“ମୁଁ ଦେଇଥିବା ଭୋଡାଫୋନ କୁକୁରର ଲୋମ ଆଣି ମୋ ପୁଅ ଉପରେ ପକାଉଛନ୍ତି”, ଶୁଣନ୍ତୁ କଣ କହୁଛନ୍ତି Deepika

୨୦ ଦିନରୁ ଉର୍ଦ୍ଧ୍ଵ ସମୟ ବିତିଗଲାଣି ଓ ଏହାରି ମଧ୍ୟରେ ଗଞ୍ଜାମର କେ. ଦୀପିକା ନ୍ୟାୟ ପାଇବା ପାଇଁ ନିଜ ଲଢେଇ ଜାରି ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ସ୍ଵାମୀ ଦିନେଶ କିମ୍ବା ତାଙ୍କ ପରିବାର ଲୋକ କାହାର ବି ହୃଦୟ ତରଳି ପାରିଲାନି । ତଥାପି ହାରି ନଯାଇ ନ୍ୟାୟ ଅପେକ୍ଷାରେ ଦିନେଶଙ୍କ ଘର ଦୁଆର ମୁହଁରେ ବସି ରହିଛନ୍ତି ଦୀପିକା । ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଯୋଗ ଦେଇଛନ୍ତି ଓ ଦୀପିକାଙ୍କ ସହ ମିଶି ଦିନେଶଙ୍କ ଘର ଆଗରେ ଧାରଣା ଦେଉଛନ୍ତି ।

ବର୍ତ୍ତମାନ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ ମଧ୍ୟ ଦୀପିକା ଓ ପ୍ରମିଳା ମା’ ସେହିପରି ବର୍ଷାରେ ଓଦା ହୋଇ ସେଠାରେ ବସୁଛନ୍ତି । ଦୀପିକା ଧାରଣାରେ ବସୁଥିବାରୁ ଅନେକ ଦିନ ଯାଏଁ ତାଙ୍କ ପୁଅ ଠାରୁ ମଧ୍ୟ ଦୂରେଇ ରହୁଥିଲେ । ଯାହାଫଳରେ ପୁଅର ଦେହ ବାରମ୍ବାର ଖରାପ ହୋଇ ଯାଉଥିଲା । ତେଣୁ ଦୀପିକା ଧାରଣାସ୍ଥଳରେ ନିଜକୁ ପୁଅକୁ ଆଣି ବସିବାକୁ ବାଧ୍ୟ ହୋଇଛନ୍ତି ।

ଦୀପିକା ଓ ପ୍ରମିଳା ମା’ଙ୍କ ସହ ସାନ ପିଲାଟି ବର୍ଷାରେ ଓଦା ହୋଇଯାଉଛି । ଏଭଳି ଦୃଶ୍ୟ ଦେଖିଲେ ଯେକୌଣସି ସହୃଦୟ ବ୍ୟକ୍ତିଙ୍କ ମନ ସହିବନି । ତଥାପି ଦିନେଶ କିମ୍ବା ତାଙ୍କ ଘରଲୋକ ପରିବର୍ତ୍ତନ ହେଉନାହାନ୍ତି । ଓଲଟା ଦୀପିକା ଟାଙ୍ଗିଥିବା ପାଲ ଓ ଛତାକୁ ବାରମ୍ବାର ଭାଙ୍ଗିଦେବା ସହ ଘରର ଅଳିଆ ଆବର୍ଜନା ଓ ଗରମ ପାଣି ସେମାନଙ୍କ ଉପରକୁ ଛାଟି ଦେଉଛନ୍ତି ।

ଦୀପିକା ଯେତେବେଳେ ନିଜର ଆକ୍ଵାରିୟମ ଦୋକାନ ଖୋଲିଥିଲେ ସେତେବେଳେ ଦିନେଶ ତାଙ୍କୁ ଗିଫ୍ଟ ଆକାରରେ ଏକ ପଗ୍ ବା ଭୋଡାଫୋନ କୁକୁର ନାମରେ ପରିଚିତ କୁକୁରଟିଏ ମାଗିଥିଲେ । ଏକ ଫିମେଲ ପଗ୍ ଦୀପିକା ଦିନେଶଙ୍କୁ ଗିଫ୍ଟ ଦେଇଥିଲେ । ଯାହାକି ଏବେ ଦିନେଶଙ୍କ ଘରେ ଅଛି । ଆଉ ଦୀପିକା ଧାରଣାରେ ବସିଥିବା ବେଳେ ସେହି ପଗ୍ କୁକୁରର ଲୋମ ଆଣି ତାଙ୍କ ଉପରକୁ ପକାଇ ଦେଉଛନ୍ତି ଦିନେଶଙ୍କ ଘରଲୋକ ।

ଦିନେଶ ମଧ୍ୟ କେଉଁଆଡେ ଲୁଚିକରି ବସିଛନ୍ତି ତାଙ୍କର କିଛି ଠିକଣା ନାହିଁ । ତେବେ ସବୁ କିଛି ସହି ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ଧୈର୍ଯ୍ୟ ଧରି ବସି ରହିଛନ୍ତି ଦୀପିକା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।