ସ୍ତ୍ରୀ ର ଏହି ସବୁ କାମ ଭିକାରି ବନେଇବାରେ ଡେରି କରି ନଥାଏ -ଚାଣକ୍ୟ ନୀତି

ଘର, ପରିବାର ଓ ସମାଜରେ ସ୍ତ୍ରୀ ମାନଙ୍କ ସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ତ୍ରୀ ମାନେ ଘର ପରିବାର ର ଶୋଭା ବଢ଼ାନ୍ତି ଓ ମାନସମ୍ମାନ ରକ୍ଷା କରନ୍ତି । ସ୍ତ୍ରୀ କୁ ଉଚିତ ମାନସମ୍ମାନ ମିଳୁ ସେଥିପାଇଁ ଚାଣକ୍ୟ ନୀତି ରେ କୁହା ଯାଇଛି ସେମାନଙ୍କୁ ସବୁବେଳେ ଏହି ୪ଟି କଥାର ଧ୍ୟାନ ରଖିବା ଉଚିତ । ସେହି ୪ଟି କାର୍ଯ୍ୟ କରିବାକୁ ସ୍ତ୍ରୀ ଲୋକଙ୍କୁ ବାରଣ କରା ଯାଇଛି । ଯାହା କଲେ ଘରେ ସମସ୍ୟା ବଢିଥାଏ ଓ ବର୍ବାଦ ଉପୁଜି ଥାଏ ।

୧- ବିରହ ରୁ ବଞ୍ଚି ରହିବା ଉଚିତ – ଚାଣକ୍ୟ ନୀତି ଅନୁସାରେ ସ୍ତ୍ରୀ ନିଜ ପତି ଠାରୁ ଦୀର୍ଘ ସମୟ ଧରି ଦୂରେଇ ରହିବା ଉଚିତ ନୁହେଁ । ଜୀବନସାଥିଙ୍କ ଠୁ ବିରହ ସ୍ତ୍ରୀ କୁ ମାନସିକ ରୂପେ ଦୁର୍ବଳ କରିଦେଇ ପାରେ । ପତିଙ୍କ ଠୁ ଦୂରେଇ ରହିଲେ ସ୍ତ୍ରୀ କୁ ସମାଜରେ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡେ । ଘର, ପରିବାର ଓ ସମାଜରେ ଉଚିତ୍ ସମ୍ମାନ ପାଇବାକୁ ହେଲେ ସ୍ତ୍ରୀ କୁ ନିଜ ଜୀବନସାଥି ସହ ହିଁ ରହିବା ଉଚିତ୍ । ପତିଙ୍କ ସହ ସ୍ତ୍ରୀ ଅଧିକ ସୁରକ୍ଷିତ ରୁହେ ।

୨- ଖରାପ ଚରିତ୍ର ବ୍ୟକ୍ତିଙ୍କ ସଙ୍ଗୀ ନ ହେବା ଉଚିତ୍ – ଚାଣକ୍ୟ ନୀତି କୁହେ କି ସ୍ତ୍ରୀ କୁ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ କି ଖରାପ ଚରିତ୍ରର ବ୍ୟକ୍ତିଙ୍କ ଠୁ ଦୂରେଇ ରହିବା ଦରକାର । ଖରାପ ଚରିତ୍ର ବ୍ୟକ୍ତିଙ୍କ ସଙ୍ଗତି ଅନେକ ସମୟରେ ସଙ୍କଟ ପରିସ୍ଥିତି ସୃଷ୍ଟି କରିପାରେ । ଯେଉଁ ମାନଙ୍କ ଚିନ୍ତାଧାରା ମଳିନ ହୋଇଥାଏ ସେମାନେ ଅନ୍ୟକୁ ଆଘାତ ଦେବାରେ ଟିକେ ବି ବିଚାର କରନ୍ତି ନାହିଁ ।

ନିଜ ସ୍ୱାର୍ଥ ଓ ଇଛା ଗୁଡିକୁ ପୂର୍ଣ୍ଣ କରିବା ପାଇଁ ସେମାନେ କିଛି ବି କରି ପାରନ୍ତି । ସେଥିପାଇଁ ପରିସ୍ଥିତି ଯାହା ବି ହେଉ ପଛେ ଏପରି ଲୋକଙ୍କ ସାଙ୍ଗ ନ ହେବା ଉଚିତ୍ ଓ ସେମାନଙ୍କ ଠୁ ସାବଧାନ ରହିବା ଉଚିତ୍ । ଅନ୍ୟଥା ଆପଣଙ୍କୁ ଅପମାନ ର ସମ୍ମୁଖୀନ ହେବାକୁ ପଡିପାରେ ।

୩- ନିଜ ଲୋକଙ୍କ ଉପେକ୍ଷା କରନ୍ତୁ ନାହିଁ- ଚାଣକ୍ୟ ନୀତି ରେ ଏହି କଥା ର ମଧ୍ୟ ବିଶେଷ ଧ୍ୟାନ ରଖିବାକୁ କୁହା ଯାଇଛି କି ଘର ପରିବାରରେ କାହାର ମଧ୍ୟ ଉପେକ୍ଷା କରନ୍ତୁ ନାହିଁ । ପରିସ୍ଥିତି ଯେତେ ବି ଜଟିଳ ହେଉ ଘର ଲୋକଙ୍କ ଅପମାନ କରନ୍ତୁ ନାହିଁ । ଅନ୍ୟଥା ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତା ସହ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଆପଣଙ୍କ ଶୁଭ ଚିନ୍ତକଙ୍କ ଉପେକ୍ଷା କରି ପର ଲୋକଙ୍କୁ ସ୍ନେହ କରନ୍ତୁ ନାହିଁ । ଏହା ହେତୁ ବଡ ସମସ୍ୟା ଉପୁଜିପାରେ ।

୪- ପର ଘରେ ରୁହନ୍ତୁ ନାହିଁ- ଚାଣକ୍ୟ ନୀତିରେ କୁହା ଯାଇଛି କି ସ୍ତ୍ରୀ ମାନଙ୍କୁ କିଛି ବି ପରିସ୍ଥିତିରେ ପର ଘରେ ରହିବା ଉଚିତ ନୁହେ । ଏହି କଥାକୁ ଅଣଦେଖା କଲେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପର ଘରେ ରହୁଥିବା ସ୍ତ୍ରୀ ଙ୍କୁ ଘର ପରିବାର ଓ ସମାଜରେ ଭୁଲ୍ ନଜରରେ ଦେଖା ଯାଇଥାଏ । ଏହା ସ୍ତ୍ରୀ ର ଛବି ଉପରେ ଖରାପ ପ୍ରଭାବ ପକାଇଥାଏ ଓ ତା ସହ ପର ଲୋକଙ୍କୁ ଉପରେ ବିଶ୍ୱାସ କରିବା ଦ୍ୱାରା ବ୍ୟକ୍ତିଗତ ହାନି ମଧ୍ୟ ହୋଇପାରେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।