ସ୍ତ୍ରୀମାନେ କେବେବି ନଡିଆ କାହିଁକି ଭାଙ୍ଗନ୍ତି ନାହିଁ? ଜାଣନ୍ତୁ ଏହାର କାରଣ

ନଡିଆକୁ ହିନ୍ଦୁ ଧର୍ମର ଏକ ଶୁଭ ଫଳ ବୋଲି କୁହାଯାଏ । ପ୍ରାୟତଃ ଲୋକମାନେ କୌଣସି କାମ କରିବା ପୂର୍ବରୁ ନଡିଆ ଭାଙ୍ଗି ଶୁଭାରମ୍ଭ କରିଥାନ୍ତି । ଏମିତି ମାନ୍ୟତା ଅଛି କି ଯେତେବେଳେ ଭଗବାନ ବିଷ୍ଣୁ ପୃଥିବୀ ଉପରେ ଅବତାର ନେଇଥିଲେ ସେହି ସମୟରେ ସେ ତିନୋଟି ଜିନିଷ – ଲକ୍ଷ୍ମୀ, ନଡିଆ ଗଛ ତଥା କାମଧେନୁ ଙ୍କୁ ଆଣିଥିଲେ । ସେଥିପାଇଁ ନଡିଆକୁ ଶ୍ରୀଫଳ ବୋଲି ମଧ୍ୟ କୁହାଯାଏ ।

ଶ୍ରୀର ଅର୍ଥ ଲକ୍ଷ୍ମୀ ଅର୍ଥାତ – ନଡିଆ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ଫଳ । ନଡିଆରେ ତ୍ରିଦେବ ଅର୍ଥାତ ବ୍ରହ୍ମା, ବିଷ୍ଣୁ ଏବଂ ଶିବ ବାସ କରନ୍ତି । ଶ୍ରୀଫଳ ଭଗବାନ ଶିବଙ୍କର ପରମ ପ୍ରିୟ ଫଳ ଅଟେ । ମାନ୍ୟତା ଅନୁସାରେ ନଡିଆରେ ତିନୋଟି ଆଖିକୁ ତ୍ରିନେତ୍ର ବୋଲି ମଧ୍ୟ କୁହାଯାଏ । ନଡିଆ ଖାଇବା ଦ୍ଵାରା ଶରୀରର ଦୁର୍ବଳତା ଦୂର ହୋଇଥାଏ ।

ଇଷ୍ଟ ଦେବତାଙ୍କୁ ନଡିଆ ଚଢାଇବା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଭାରତୀୟ ପୂଜାରେ ନଡିଆର ବଡ ମହତ୍ଵ ପୂର୍ଣ୍ଣ ସ୍ଥାନ ଅଛି । ଏମିତି ବି କୁହାଯାଏ କି ମହିଳାମାନେ ନଡିଆ ଭାଗନ୍ତି ନାହିଁ । ଶ୍ରୀଫଳ ଏକ ମଞ୍ଜି ରୂପ ଅଟେ, ସେଥିପାଇଁ ଏହାକୁ ଉତ୍ପାଦନ ଅର୍ଥାତ ପ୍ରଜନନର କାରକ ବୋଲି କୁହାଯାଏ ।

ଶ୍ରୀଫଳକୁ ପ୍ରଜନନ ସହିତ ଯୋଡା ଯାଇଛି । ସ୍ତ୍ରୀମାନେ ମଞ୍ଜି ରୂପରେ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି ଏବଂ ସେଥିପାଇଁ ନାରୀମାନଙ୍କୁ ମଞ୍ଜି ରୂପୀ ନଡିଆକୁ ଭାଙ୍ଗିବା ଅଶୁଭ ବୋଲି କୁହାଯାଇଛି । ଦେବୀ ଦେବତାଙ୍କୁ ଶ୍ରୀଫଳ ଚଢାଇବା ପରେ ପୁରୁଷ ମାନେ ହିଁ ଏହାକୁ ଭାଙ୍ଗି ଥାନ୍ତି । ଶନିଙ୍କୁ ଶାନ୍ତି କରିବା ପାଇଁ ନଡିଆ ପାଣିକୁ ଶିବଲିଙ୍ଗ ଉପରେ ରୁଦ୍ରାଭିଷେକ କରିବା ଶାସ୍ତ୍ରର ବିଧାନ ଅଟେ । ଭାରତୀୟ ପରମ୍ପରା ଅନୁସାରେ ଶ୍ରୀଫଳ ଶୁଭ, ସମୃଦ୍ଧି, ସମ୍ମାନ, ଉନ୍ନତି ଏବଂ ସୋଭାଗ୍ୟର ସୂଚକ ବୋଲି କୁହାଯାଇଛି ।

ବିବାହ ସୁନିଶ୍ଚିତ କରିବା ହେତୁ ଅର୍ଥାତ ତିଳକ ସମୟରେ ଶ୍ରୀଫଳ ଭେଟ ଦିଆଯାଇଥାଏ । ବିଦାୟ ସମୟରେ ମଧ୍ୟ ନଡିଆ ଧନରାଶି ରୂପରେ ଭେଟ ଦିଆଯାଇଥାଏ । ଅନ୍ତିମ ସଂସ୍କାର ସମୟରେ ମଧ୍ୟ ନଡିଆ ଦିଆଯାଏ । ବୈଦିକ ଅନୁଷ୍ଠାନରେ କର୍ମ ପାଇଁ ବେଦିରେ ଶୁଖିଲା ନଡିଆର ହୋମ କରାଯାଇଥାଏ ।

ଶ୍ରୀଫଳ କ୍ୟାଲୋରି ଏବଂ ଊର୍ଜାରେ ଭରପୁର ହୋଇଥାଏ । ଏଥିରେ ବହୁତ ପୋଷାକ ତତ୍ଵ ହୋଇଥାଏ । ଶୋଇବା ସମୟରେ ନଡିଆ ପାଣି ପିଇବା ଦ୍ଵାରା ସନ୍ତାନକୁ ବଳ ମିଳିଥାଏ ଏବଂ ନିଦ ଭଲ ଆସିଥାଏ । ଏହାର ପାଣିରେ ପୋଟେଶିୟମ ଏବଂ କ୍ୟାଲୋରି ହୋଇଥାଏ ଯାହା ମାର କ୍ଷୀର ସହିତ ସମାନ ହୋଇଥାଏ । ଯେଉଁ ଶିଶୁମାନଙ୍କର କ୍ଷୀର ହଜମ ହୁଏ ନାହିଁ ସେମାନଙ୍କୁ କ୍ଷୀର ସହିତ ନଡିଆ ପାଣି ପିଇବାକୁ ଦେବା ଉଚିତ । ବନ୍ଧୁଗଣ ଆମ ଦ୍ଵାରା ଦିଆଯାଇଥିବା ଏହି ତଥ୍ୟ ଉପରେ ଆପଣଙ୍କର ମତାମତ ନିଶ୍ଚୟ ଜଣେଇବେ। ଭଲ ଲାଗିଲେ ଶେୟାର କରିବେ ଓ ଆଗକୁ ଏହିଭଳି ଧାର୍ମିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ।