ପେଟ ଭିତରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍, କିପରି ପେଟକୁ ଗଲା ଷ୍ଟିଲ ଗ୍ଳାସ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ଅପରେସନ ବେଳେ ଅନେକ ସମୟରେ ପେଟ ଭିତରେ ସୂତା, ମେଡିକାଲରେ ବ୍ୟବହାର ହେଉଥିବା ଗଜ୍ ବା ତୁଳା କିମ୍ବା ଅପରେସନ ସରଞ୍ଜାମ ପେଟରେ ରହି ଯାଇଥିବା ଖବର ଆପଣ ଶୁଣିଥିବେ। ଏହାଛଡା କଲମ କ୍ୟାପ୍ କିମ୍ବା ମୁଦ୍ରା ଆଦି ଛୋଟ ପିଲାମାନେ ଗିଳି ଦେଇଥିବା ବି ଆପଣ ଶୁଣିଥିବେ । ଏହିପରି ଅନେକ ଛୋଟବଡ ଜିନିଷ ପେଟ ଭିତରୁ କଢାଯାଇ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯିବା ଆପଣ ଜାଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ମୁଣ୍ଡରେ ହାତ ଦେଇଦେବେ ।

ଆଜ୍ଞା ହଁ, ଜଣେ ବ୍ୟକ୍ତିଙ୍କ ପେଟରୁ ଏକ ବଡ ଷ୍ଟିଲ ଗ୍ଳାସ କଢା ଯାଇଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ସେହି ବ୍ୟକ୍ତିଙ୍କ ପେଟକୁ ଏହି ଗ୍ଳାସଟି କିଭଳି ଗଲା ତାହା ମଧ୍ୟ ଜାଣିଲେ ଆପଣଙ୍କ ରକ୍ତ ଗରମ୍ ହୋଇଯିବ । ଗଞ୍ଜାମ ବୁଗୁଡା ବ୍ଲକ ବାଲିପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଏକ ସାଂଘାତିକ ଘଟଣା ଘଟିଛି ।

ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ସେ ବ୍ରହ୍ମପୁର MKCG ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ଓ ଷ୍ଟିଲ ଗ୍ଳାସଟିକୁ ତାଙ୍କ ପେଟ ଭିତରୁ କଢାଯାଇଛି । ସେହି ବ୍ୟକ୍ତିଜଣକ ଗୁଜୁରାଟ ସୁରଟର ଏକ ସୂତାକାଳରେ ଯାଇ କାମ କରୁଥିଲେ । ପ୍ରାୟ ୧୦ ଦିନ ସେ ନିଜ ସାଙ୍ଗମାନଙ୍କ ସହ ମ-ଦ୍ୟ-ପା-ନ କରିଥିଲେ ।

ହେଲେ ମଦ୍ୟପାନ କରୁଥିବା ବେଳେ ନି-ଶା-ଶକ୍ତ ହୋଇ ତାଙ୍କ ସାଙ୍ଗମାନେ ବ୍ୟକ୍ତିଙ୍କ ମଳଦ୍ଵାରରେ ଏକ ଷ୍ଟିଲ ଗ୍ଳାସ ଭର୍ତ୍ତି କରି ଦେଇଥିଲେ । ଯାହାପରେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେବାରୁ ସୁରଟ ଛାଡି ନିଜ ଗାଁ’କୁ ଫେରି ଆସିଥିଲେ । ପରେ ତାଙ୍କ ପେଟ ଏବଂ ଗୋଡ ଫୁଲିବାରେ ଲାଗିଥିଲା । ପୀଡା ଦିନକୁ ଦିନ ବଢିବାରୁ ସେ MKCG ର ଡାକ୍ତର ଏବଂ ତାଙ୍କ ଟିମ୍ ସହ ପରାମର୍ଶ କରିବା ସହ ଘଟଣା ସମ୍ପର୍କରେ ଜଣାଇଥିଲେ ।

ପ୍ରଥମେ ତାଙ୍କର ଏକ୍ସ-ରେ ହୋଇଥିଲା ଓ ତା’ପରେ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ଷ୍ଟିଲ ଗ୍ଳାସଟିକୁ କାଢି ଦେଇଛନ୍ତି । ତେବେ ଅପରେସନ ପରେ ଉକ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।