ସାମ୍ନାକୁ ଆସିଲା ବାଲେଶ୍ଵର ରେମୁଣା ଝିଅ Subhadra Panda ଙ୍କ ସାମାଜିକ ବାସନ୍ଦର ପ୍ରକୃତ କାରଣ, ଚକ୍ରାନ୍ତ କରିଛନ୍ତି ଗାଁ ଲୋକେ ?

ବାଲେଶ୍ଵର ଜିଲ୍ଲା ରେମୁଣାର ଝିଅ ସୁଭଦ୍ରା ପଣ୍ଡାକୁ ସାମାଜିକ ବାସନ୍ଦ କରା ଯାଇଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ହେବା ପରେ ତାଙ୍କୁ ଅନେକ ସାହାଯ୍ୟର ହାତ ବଢିଛି । ତେବେ ସୁଭଦ୍ରାଙ୍କୁ ସତରେ ସାମାଜିକ ବାସନ୍ଦ କରା ଯାଇଥିବା କଥାରେ ସତ୍ୟତା ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ବ୍ରାହ୍ମଣ ଘରର ଝିଅ ଆଉ ବ୍ରାହ୍ମଣ ବସ୍ତିରେ ବି ରୁହନ୍ତି ସୁଭଦ୍ରା । ପରିବାର କହିଲେ ଅଛନ୍ତି ମାନସିକ ସନ୍ତୁଳନ ହରେଇଥିବା ଜଣେ ମା ।

ସେ ୨୧ ଦିନର ହୋଇଥିବା ବେଳେ ଅନ୍ୟ ଜାତିରୁ ତାଙ୍କୁ ଝିଅ କରି ଆଣିଥିବା ବାପା ୮ ବର୍ଷ ତଳେ ଆରପାରିକୁ ଚାଲି ଯାଇଛନ୍ତି । ସେ ବଡ ହେବା ପରେ ଜଣାଇବାକୁ ପାଇଛନ୍ତି କି ସେ ଜଣେ ପାଳିତ କନ୍ୟା ଏବଂ ଏକ ନୀଚ ଜାତିରୁ ବାପା ତାଙ୍କୁ ଆଣିଥିଲେ । ତେଣୁ ତାଙ୍କ ଗାଁ ଲୋକେ ଓ ବନ୍ଧୁବାନ୍ଧବ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଗାଁର କିଛି ଲୋକ ତାଙ୍କୁ ନିଜ ଘରେ ପୁରେଇ ଦେଉ ନଥିବା ବେଳେ ଉଦ୍ଦେଶ୍ଯମୂଳକ ଭାବେ ଆଧାର କାର୍ଡରେ ତାଙ୍କ ବାପାଙ୍କ ନାମ ନଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ସୁଭଦ୍ରାଙ୍କର ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି । କେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ଓ ତାଙ୍କ ଆଧାରକାର୍ଡରେ କାହିଁକି ବାପାଙ୍କ ନାମ ନାହିଁ ତାହାର ତଦନ୍ତ ହୀ ସଂପୂର୍ଣ୍ଣ ସତ ଜଣାପଡିବ ବୋଲି ସମସ୍ତେ କହୁଛନ୍ତି ।

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କହିଛନ୍ତି ଯେ, ଦରକାର ପଡିଲେ ଏକଥା ସେ ବିଧାନସଭାରେ ଉଠାଇବେ । ସୁଭଦ୍ରାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜମି ହଡପ କରିବାକୁ ବୋଧ ହୁଏ ଏହି ଯୋଜନା ହୋଇଛି ବୋଲି ସୁଭଦ୍ରାଙ୍କୁ ଆଧାରକାର୍ଡ କହୁଛି ।

କାରଣ ସେ କହିଛନ୍ତି କି ଆଧାରକାର୍ଡ ତିଆରି ବେଳେ ସେ ନିଜେ ସବୁ ପରିଚୟ ଓ ଠିକଣା ଦେଇଥିଲେ । କିନ୍ତୁ କାହିଁକି ତାଙ୍କ ଆଧାରକାର୍ଡରେ ତାଙ୍କ ବାପାଙ୍କ ନାମ ଲେଖାଗଲା ନାହିଁ ଏକଥା ସେ ମଧ୍ୟ ଜାଣିନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।