ସାଉଥ ଆଫ୍ରିକା ସହ ମ୍ଯାଚ ହାରିବାର ପ୍ରକୃତ କାରଣର ଖୁଲାସା କଲେ ଷ୍ଟାର ବୋଲର୍ Bhubaneswar Kumar, Kohli ଙ୍କ କ୍ୟାଚ ମିସ୍ କୁ ନେଇ ଦେଲେ ବଡ ବୟାନ

ଚଳିତ ଟି-୨୦ ବିଶ୍ଵକପରେ ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ମ୍ଯାଚରେ ବିଜୟୀ ହୋଇଥିବା ବେଳେ ଏହି କ୍ରମରେ ବ୍ରେକ୍ ଲଗାଇଛି ସାଉଥ ଆଫ୍ରିକା । ଭାରତ ବିପକ୍ଷରେ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ଦକ୍ଷିଣ ଆଫ୍ରିକା । ଫଳରେ ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ଭାରତ । ତେବେ ଭାରତ ବ୍ୟାଟିଂ କରି ମାତ୍ର ୧୩୩ ରନ୍ କରିଥିବା ବେଳେ ମ୍ଯାଚ ଶେଷ ପର୍ଯ୍ୟନ୍ତ ଫଳାଫଳ କଣ ହେବ ତାହା ଜଣାପଡି ନଥିଲା ।

ଶେଷ ଓଭରରେ ଦମଦାର ବ୍ୟାଟର ଡେଭିଡ ମିଲର୍ ଦୁଇଟି ଚଉକା ମାରି ସାଉଥ ଆଫ୍ରିକାକୁ ବିଜୟ ଭେଟି ଦେଇଥିଲେ । ତାଙ୍କ ବ୍ଯତୀତ ଏଡେନ ମାରକ୍ରମ ମଧ୍ୟ ଧୂଆଁଦାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାର ବିଜୟକୁ ସହଜ କରି ଦେଇଥିଲେ । ୫୨ ରନ୍ ର ଦମଦାର ଇନିଂସ ଖେଳି ସଙ୍କଟରେ ପଡିଥିବା ଦକ୍ଷିଣ ଆଫ୍ରିକାକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ ମାରକ୍ରମ । ତେବେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର୍ ଭୁବନେଶ୍ବର କୁମାର ଦଳର ଏହି ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ।

ମ୍ଯାଚ ପରେ ଭାରତର ପରାଜୟ ପଛର କାରଣ କହିଛନ୍ତି ଭୁବନେଶ୍ବର କୁମାର । ଏନେଇ ସେ କହିଛନ୍ତି, ଯଦି ଏଡେନ ମାରକ୍ରମଙ୍କ କ୍ୟାଚ ହାତଛଡା ହୋଇ ନଥାନ୍ତା ଏବଂ ଦୁଇ ଦୁଇଟି ରନ୍ ଆଉଟ୍ ମିସ୍ ହୋଇ ନଥାନ୍ତା ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫଳାଫଳ ହୁଏତ ଅନ୍ୟକିଛି ହୋଇଥାନ୍ତା । ମାରକମ ୩୫ ରନ୍ ରେ ଖେଳୁଥିବା ବେଳେ କୋହଲିଙ୍କ ଦ୍ଵାରା ତାଙ୍କ କ୍ୟାଚ ହାତଛଡା ହୋଇ ଯାଇଥିଲା ।

ଫଳରେ ମାରକ୍ରମ ଏହାର ଫାଇଦା ଉଠାଇ ୫୨ ରନ୍ ର ମ୍ଯାଚ ବିଜୟୀ ଇନିଂସ ଖେଳିଥିଲେ । ସେହିଭଳି ଦୁଇଟି ରନ୍ ଆଉଟ୍ ସୁଯୋଗକୁ ମଧ୍ୟ ଟିମ୍ ଇଣ୍ଡିଆ ହାତଛଡା କରିଥିଲା । ଯାହା ପରବର୍ତ୍ତୀ ସମୟରେ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ନିଜେ ଏଥିରୁ ଗୋଟିଏ ରନ୍ ଆଉଟ୍ ସୁଯୋଗ ମିସ୍ କରି ଦେଇଥିଲେ ।

ତେଣୁ ଭୁବନେଶ୍ବର କହିଛନ୍ତି, ଯଦି ସେହି କ୍ୟାଚ ଏବଂ ରନ୍ ଆଉଟ୍ ମିସ୍ ହୋଇ ନଥାନ୍ତା ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା । ଏହି କ୍ୟାଚ ଭାରତକୁ ମ୍ଯାଚ ଜିତାଇ ଦେଇଥାନ୍ତା ତାହା ନୁହେଁ ବରଂ ଭାରତ ପାଇଁ ଜିତିବାର ଏକ ସୁଯୋଗ ସୃଷ୍ଟି ହୋଇ ପାରିଥାନ୍ତା । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।