ସ୍ଵାମୀ ସ୍ତ୍ରୀକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ବିବାଦ ସାମ୍ନାକୁ ଆସିଥାଏ । କିଛି ବିବାଦ ଏତେ ଆଶ୍ଚର୍ଯ୍ୟ କର ହୋଇଥାଏ କି ତାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । ଆଜି ପୁଣି ଏକ ଏହିଭଳି ବିବାଦ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଗୋଟିଏ ଆଚମ୍ବିତ କରୁଥିବା ଘଟଣା ଘଟିଛି । ଯେଉଁଠି ଗୋଟିଏ ସ୍ତ୍ରୀ ନିଜ ସ୍ଵାମୀକୁ ୧.୫ କୋଟି ଟଙ୍କା ନେଇ ସ୍ଵାମୀର ପ୍ରେମିକାକୁ ବିକ୍ରି କରି ଦେଇଛି ।
କିଛି ଦିନ ପୂର୍ବରୁ ପାରିବାରିକ କୋର୍ଟରେ ଏକ ଅଭିଯୋଗ ଆସିଥିଲା । ଯେଉଁଥିରେ ଜଣେ ନାବାଳିକା ଅଭିଯୋଗ କରିଥିଲା କି ତାଙ୍କ ବାପାଙ୍କ ଅଫିସରେ କାମ କରୁଥିବା ଜଣେ ମହିଳାଙ୍କ ସହ ତାଙ୍କ ବାପାଙ୍କ ପ୍ରେମ ସମ୍ପର୍କ ଅଛି । ଯେଉଁ କାରଣରୁ ସବୁଦିନ ଘରେ ଝଗଡା ହେଉଛି । ଏହି କାରଣରୁ ତାଙ୍କର ଘର ବର୍ବାଦ ହେବା ଉପରେ । ସବୁଦିନ ଘରେ ଝଗଡା କାରଣରୁ ସେ ଓ ତାର ଭଉଣୀ ଘରେ ପାଠ ପଢି ପାରୁ ନାହାନ୍ତି ।
ଘରେ ସବୁଦିନ ଏହି ଝଗଡା କାରଣରୁ ଶେଷରେ ଚିଡି ଯାଇ ଏହି ନାବାଳିକା ଜଣକ ପାରିବାରିକ କୋର୍ଟରେ ନିଜର ପରିବାର ବିରୁଦ୍ଧରେ ଏହିଭଳି କିଛି ଅଭିଯୋଗ କରିଥିଲେ । ଏହା ପରେ ଝିଅର ସମସ୍ତ ଅଭିଯୋଗ ଶୁଣିବା ପରେ କୋର୍ଟ ସ୍ଵାମୀ ସ୍ତ୍ରୀକୁ କାଉନସିଲିଙ୍ଗ କରିବା ପାଇଁ ଡ଼ାକିଥିଲେ । ଏହି କାଉନସିଲିଙ୍ଗରେ ଜଣା ପଡିଲା କି ସ୍ଵାମୀ ନିଜ ଅଫିସରେ କାମ କରୁଥିବା ଜଣେ ମହିଳାକୁ ଭଲ ପାଉଛନ୍ତି ।
ସେହି ଝିଅ ପୁଣି ବୟସରେ ଏହି ବ୍ୟକ୍ତି ଠାରୁ ବଡ ଅଟେ । ଯାହାକୁ ତାଙ୍କ ସ୍ତ୍ରୀ ସହି ପାରୁ ନାହାନ୍ତି । ଏହି କାରଣରୁ ଘରେ ବାରମ୍ବାର ଝଗଡା ଲାଗି ରହୁଛି । ସ୍ଵାମୀ ଓ ତାଙ୍କର ସେହି ପ୍ରେମିକା ସହ ଏକାଠି ରହିବାକୁ ଚାହାନ୍ତି ବୋଲି ସ୍ଵାମୀ ଜଣକ ନିଜ ସ୍ତ୍ରୀକୁ କହିଲେ । ଯାହା ତାଙ୍କର ପତ୍ନୀକୁ ପସନ୍ଦ ନ ଥିଲା । କୋର୍ଟ ତରଫରୁ ବାରମ୍ବାର କାଉନସିଲିଙ୍ଗ ପରେ ଶେଷରେ କୋର୍ଟ ଏହି ବିବାଦର ସମାଧାନ ବାହାର କରିବାରେ ସଫଳ ହେଲେ । ପତ୍ନୀ ଗୋଟିଏ ସର୍ତରେ ସ୍ଵାମୀ ଠାରୁ ଅଲଗା ହେବା ପାଇଁ କହିଲେ ।
ସ୍ଵାମୀ ବଦଳରେ ତାଙ୍କର ଗର୍ଲଫ୍ରେନ୍ଡ ତାକୁ ଟଙ୍କା ଦେବେ । ସ୍ତ୍ରୀ କହିଲେ କି ତାଙ୍କର ଗର୍ଲଫ୍ରେନ୍ଡ ତାଙ୍କୁ ଗୋଟିଏ ଫ୍ଲାଟ ଓ ୨୭ ଲକ୍ଷ ଟଙ୍କା ଦେଲେ ସେ ତାଙ୍କର ସ୍ଵାମୀକୁ ଛାଡି ଦେବେ । ଅନ୍ୟ ପଟେ ଏହି ସର୍ତ ଉପରେ ସ୍ଵାମୀର ଗର୍ଲଫ୍ରେନ୍ଡ ମଧ୍ୟ ରାଜି ହୋଇଗଲା । ଯାହା ପରେ ସ୍ତ୍ରୀ ନିଜ ସ୍ଵାମୀକୁ ମୁକ୍ତି କରିଦେଲା । ପ୍ରେମିକା ଜଣକ ସମ୍ପତ୍ତି ଓ ଟଙ୍କା ହରାଇଛନ୍ତି କିନ୍ତୁ ନିଜର ପ୍ରେମକୁ ପାଇଛନ୍ତି ।
ଅନ୍ୟ ପଟେ ସ୍ତ୍ରୀର କହିବା ଅଟେ କି ବିବାହର ଏତେ ବର୍ଷ ପରେ ବି ଯେତେବେଳେ ସେମାନଙ୍କ ମଧ୍ୟରେ କିଛି ଭଲ ସମ୍ପର୍କ ନାହିଁ ତେବେ ସେମାନେ ଏକାଠି ରହି କିଛି ଲାଭ ନାହିଁ । ସେଥିପାଇଁ ସେ ନିଜର ସ୍ଵାମୀକୁ ଠାରୁ ଅଲଗା ହୋଇଗଲେ । ତାଙ୍କୁ ସ୍ଵାମୀ ବଦଳରେ ମୋଟ ୧.୫ କୋଟି ଟଙ୍କା ବି ମିଳୁଥିଲା । ଏହା କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ ।