ଏହା ଅଟେ ଦୁନିଆର ସବୁଠୁ ବଡ କାର, ଏଥିରେ ସ୍ଵୀମିଙ୍ଗ ପୁଲ ଠାରୁ ଆରମ୍ଭ କରି ହେଲୀପ୍ୟାଡ ବି ଅଛି, ଦେଖନ୍ତୁ ଫଟୋ

କୁହନ୍ତି କି ସ୍ଵପ୍ନ ଦେଖିବାର କୌଣସି ସୀମା ନାହିଁ । ଆମେ ଯେମିତି ଚାହିଁବା ସେମିତି ସ୍ଵପ୍ନ ଦେଖି ପାରିବା । ଏବଂ ତାହାକୁ ପୁରା ମଧ୍ୟ କରି ପାରିବା ଯଦି ତାହା ଆମ ହାତରେ ଥିବ । ପ୍ରାୟତଃ ଲୋକମାନେ ବଡ ବଡ ଜିନିଷର ସ୍ଵପ୍ନ ଦେଖନ୍ତି ଏବଂ ଭାବନ୍ତି କି ତାଙ୍କ ପାଖରେ ବି ଏମିତି ହିଁ ବଡ ବଡ ଜିନିଷ ଥାଉ, କିନ୍ତୁ ମଣିଷର ସବୁ ସ୍ଵପ୍ନ ପୁରା ହୋଇ ନଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି ହିଁ ଏକ କାର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ସ୍ଵୀମିଙ୍ଗ ପୁଲ ଠାରୁ ଆରମ୍ଭ କରି ହେଲିପ୍ୟାଡ ଭଳି ସବୁ ସୁବିଧା ମିଳିବ ।

ଯାହାର ଆମେ କଥା କହୁଛୁ ତାହାକୁ କୁହାଯାଏ ଲିମୋଜିନ କାର, ଦୁନିଆର କୌଣସି କମ୍ପାନୀର ନାମରେ ଏହି କାରକୁ ତିଆରି କାରାଯାଇପାରେ କାରଣ ଲିମୋଜିନ କାର କୌଣସି କମ୍ପାନୀ କିମ୍ବା ବ୍ରାଣ୍ଡ ନୁହେଁ ଏହା ଏକ କାରର ମଡେଲ ଅଟେ । କହି ପାରିବେ କି ଏହା କାରର ଷ୍ଟାଇଲ ଅଟେ । ଏହି କାର ଆପଣ ନିଜ ଇଚ୍ଛା ଅନୁସାରେ ଯେମିତି ଦରକାର ସେମିତି  ବନାଇ ପାରିବେ।

ଏହାର ନାମ ଅଟେ ଆମେରିକନ ଡ୍ରିମ । ଯେଉଁଥିରେ ଆପଣ ନିଜ ପରିବାର ସହିତ ବହୁତ ମଜା ନେଇ ବୁଲି ପାରିବେ । ୧୦୦ ମିଟର ଲାମ୍ବା ଏହି କାରରରେ ୨୬ଟି ଟାୟାର ଲାଗିଛି । ଏହାକୁ ବହୁତ ମଜବୁତରେ ତିଆରି କରାଯାଇଛି । କାରଣ ଏହା ଉପରେ ହେଲିକପ୍ଟର ସହଜରେ ଓହ୍ଲାଇ ପାରିବେ ।

କାରର ଭିତରକୁ ଏକ ଫାଇବ ଷ୍ଟାର ହୋଟଲର ରୁମ ଭଳି ତିଆରି କରାଯାଇଛି । ଯେଉଁଥିରେ ଆପଣ ଏଥିରେ ସ୍ଵୀମିଙ୍ଗ ପୁଲ ବି ପାଇବେ । ଆପଣଙ୍କର ଶୋଇବା ପାଇଁ ମଧ୍ୟ ବିଛଣା ଅଛି । ଏହି କାରର ଆଗରେ ଏବଂ ପଛରେ ଦୁଇଟି ଇଞ୍ଜିନ ଅଛି ।

କାର ବହୁତ ଲମ୍ବା ହୋଇଥିବାରୁ ଏହାକୁ ବୁଲାଇ ହେବ ନାହିଁ । ସେଥିପାଇଁ ଆଗରେ ଏବଂ ପଛରେ ଦୁଇଟି ଇଞ୍ଜିନ ଅଛି ଏବଂ ଏହା ସହିତ ଦୁଇଟି ଡ୍ରାଇବିଙ୍ଗ କେବିନ ମଧ୍ୟ କରାଯାଇଛି । ଯାହା ଦ୍ଵାରା ଏହି କାରକୁ ଆପଣ ଯେଉଁ ଦିଗକୁ ନେବାକୁ ଚାହିଁବେ ନେଇ ଯାଇ ପାରିବେ । ୧୯୮୦ ମସିହାରେ ଗିନିଜ ଓର୍ଲ୍ଡ ରେକର୍ଡ ରେ ମଧ୍ୟ ଏହି କାରର ନାମ ଅଛି । ଆଜି ମଧ୍ୟ ଇତିହାସରେ ଏହି କାର ନାମ ସବୁଠୁ ଲମ୍ବା କାର ରୂପରେ ଅଛି ।

କିନ୍ତୁ ବର୍ତ୍ତମାନ ଏହି କାର  କିଛି ଖରାପ ହୋଇ ଯାଇଅଛି । ଯାହାକୁ ପୁଣି ଥରେ ଠିକ କରିବା ପାଇଁ ଚେଷ୍ଟା ଚାଲିଛି । ଏହି କାର ଯଦି ପୁଣି ଥରେ ଠିକ କରାଯାଏ ତେବେ ଆପଣ ବି ଏହି କାରକୁ ପୁଣି ଥରେ ରାସ୍ତାରେ ଚାଲୁଥିବାରେ ଦେଖି ପାରିବେ ।

ଆପଣଙ୍କୁ ଆମର ଏଇ ଲେଖାଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଏହିଭଳି ଅନେକ ଦେଶଦୁନିଆ ଖବର ଜାଣିବାକୁ ଆମ ପେଜକୁ ଲାଇକ କରନ୍ତୁ।