୨୩ ଜୁଲାଇରୁ ଶୁକ୍ର କରିବେ କର୍କଟ ରାଶିରେ ଗୋଚର, କଣ ରହିବ ଆପଣଙ୍କ ଜୀବନ ଉପରେ ପ୍ରଭାବ, ଜାଣନ୍ତୁ ନିଜର ରାଶି ଅନୁସାରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଗତି ସର୍ବଦା ପରିବର୍ତ୍ତନ ହେଉଥାଏ, ଯେଉଁ କାରଣରୁ ସମସ୍ତ ୧୨ ଟି ରାଶି ପ୍ରଭାବିତ ହୋଇଥାନ୍ତି । ସମସ୍ତ ଗ୍ରହମାନଙ୍କର ନିଜ ନିଜର ମହତ୍ଵ ନିଶ୍ଚିତ ଅଛି, ଯଦି କୌଣସି ଗ୍ରହ ନିଜର ରାଶି ବଦଳାଇ ଅନ୍ୟ ଏକ ରାଶିରେ ପ୍ରବେଶ କରିଥାଏ, ତେବେ ଏହା ଦ୍ଵାରା ସମସ୍ତ ବ୍ୟକ୍ତିମାନଙ୍କର ଜୀବନ ଉପରେ କିଛି ନା କିଛି ନିଶ୍ଚିତ ପ୍ରଭାବ ପଡିଥାଏ ।

ଆପଣଙ୍କୁ କହିଦେଉଛୁ କି ଶୁକ୍ର ୨୩ ଜୁଲାଇ ୨୦୧୯ ରେ କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଆପଣଙ୍କୁ କହିଦେଉଛୁ କି ଯେଉଁ ବ୍ୟକ୍ତିଙ୍କୁ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ସେଥିରେ ଶୁକ୍ରଙ୍କର ବହୁତ ବଡ ଯୋଗଦାନ ଥାଏ । ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ ଶୁକ୍ରଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନ ଉପରେ କଣ କଣ ପ୍ରଭାବ ପଡିବ ତାହା ବିଷୟରେ ସୂଚନା ଦେବୁ ।

ଆସନ୍ତୁ ଜାଣିବା ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିମାନଙ୍କର ଆସିବ ଶୁଭ ସମୟ

ବୃଷ ରାଶି

ବୃଷ ରାଶି ଲୋକମାନେ ଶୁକ୍ରଙ୍କର ରାଶି ପରିବର୍ତ୍ତନ କାରଣରୁ ଛୋଟ ମୋଟ ଯାତ୍ରା କରି ପାରନ୍ତି । ବନ୍ଧୁ ଓ ପ୍ରିୟଜନମାନେ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଘର ପରିବାରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ । ଛାତ୍ର – ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ଇଣ୍ଟରଭ୍ୟୁରେ ସନ୍ତୁଷ୍ଟ ହେବେ । ବ୍ୟବସାୟରେ ବନ୍ଧୁମାନେ ସାହାର୍ଯ୍ୟ କରି ପାରନ୍ତି ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କ ପାଇଁ ଶୁକ୍ରଙ୍କର ଏହି ପରିବର୍ତ୍ତନ ଦ୍ଵାରା ଭଲ ସମୟ ଆସିବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଯୁବକ ଯୁବତୀମାନେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିବ। ପିତା-ମାତାଙ୍କ ଠାରୁ ସହଯୋଗ ପ୍ରାପ୍ତି ହେବ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କୁ ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ କାରଣରୁ ଭୌତିକ ସୁଖ – ସୁବିଧା ପ୍ରାପ୍ତି ହେବ । ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ହେବା ଫଳରେ ଲାଭବାନ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମଜୀବିମାନେ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ପରୀକ୍ଷା, ପ୍ରତିଯୋଗିତା ଓ ଇଣ୍ଟରଭ୍ୟୁରେ ବିଜୟୀ ହେବେ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ପାଇଁ ଶୁକ୍ରଙ୍କର ଏହି ପରିବର୍ତ୍ତନ ଭଲ ପ୍ରମାଣିତ ହେବ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ । ସହକର୍ମୀମାନଙ୍କର ସମର୍ଥନ ଓ ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତି ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ।

ମକର ରାଶି

ମକର ରାଶିର ଲୋକମାନଙ୍କ ପାଇଁ ଏହି ପରିବର୍ତ୍ତନ ସଫଳତା ପୂର୍ଣ ରହିବ । କିଛି ଲୋକମାନଙ୍କର କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ । ସାମୁହିକ କାର୍ଯ୍ୟ କିମ୍ବା ଜନ କଲ୍ୟାଣକର କାର୍ଯ୍ୟରେ ମନବୃତି ରଖିବେ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେକ ସମସ୍ୟା ସମାଧାନ ହୋଇଯିବ । ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ, କୀର୍ତ୍ତୀ ପ୍ରତିଷ୍ଠାରେ ବୃଦ୍ଧି ହେବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କୁ ଶୁକ୍ରର ଏହି ରାଶି ପରିବର୍ତ୍ତନ କାରଣରୁ ପରିଶ୍ରମର ଫଳ ନିଶ୍ଚିତ ପ୍ରାପ୍ତ ହେବ । ଆପଣଙ୍କୁ ଆପଣଙ୍କର କାମକାର୍ଯ୍ୟରେ ମନ ମୁତାବିକ ସଫଳତା ହାସଲ ହେବ । ଆପଣଙ୍କୁ ଆପଣଙ୍କର ଛବି ସୁଧାରିବା ପାଇଁ ଅବସର ମିଳିବ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଶାରୀରିକ କଷ୍ଟ ଦୂର ହେବ ।

ଆସନ୍ତୁ ଜାଣିବା ବାକି ରାଶି ଗୁଡିକର କେମିତି ରହିବ ସମୟ

ମେଷ ରାଶି

ମେଷ ରାଶିର ଲୋକମାନଙ୍କର ଶୁକ୍ରର ଏହି ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ବହୁତ ଚେଞ୍ଜେସ ଦେଖିବାକୁ ମିଳିବ । ଘର ପରିବାରର କୌଣସି ସଦସ୍ୟ ସହ ଝଗଡା ହୋଇପାରେ । ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ନିଜର କାମ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡିବ । କୌଣସି ବି ପ୍ରକାରର ମହତ୍ୱପୂର୍ଣ ପଦକ୍ଷେପ ଉଠାଇବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ । ଆପଣ ନିଜ ଜୀବନସାଥୀ ସହ ଭଲ ସମୟ ବ୍ୟତୀତ କରିବେ ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କୁ ଶୁକ୍ରର ଏହି ପରିବର୍ତ୍ତନ କାରଣରୁ ଆପଣ ବହୁତ ଖର୍ଚିତ ହେବେ । ସେଥିପାଇଁ ଅଧିକ ଖର୍ଚ କରିବା ଠାରୁ ବଞ୍ଚନ୍ତୁ । ନିଜ ରାଗକୁ କାବୁ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ବିଲକୁଲ ନଜରଅନ୍ଦାଜ କରନ୍ତୁ ନାହିଁ । କୌଣସି ପୁରୁଣା ରୋଗ ପାଇଁ ଆପଣ ଚିନ୍ତିତ ରହି ପାରନ୍ତି । କାହା ସହିତ ଝଗଡା କରନ୍ତୁ ନାହିଁ ।

ତୁଳା ରାଶି

ତୁଳା ରାଶିର ଲୋକମାନଙ୍କୁ ଶୁକ୍ରଙ୍କର ଏହି ପରିବର୍ତ୍ତନ କାରଣରୁ ସତର୍କ ହୋଇଯିବା ଉଚିତ । ଆପଣ ନିଜର ସମସ୍ତ କାର୍ଯ୍ୟକୁ ଠିକ ପ୍ରକାରରେ କରିବେ ଅନ୍ୟଥା ଆପଣଙ୍କର କାର୍ଯ୍ୟଟି ଖରାପ ବି ହୋଇଯାଇ ପାରେ । ଆପଣ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ଦରକାର ଠାରୁ ଅଧିକ କହିବା ଆପଣଙ୍କ ଉପରେ ଭାରି ପଡିପାରେ ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କ ପାଇଁ ଶୁକ୍ରର ଏହି ପରିବର୍ତ୍ତନ ସେହିଭଳି ମିଶାମିଶି ଭଲ ରହିବ । ଆପଣଙ୍କର ବୈବାହିକ ଜୀବନ ଭଲ ବ୍ୟତିତ ହେବ । କାରୋବାର ସମ୍ବନ୍ଧିତ କୌଣସି ଦୂର ଜାଗାକୁ ଯାଇ ପାରନ୍ତି । ପ୍ରେମିକମାନଙ୍କ ପାଇଁ ଏହି ସମୟ ସେହିଭଳି କିଛି ଖାସ ରହିବ ନାହିଁ । ଛାତ୍ରମାନଙ୍କୁ ନିଜ ଶିକ୍ଷା ଉପରେ ଧ୍ୟାନ ଦେବା ଉଚିତ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କ ପାଇଁ ଶୁକ୍ରର ଏହି ପରିବର୍ତ୍ତନ କଷ୍ଟଦାୟକ ରହିବ । ଏହି ରାଶିର ଲୋକମାନେ ଶାରୀରିକ ସମସ୍ୟାରେ ଘେରି ରହିବେ । ସେଥିପାଇଁ ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । ଆପଣଙ୍କର ମନ କାମ କାର୍ଯ୍ୟରେ ଲାଗିବ ନାହିଁ । ମାନସିକ ଚିନ୍ତା ବଢିଯିବ । ଆପଣ ନିଜକୁ ଏକେଲା ଅନୁଭବ କରିବେ ।

ମୀନ ରାଶି

ମୀନ ରାଶି ବାଲା ଲୋକମାନେ ଶୁକ୍ରଙ୍କର ଏହି ପରିବର୍ତ୍ତନ ମାଧ୍ୟମରେ ଫଳଦାୟ ରହିବେ । ଆପଣଙ୍କୁ ଆପଣଙ୍କର ଭୁଲ ଦ୍ଵାରା କିଛି ନା କିଛି ଶିଖିବାକୁ ମିଳିବ । ଚାକିରି କରୁଥିବା ଲୋକମାନଙ୍କୁ ଭଲ ପରିଣାମ ମିଳିବ । ଆପଣଙ୍କର ବୈବାହିକ ଜୀବନ ସେହିଭଳି କିଛି ଖାସ ରହିବ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।