କ୍ୟାମେରାକୁ ମୋ ସାଙ୍ଗ ଭାବି ମନ କଥା କହିବା ଆରମ୍ଭ କରିଥିଲି, ଭାବି ନଥିଲି ଲୋକେ ଏତେ ଭଲପାଇବା ଦେବେ… ଦେଖନ୍ତୁ Oye Vill-ai-n ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ଇନଷ୍ଟାଗ୍ରାମ ଓ ୟୁଟ୍ଯୁବ ଭଳି ପ୍ଲାଟଫର୍ମରେ “ଓୟେ ଭିଲିଆନ” ନାଁରେ ଖୁବ ଲୋକପ୍ରିୟ ଏହି ଯୁବକଜଣକ । ସେ ଭିଡିଓ ଅଫଲୋଡ କରିବା ମାତ୍ରେ ଲକ୍ଷ ଲକ୍ଷ ଲୋକ ଦେଖନ୍ତି ଓ ଏଥିରୁ ସେ ଟଙ୍କା ମଧ୍ୟ ରୋଜଗାର କରନ୍ତି । ଆଜି ଓୟେ ଭିଲିଆନ ଅର୍ଥାତ ଆଶୁତୋଷ ମଲ୍ଲିକଙ୍କ ବ୍ୟକ୍ତିଗତ ଜୀବନ ଏବଂ ଭିଡିଓ କରିବା ପଛର କିଛି କାହାଣୀ ଆମେ ଜାଣିବା, ଯାହା ଆଶୁତୋଷ ନିଜେ ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

ଆଶୁତୋଷ କହିଛନ୍ତି କି, ସେ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଭିଡିଓ ବନେଇବା ଆରମ୍ଭ କରି ନଥିଲେ । ବରଂ କ୍ୟାମେରାକୁ ଜଣେ ସାଥି ବୋଲି ଭାବି ତାଙ୍କ ମନ କଥା କହିବା ଆରମ୍ଭ କରିଥିଲେ । ତାଙ୍କ ଜୀବନରେ ଏମିତି କିଛି ଚାଲିଥିଲା ସେ କାହାକୁ କହି ପାରୁ ନଥିଲେ । କିଛି କଥା ଥାଏ ଯାହା ଚାହିଁଲେ ବି ଘରଲୋକ କି କାହା ଆଗରେ କହି ହୁଏନା । ସେଥିପାଇଁ ଆଶୁତୋଷ କ୍ୟାମେରା ଆଗରେ ନିଜ ମନକଥାକୁ ସଜେଇ କହୁଥିଲେ ଓ ସୋସିଆଲ ମିଡିଆରେ ଅଫଲୋଡ କରୁଥିଲେ ।

ଆଶୁତୋଷ ବର୍ତ୍ତମାନ ଜଣେ ବି.ଟେକ ଛାତ୍ର । ସେ କଲେଜରେ ଥିବାବେଳେ ଜଣେ ଯୁବତୀଙ୍କୁ ପ୍ରେମ କରିଥିଲେ । କିନ୍ତୁ ସେ ବିନା କାରଣରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହାପରେ ଆଶୁତୋଷ ଭାଙ୍ଗି ପଡିଥିଲେ ଓ ଏମିତି ଭିଡିଓ ବନେଇବା ଆରମ୍ଭ କରିଥିଲେ । ସେ ନିଜର ଅନେକ ଭିଡିଓରେ ଗାଳିର ବହୁଳ ବ୍ୟବହାର କରନ୍ତି । ତେବେ ଏହାକୁ ନେଇ ଆଶୁତୋଷ କହିଛନ୍ତି କି, ସେ ସବୁ ଭିଡିଓରେ ଗା-ଳି ବ୍ୟବହାର କରନ୍ତି ନାହିଁ ।

ଆଉ ଯେଉଁ ଭିଡିଓରେ କରନ୍ତି ସେ କିଛି ଲୋକଙ୍କୁ ସୁଧାରିବା ପାଇଁ ସେପରି କରନ୍ତି । ତାଙ୍କ ଗାଳି ଉପରେ ନଜର ନଦେଇ ସେ ଅସଲରେ କଣ କହିବାକୁ ଚାହାନ୍ତି ତାହା ଦେଖିବା ପାଇଁ ସେ ଅନୁରୋଧ କରିଛନ୍ତି । ତେବେ ଶ୍ରଦ୍ଧା କପୁର ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ଏକ ଭିଲିଆନରୁ “ଓୟେ ଭି-ଲି-ଆ-ନ” ନାମଟି ସେ ଆଣିଥିବା କହିଛନ୍ତି । ଚ୍ଯାନେଲ ତିଆରି କରିବା ସମୟରେ ସେହି ଫିଲ୍ମ ସେ ଦେଖୁଥିଲେ ।

ଆଉ ଶ୍ରଦ୍ଧା କପୁର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଓୟେ ଭି-ଲି-ଆ-ନ ଡାକିବା ଦେଖି ସେ ଭାବିଥିଲେ ଏହି ନାଁଟି ରଖିବାକୁ । ଆଜି ଓୟେ ଭିଲିଆନ ନାମରେ ସେ ସୋସିଆଲ ମିଡିଆରେ ଖୁବ ଫେମସ୍ । ତାଙ୍କ ଘରଲୋକ ମଧ୍ୟ ତାଙ୍କର ସଫଳତାରେ ବେଶ ଖୁସି ଥିବା ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।