ସ୍ତ୍ରୀ Koel Banerjee ଙ୍କୁ ନେଇ ବଡ ବୟାନ ଦେଲେ Bobby Mishra, ଶୁଣିବା ଲୋକ ଆଶ୍ଚର୍ଯ୍ୟ ହେଇଯିବେ, ଦେଖନ୍ତୁ video

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଭାବାନ ଓ ଲୋକପ୍ରିୟ ଅଭିନେତା ହେଉଛନ୍ତି ବବି ମିଶ୍ର । ଆଲବମରୁ ଓଡିଆ ଫିଲ୍ମରେ ପାଦ ଦେଇଥିବା ବବି ମିଶ୍ରଙ୍କୁ ଅଭିନୟ କ୍ଯାରିୟରରେ ବେଶ ସଫଳତା ମିଳିପାରିଛି । ତେବେ ବବି ମିଶ୍ର ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କ ବ୍ୟକ୍ତିଗତ ମାମଲାକୁ ନେଇ ମଧ୍ୟ ସେତିକି ଲାଇମ ଲାଇଟରେ ରୁହନ୍ତି । ଓଲିଉଡର ବର୍ଷିୟାନ ଅଭିନେତା ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କର ସେ ଖୁବ ଭଲ ବନ୍ଧୁ ।

ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଖବର ସାମ୍ନାକୁ ଆସିବା ପର ଠାରୁ ବବି ମିଶ୍ର ମଧ୍ୟ ଚର୍ଚ୍ଚାରେ ରହିଥିଲେ । କାରଣ ସେ ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ସହ ବୁଝାବୁଝି କରୁଥିଲେ । ତେବେ ପିଣ୍ଟୁ ନନ୍ଦଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଶୋକ ସଭାରେ ବବି ମିଶ୍ର ସାମିଲ ହୋଇଥିଲେ । ଆଉ ଏହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆପଣ ଜାଣିଥିବେ କି, ବବି ମିଶ୍ର ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ତାଙ୍କ ବୈବାହିକ ଜୀବନ ସେତେ ସଫଳ ହୋଇପାରିଲା ନାହିଁ । ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେବା ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ସେମାନଙ୍କ ଡିଭୋର୍ସ ହେବା ପରେ କୋଏଲ ଅନ୍ୟତ୍ର ବିବାହ କରି ନେଇଥିବା ବେଳେ ବବି ମିଶ୍ର ଏବେବି ଏକାକୀ ରହୁଛନ୍ତି । ତେବେ କୋଏଲଙ୍କର ଦ୍ଵିତୀୟ ବିବାହରୁ ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି ।

ବବି କୋଏଲଙ୍କୁ ନେଇ କହିଛନ୍ତି କି, ସେ ତାଙ୍କୁ ଖୁବ ପ୍ରେମ କରନ୍ତି ଓ ଏବେ ବି କୋଏଲଙ୍କୁ ଭଲପାଆନ୍ତି । କୋଏଲଙ୍କର ପୁଅଟିଏ ଜନ୍ମ ହୋଇଛି ବୋଲି ଜାଣିଛି ହେଲେ ସେ ଯଦି ଏବେ ବି ଫେରି ଆସେ ତେବେ ମୁଁ ତାକୁ ଗ୍ରହଣ କରିବି ବୋଲି କହିଛନ୍ତି ବବି । କାହିଁକି ନା ସେ କୋଏଲଙ୍କୁ ଖୁବ ଭଲ ପାଆନ୍ତି । ବବି କହିଛନ୍ତି କି, ଓଡିଆ ଦର୍ଶକମାନେ ଖୁବ ଭଲପାଇବା ଦେଇଥିବାରୁ ସେ ଜଣେ ସଫଳ ଅଭିନେତା ହୋଇ ପାରିଛନ୍ତି ।

ସେ ହୃଦୟରୁ ଯାହା ବାହାରେ ମଧ୍ୟ ସେଇଆ ରହିବାକୁ ପସନ୍ଦ କରନ୍ତି ଓ ସେ ଖୁବ ଭଲ କାଉନ୍ସିଲିଙ୍ଗ ମଧ୍ୟ କରନ୍ତି । ତେବେ ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ତୁଚ୍ଛ କହି ଯାହା କହିଲେ କି ଗାଳି କଲେ ସେସବୁକୁ ଦେଖି ସେ କେବଳ ହସି ଦିଅନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।