରୁ ପ୍ରସନ୍ନ ହେବେ । ଭୁଲ ଦିଗକୁ ନେଇଯାଉଥିବା ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ବାହାନ ଆଦି ଚାଳନରେ ସତର୍କତା ଅବଲମ୍ବନ କରନ୍ତୁ । କୌଣସି ସ୍ଥାନରେ ନିବେଶ କରନ୍ତୁ ନାହିଁ । ବ୍ୟାପାରରେ ଲାଭ ହେବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ।

ମିଥୁନ ରାଶି-

ଆଜି ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣ ଊର୍ଜାରେ ଭରପୁର ରହିବେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ଆପଣଙ୍କ ମନକୁ ବିଚଳିତ କରିପାରେ । ବାହାନ ଆଦି ଚାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ବଢିପାରେ । ଆଜି ଆପଣ ଅଧିକ ଚିନ୍ତା କରିବାରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି ।

କର୍କଟ ରାଶି-

ଆଜି ଆପଣଙ୍କୁ ନିଜ ବୈଧିକ କାର୍ଯ୍ୟରେ ଧନ ଅର୍ଜନ ହେବ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ହେବ । ଆଜି ଆପଣ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରିପାରନ୍ତି, ଏହା ଆପଣ ପାଇଁ ଲାଭଦାୟକ ରହିବ । ହେଲେ ନିଜ କାର୍ଯ୍ୟ ପାଇଁ ଶରୀରକୁ ଅଧିକ କଷ୍ଟ ଦିଅନ୍ତୁ ନାହିଁ । କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଘର ପରିବାରରେ ସମୃଦ୍ଧି ହେବ ଓ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ଅଛି ।

ସିଂହ ରାଶି-

ଆଜିର ଦିନରେ ଆପଣ କୌଣସି ଜନକଲ୍ୟାଣକାରୀ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଆପଣଙ୍କ ବ୍ୟାପାର ଓ ବ୍ୟବସାୟରେ ଅନୁକୂଳ ପରିସ୍ଥିତି ହେବ । ବିରୋଧୀ ଲୋକ ଆପଣଙ୍କ ସାମ୍ନାରେ ନତମସ୍ତକ କରିବେ । ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କ ଅଟକି ଯାଇଥିବା କୌଣସି କାର୍ଯ୍ୟ ଆଜି ପୂରଣ ହେବ । ଆର୍ଥିକ ସ୍ଥିତିକୁ ମଝବୁତ କରିବା ପାଇଁ ଆପଣ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ ଓ ଏହା ସହିତ ଗରିବ କନ୍ୟା ମାନଙ୍କୁ ଖାଦ୍ଯ ଦିଅନ୍ତୁ ।

କନ୍ୟା ରାଶି-

ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଧନର ଲାଭ ହେବ । ମିତ୍ର ମାନଙ୍କ ତରଫରୁ କୌଣସି ଖୁସି ଖବର ମିଳିବ । ଶିକ୍ଷାରେ ବୃଦ୍ଧି ହେବ । ଅଫିସରେ କାର୍ଯ୍ୟ କରିବାର ଦବାବ ଅଧିକ ରହିବ । ହେଲେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପଦର୍ଶନ ଭଲ ରହିବ । କଷ୍ଟ କରୁଥିବା ଲୋକମାନଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି ।

ତୁଳା ରାଶି-

ଆଜି ଆପଣ ଅଳସୁଆ, ଥକାପଣ ଓ ମାନସିକ ଦୁଶ୍ଚିନ୍ତା ଆଦି ଅନୁଭବ କରିବେ । ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କୁ ନିଜ ପ୍ରୟାସରେ ସଫଳତା ମିଳିବ । ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଅଧିକ କାର୍ଯ୍ୟ କରିବାରୁ ବଞ୍ଚତୁ । କାରଣ ଏହାଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କୁ କୌଣସି ନିର୍ଣ୍ଣୟ ଭାବି ଚିନ୍ତି ନେବାକୁ ହେବ ।

ବିଛା ରାଶି-

ଆଜି ଆପଣଙ୍କ ବ୍ୟବସାୟକ ସ୍ଥାନରେ କାର୍ଯ୍ୟଭାର ବଢିବ । ବ୍ୟାପାର ଆଦିରେ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜ କାର୍ଯ୍ୟକୁ ସମୟ କ୍ରମେ ଶେଷ କରିବେ । ଯାନବାହାନ ଚାଳନରେ ସତର୍କତା ଅବଲମ୍ବନ କରନ୍ତୁ । କାରଣ ଏହା ଦ୍ଵାରା ଆପଣଙ୍କୁ ଆଘାତ ଆସିପାରେ ।

ଧନୁ ରାଶି-

ଆଜିର ଦିନ ଆପଣମାନଙ୍କ ପାଇଁ ବିଶେଷ ରୂପରେ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଭଲ ପଦର୍ଶନ ରହିବ । ଆପଣଙ୍କ କୌଣସି ଅଧୁରା କାମ ଆଜି ପୂରଣ ହୋଇପାରେ ଓ ଆପଣ କୌଣସି ସ୍ଥାନକୁ କାର୍ଯ୍ୟ ପାଇଁ ଯାତ୍ରା କରିପାରନ୍ତି ।

ମକର ରାଶି-

ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଭଲ ଯୋଗ ରହିଛି । ନିଜ ମିତ୍ର ମାନଙ୍କ ସହ ଆଜି ଆପଣ ବାରତାଳପ କରିପାରନ୍ତି । ପ୍ରେମ ଜୀବନ ସୁଖମୟ ରହିବ । ହେଲେ ଘରପରିବାରରେ କୌଣସି ବାଦବିବାଦ ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ଅଛି ।

କୁମ୍ଭ ରାଶି-

ଆଜି ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିପାରେ । ଆକସ୍ମିକ ଧନ ଲାଭ ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ପୁରୁଣା ମିତ୍ର ମାନଙ୍କ ସହ ଦେଖା ହେବାର ସମ୍ଭାବନା ଅଛି । ସନ୍ତାନ ତରଫରୁ ସମସ୍ଯା ଆପଣଙ୍କୁ ଚିନ୍ତା ଗ୍ରସ୍ତ କରିପାରେ ଓ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ ।

ମୀନ ରାଶି-

ଆଜି ଆପଣମାନଙ୍କୁ ଧନ ସମ୍ପତ୍ତି ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ । ଯଦି ଆପଣଙ୍କ କିଛି କାର୍ଯ୍ୟ ଅଧୁରା ରହିଛି, ଆଜି ସେହି କାର୍ଯ୍ୟ ପୁଅର୍ନ ହେବାର ପୁରା ସମ୍ଭାବନା ରହିଛି । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଅଧିକ କଷ୍ଟ କରିବାକୁ ହେବ ଓ ପାଠ ପଢାରେ ଅଧିକ ଧ୍ୟାନ ଦେବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।