ସୁଦଶା ବ୍ରତ (3 November 2022), ଭୁଲରେ ଏହିଦିନ ଘରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, ନଚେତ ଭୟଙ୍କର ରାଗିଯିବେ ମା’ ଲକ୍ଷ୍ମୀ

ଆସନ୍ତା ନଭେମ୍ବର ୩ ତାରିଖ ଗୁରୁବାର ଦିନ ପଡୁଛି ପବିତ୍ର ସୁଦଶା ବ୍ରତ । ସୁଦଶା ବ୍ରତ ଏମିତି ଏକ ଓଷା ଯାହା ପ୍ରତ୍ଯେକ ବିବାହିତା ନାରୀମାନେ ପାଳନ କରିବା ଉଚିତ । ଶୁକ୍ଲପକ୍ଷ ଦଶମୀ ତିଥି ଏବଂ ଗୁରୁବାରକୁ ନେଇ ସୁଦଶା ବ୍ରତର ସଂଯୋଗ ନିର୍ଦ୍ଧାରଣ କରାଯାଇଥାଏ । ସୁଦଶା ବ୍ରତର ଗୁରୁବାର ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥିବାରୁ ଏହିଦିନ ନିଷ୍ଠାର ସହ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ଵାରା ଘରକୁ ସୁଖଶାନ୍ତି ଓ ଐଶ୍ଵର୍ଯ୍ୟ ଆଗମନ ହୋଇଥାଏ ।

କିନ୍ତୁ ଜାଣତ କିମ୍ବା ଅଜାଣତରେ ଏହିଦିନ ଏଭଳି କିଛି ଭୁଲ ହୋଇଯାଏ ଯାହାଦ୍ୱାରା ମା’ ଲକ୍ଷ୍ମୀ କେବେବି କ୍ଷମା କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସୁଦଶା ବ୍ରତ କରୁଥିବା ନାରୀମାନେ ଏହିଦିନ କେଉଁ ସବୁ କାମ କରିବା ଉଚିତ ଓ କେଉଁ ସବୁ କାମ କରିବା ଉଚିତ ନୁହେଁ । ସୁଦଶା ବ୍ରତ କରୁଥିବା ନାରୀମାନେ ତଥା ଘରର ଯେକୌଣସି ସଦସ୍ୟ ଅଧିକ ଡେରି ଯାଏଁ ଶୋଇ ରହିବା ଉଚିତ ନୁହେଁ । ଏହିଦିନ ସକାଳୁ ଉଠି ପ୍ରଥମେ ଘରଦ୍ଵାର ସଫା କରିବା ଉଚିତ ।

ସକାଳୁ ଉଠିବା ପରେ ପ୍ରଥମେ ବାସି ବିଛଣା ଉଠାଇ ସାରିବା ପରେ ଘର ସଫା କରିବା ପରେ ସ୍ନାନ କରନ୍ତୁ । ସୁଦଶା ବ୍ରତ ଗୁରୁବାର ଦିନ ବାସି ବିଛଣା ପଡିଥିବା ଅବସ୍ଥାରେ କେବେ ହେଲେ ପୂଜା କରନ୍ତୁ ନାହିଁ । ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡୁ କରିବା ପରେ ଘରପୋଛା ଲଗାନ୍ତୁ । ଏହାପରେ ଯାଇ ହଳଦୀ ସ୍ନାନ କରନ୍ତୁ ଏବଂ ଏହାପରେ ଯାଇ ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରନ୍ତୁ ।

ସୁଦଶା ବ୍ରତ ଗୁରୁବାର ଦିନ ପ୍ରଥମେ ମା ବୃନ୍ଦାବତୀ ଅର୍ଥାତ ତୁଳସୀ ଚଉରାରେ ପୂଜା କରିବା ପରେ ଯାଇ ଠାକୁର ଘରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ । ଗୁରୁବାରର ସମସ୍ତ ଓଷା ବ୍ରତ ଗୁରୁଗ୍ରହ ବୃହସ୍ପତିଙ୍କୁ ସମର୍ପିତ ଅଟେ । ତେଣୁ ଏହିଦିନ ଦେବଗୁରୁଙ୍କ ପ୍ରିୟ ରଙ୍ଗ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ । ତେଣୁ ସୁଦଶା ବ୍ରତ ଦିନ ପୂଜାବେଳେ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ ।

ସୁଦଶା ବ୍ରତ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଏହିଦିନ ହଳଦୀ, ଚଣା ଡାଲି ଓ କଦଳୀ ଆଦି ଦାନ କରିବା ଦ୍ଵାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହାସହ ଏହିଦିନ ଦେବଗୁରୁ ବୃହସ୍ପତିଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ, ନିଶ୍ଚୟ ଶୁଭଫଳ ପ୍ରାପ୍ତି କରିବେ ।

ସୁଦଶା ବ୍ରତ ଦିନ ଏକ ଲାଲ ରଙ୍ଗର କପଡାରେ କିଛି ଶ୍ଵେତ ଧାନ ବିଛାଇ ମା ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ରଖି ପୂଜା କରନ୍ତୁ । ଏଥିସହିତ ମା’ ଲକ୍ଷ୍ମୀଙ୍କୁ ୧୦ ପ୍ରକାରର ପୁଷ୍ପ ମଧ୍ୟ ଅର୍ପଣ କରନ୍ତୁ । ସୁଦଶା ବ୍ରତ ଦିନ ଘରେ ଭୁଲରେ ମଧ୍ୟ ଆମିଷ ରାନ୍ଧନ୍ତୁ ନାହିଁ କି ଆମିଷ ଭୋଜନ କରନ୍ତୁ ନାହିଁ । ବ୍ରତ କରୁଥିବା ନାରୀମାନେ ଉଷୁନା ଭାତ ମଧ୍ୟ ଖାଆନ୍ତୁ ନାହିଁ । ଶୁକ୍ଲପକ୍ଷ ଦଶମୀ ତିଥି ବୁଧବାର ଠାରୁ ଆରମ୍ଭ ହେଉଥିବାରୁ ଆପଣ ବୁଧବାର ଦିନ ମଧ୍ୟ ଆମିଷ ଖାଇବା ଉଚିତ ନୁହେଁ । ଦିନ ୧୨ଟା ବେଳେ କାହାକୁ ଭିକ୍ଷା କିମ୍ବା ଧାରଉଧାର ଦିଅନ୍ତୁ ନାହିଁ ।

ଏହିଦିନ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ମଧ୍ୟ ନିଷେଧ ଅଟେ । ଗୃହରେ କଳିଝଗଡା କରିବା ମଧ୍ୟ ବାରଣ ଅଟେ । ନଚେତ ମା ଲକ୍ଷ୍ମୀ ଆପଣଙ୍କ ଘରଛାଡି ଚାଲିଯିବେ । ଏହିଦିନ ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘରେ ବୁଲାଇ ଦିଅନ୍ତୁ । ଫଳରେ ଆଖପାଖର ବାତାବରଣ ଶୁଦ୍ଧ ହେବାସହ ଘରୁ ନକରାତ୍ମକ ଶକ୍ତି ଦୂରେଇ ଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।