ଶ୍ରାବଣ ସୋମବାର ବ୍ରତ ପାଳନ କରୁଥିଲେ ଜାଣିରଖନ୍ତୁ ଏହିସବୁ ବିଶେଷ ନିୟମ, ବ୍ରତ ସମୟରେ କଣ ଖାଇବେ ଓ କଣ ଖାଇବେନି ?

ହିନ୍ଦୁ କ୍ଯାଲେଣ୍ଡରର ପଞ୍ଚମ ମାସ ତଥା ଶ୍ରାବଣ ମାସ ଶିବ ଭଗବାନଙ୍କୁ ସମର୍ପିତ କରାଯାଇଛି । ଏହି ମାସରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏଥର ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ଶ୍ରାବଣ ସୋମବାରରେ ବ୍ରତ କନ୍ୟା ଓ ମହିଳାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମାନାଯାଏ । ଆପଣ ଯଦି ଶ୍ରାବଣ ସୋମବାର ବ୍ରତ ପାଳନ କରୁଛନ୍ତି ତେବେ ବ୍ରତର ପୂର୍ଣ୍ଣ ଫଳ ପାଇବା ପାଇଁ ଏହିସବୁ ବିଶେଷ ନିୟମ ଜାଣି ରଖନ୍ତୁ ।

ନିୟମ ଅନୁସାରେ ଶ୍ରାବଣ ସୋମବାର ବ୍ରତ ପାଳନ କରୁଥିବା ସମୟରେ କେବଳ ସାତ୍ତ୍ଵିକ ଆହାର ଭୋଜନ କରିବା ଜରୁରୀ ଅଟେ । ଶ୍ରାବଣ ସୋମବାର ପୂଜାରେ ଖାଦ୍ଯରେ ସାଧାରଣ ଲୁଣ ବଦଳରେ ସନ୍ଧବ ଲୁଣର ପ୍ରୟୋଗ କରିବା ଉତ୍ତମ ମାନାଯାଏ । ଶ୍ରାବଣ ସୋମବାର ବ୍ରତ ରଖୁଥିଲେ ଆପଣ ନିଜ ଡାଏଟରେ ଏଭଳି ଜିନିଷ ସାମିଲ କରିବା ଉଚିତ ଯାହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ମଜବୁତ ରହିବ ।

ସକାଳ ଜଳଖିଆରେ କ୍ଷୀର, ଜୁସ୍ ଏବଂ ଫଳମୂଳ ଆଦି ସାମିଲ କରନ୍ତୁ । ଲଞ୍ଚରେ ସନ୍ଧବ ଲୁଣ ପକାଇ ଶାଗୁଦାନାରେ ତିଆରି ଖାଦ୍ଯ ଖାଇପାରିବେ । ଯଦି ଆପଣ ଲୁଣ ପଡୁଥିବା ଖାଦ୍ଯ ନଖାଇ କେବଳ ଫଳାହାର କରୁଛନ୍ତି ତେବେ କ୍ଷୀର, ଦହି, ଡ୍ରାଇ ଫ୍ରୁଟ୍ସ ଏବଂ ଚାହା ବା କ୍ଷୀରରେ ତିଆରି ମିଠାଜାତୀୟ ଖାଦ୍ୟ ସେବନ କରିପାରିବେ ।

ଫଳରେ ଆପଣ ସେଓ, କଦଳୀ, ଡାଳିମ୍ବ, ଅଙ୍ଗୁର ଏବଂ ପିଚ୍ ଆଦି ସାମିଲ କରିପାରିବେ । ସକାଳେ ଜଳଗ୍ରହଣ କରିବା ପରେ ଏକ କପ୍ ଚାହା, ଗଜାମୁଗ, ଡ୍ରାଇ ଫ୍ରୁଟ୍ସ କିମ୍ବା ମଖାନେକୁ ଅଳ୍ପ ଭାଜି ଖାଇବା ଦ୍ଵାରା ଭୋକ ଲାଗି ନଥାଏ ଓ ଦିନସାରା ଆପଣ ଶକ୍ତିହୀନ ମଧ୍ୟ ଅନୁଭବ କରିବେ ନାହିଁ । ଶ୍ରାବଣ ସୋମବାର ବ୍ରତ ରଖୁଥିଲେ ଅଟା, ମଇଦା, ବେସନ, ଗହମ, ଚାଉଳ ଆଦିରେ ତିଆରି ଖାଦ୍ୟ ସେବନ କରିବା ବର୍ଜିତ ଅଟେ ।

ଏହାସହ ଖାଦ୍ଯରେ ପିଆଜ, ରସୁଣ, ସାଧାରଣ ଏବଂ ଅନ୍ୟ ତାମସିକ ଜିନିଷର ଭୋଜନ କରିବା ମଧ୍ୟ ବାରଣ କରାଯାଇଛି । ବ୍ରତ ରଖିବା ସମୟରେ ଅଧିକ ତେଲଛଣା ଜିନିଷ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଶରୀରରେ କ୍ୟାଲୋରି ବଢିବା ସହ ପାଚନ ସମ୍ବନ୍ଧିତ ସମସ୍ଯା ବି ଦେଖା ଦେଇପାରେ ।

ଏହି ସମୟରେ ଅଧିକ ମାତ୍ରାରେ ଆଳୁ, ମୂଳା, ବାଇଗଣ ଓ ସବୁଜ ପନିପରିବା ଆଦି ଖାଇବା ମଧ୍ୟ ଅନୁଚିତ । ବ୍ରତ ରଖିବା ସମୟରେ ଯେପରି ଶରୀରରେ ପାଣିର ମାତ୍ର କମି ନଯାଏ ସେଥିପାଇଁ ପ୍ରତିଦିନ ୬-୮ଲିଟର ପାଣି ପିଅନ୍ତୁ । ଅଧିକ ଜଳୀୟଅଂଶ ଥିବା ଫଳ ତଥା ଅଣଗୁରୁ, ଲିଚୁ, କମଳା ଆଦି ଫଳ ମଧ୍ୟ ବ୍ରତରେ ସାମିଲ କରନ୍ତୁ ।

ଅଧିକ ସମୟ ଯାଏଁ ପେଟ ଖାଲି ରହିବା ଦ୍କାର ଏସିଡିଟି ହୋଇପାରେ । ତେଣୁ ଅଳ୍ପ ସମୟ ବ୍ଯବଧାନରେ କିଛି ନା କିଛି ଫଳ ଖାଆନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।