ଇସରୋ ଜାରି କରିଲା ଚନ୍ଦ୍ରୟାନ – ୨ ର ଫଟୋ ସବୁ, କାଲି ହେବ ଲଞ୍ଚ, ଦେଖନ୍ତୁ

ଇସରୋ ଏହି ମାସରେ ଚନ୍ଦ୍ରଯାନ – ୨ ଲଞ୍ଚ କରିବାକୁ ଯାଉଛି । ଚନ୍ଦ୍ରଯାନ – ୨କୁ ଲଞ୍ଚ କରିବାର ତାରିଖର ଘୋଷଣା ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂସ୍ଥା (ଇସରୋ) ବର୍ତମାନ ହିଁ କରିଛି ଓ ଇସରୋ ଚନ୍ଦ୍ରଯାନ – ୨କୁ ୧୫ ଜୁଲାଇ ଦିନ ଲଞ୍ଚିଙ୍ଗ କରିବ । ଏତିକି ନୁହେଁ ଇସରୋ ଚନ୍ଦ୍ରଯାନ – ୨ର କିଛି ଫଟୋକୁ ବି ଲୋକମାନଙ୍କର ସାମନାକୁ ଆଣିଛି । ଚନ୍ଦ୍ରଯାନ – ୨ରେ ଇସରୋ ଦ୍ଵାରା ୩ଟି ମଡ୍ୟୁଲ ଲଗାଯିବ । ଯାହାକି ଅର୍ବିଟର, ଲୈଂଡର (ବିକ୍ରମ) ଓ ରୋବର (ପ୍ରଜ୍ଞାନ) ଅଟେ ।

୧ ହଜାର କୋଟି ଟଙ୍କାରେ ପ୍ରସ୍ତୁତ କରାଯାଉଛି ଚନ୍ଦ୍ରଯାନ – ୨

ବହୁତ ବର୍ଷର ପରିଶ୍ରମ ପରେ ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂସ୍ଥା (ଇସରୋ) ଚନ୍ଦ୍ରଯାନ – ୨କୁ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଚନ୍ଦ୍ରଯାନ – ୨କୁ ପାଖାପାଖି ୧ ହଜାର କୋଟି ଟଙ୍କାରେ ପ୍ରସ୍ତୁତ କରାଯାଉଛି । ଇସରୋ ଚନ୍ଦ୍ରଯାନ – ୨କୁ ଲଞ୍ଚ କରିବା ସହ ଜଡିତ ସୂଚନା ଓ ଚନ୍ଦ୍ରଯାନ – ୨ର ଫଟୋ ନିଜ ୱେବସାଇଟରେ ଜାରି କରିଛି । ଆପଣଙ୍କୁ କହିଦେଛୁ ଯେ ଚନ୍ଦ୍ରଯାନ – ୨କୁ ପ୍ରସ୍ତୁତ କରିବାରେ ଓ ଲଞ୍ଚ କରିବାର ସମସ୍ତ ଦାୟିତ୍ଵ ଦୁଇ ମହିଳା ବୈଜ୍ଞାନିକଙ୍କ ହାତରେ ଅଛି । ଏମାନଙ୍କର ଦେଖା ଶୁଣାରେ ଏହି ମିସନକୁ ଅଞ୍ଜାମ ଦିଆଯିବ ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ହେବ ଲଞ୍ଚ

ଚନ୍ଦ୍ରଯାନ – ୨କୁ ଜୀଏସଏଲବୀ ଏମକେ – ୩ ରକେଟ ଜରିଆରେ ଲଞ୍ଚ କରାଯିବ ଓ ଜୀଏସଏଲବୀର ଦାମ ୩୭୫ କୋଟି ଟଙ୍କା ଅଟେ । ଚନ୍ଦ୍ରଯାନ – ୨ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହେବ । ଚନ୍ଦ୍ରଯାନ – ୨କୁ ଚନ୍ଦ୍ରମା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଖାପାଖି ୧.୫ ମାସର ସମୟ ଲାଗିବ । ଇସରୋ ଅନୁସାରେ ଚନ୍ଦ୍ରଯାନ – ୨ ୬ କିମ୍ବା ୭ ଡିସେମ୍ବରକୁ ଚନ୍ଦ୍ରମାରେ ଦକ୍ଷିଣ ଧ୍ରୁବ ପାଖରେ ଲ୍ୟାଣ୍ଡିଂ କରିବ ।

ଏହିଭଳି ଭାବରେ ପୁରା ହେବ ମିସନ

ଚନ୍ଦ୍ରଯାନ – ୨ ମିସନ ତିନୋଟି ଚରଣରେ ପୁରା କରାଯିବ । ପ୍ରଥମ ଚରଣ ଅନୁସାରେ ଅର୍ବିଟର ନିଜର ପେଲୋଡ ସହ ଚନ୍ଦ୍ରମାର ଚକ୍କର ଲଗାଇବ ।  ଏହା ପରେ ଲ୍ୟାଣ୍ଡର ଚନ୍ଦ୍ରମାରେ ଓଲାହାଇବ ଓ ରୋବର ସେଠି ସ୍ଥାପିତ କରିବ । ରୋବର ସାହାର୍ଯ୍ୟରେ ଇସରୋକୁ ଚନ୍ଦ୍ରମାର ସତହର ସୂଚନା ମିଳିବ । ଭାରତ ତରଫରୁ ଦ୍ଵିତୀୟ ର୍ଥର ଚନ୍ଦ୍ରଯାନ ପଠା ଯାଉଛି । ଏହା ପୂର୍ବରୁ ଭାରତ ବର୍ଷ ୨୦୦୮ରେ ଚନ୍ଦ୍ରଯାନ – ୧ ଲଞ୍ଚ କରିଥିଲା ।

ରୋବର ଚନ୍ଦ୍ରମାରେ ସ୍ଥାପ୍ୟ ହେବା ପରେ ଭାରତ ଚନ୍ଦ୍ରମାରେ ପାଣି ଓ ଖଣିଜ ଦ୍ରବ୍ୟକୁ ଖୋଜିବାର କାମ କରିବ ଓ ରୋବର ଚନ୍ଦ୍ରମାର ସତହର ଫଟୋ ଉଠାଇ ଇସରୋକୁ ପଠାଇବ ।

ଯଦି ଭାରତ ଏହି ଚନ୍ଦ୍ରଯାନ – ୨କୁ ଲ୍ୟାଡିଙ୍ଗ କରିବାରେ ସଫଳ ହୋଇଯିବ ତେବେ ଭାରତ ଚତୁର୍ଥ ଦେଶ ହୋଇଯିବ ଯିଏକି ଚନ୍ଦ୍ରମାରେ ରୋବର ସ୍ଥାପିତ କରିବାରେ ସଫଳ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଆମେରିକା, ରୁସ ଓ ଚୀନ ଏଥିରେ ସଫଳ ହୋଇଛନ୍ତି । କିନ୍ତୁ ଏହି ତିନି ଦେଶ ଚନ୍ଦ୍ରର ଦକ୍ଷିଣ ଧ୍ରୁବର ପାଖରେ ନିଜର ଯାନ ଓଲ୍ହାଇ ନାହାନ୍ତି । ଯଦି ଭାରତ ଏଥିରେ ସଫଳ ହୋଇଯିବ ତେବ ଭାରତ ପ୍ରଥମ ଏକ ଏମିତି ଦେଶ ହୋଇଯିବ ଯିଏକି ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ପାଖରେ ନିଜର ଯାନ ଓଲ୍ହାଇବ ।

ଗର୍ବରେ ଗୋଟେ ସେଆର କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।