ସିଂହ ରାଶି (Leo) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟତ ଓ ସ୍ଵଭାବ ବିଷୟରେ ଅନେକ କିଛି ଜାଣି ହୁଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସିଂହ ରାଶି ପାଇଁ ୨୦୨୨ ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ଆସନ୍ତା ଅଗଷ୍ଟ ମାସଟି ସିଂହ ରାଶିର ବ୍ୟକ୍ତିବିଶେଷଙ୍କୁ କିଛି କ୍ଷେତ୍ରରେ ସକାରାତ୍ମକ ଫଳ ଦେଇପାରେ ଓ କିଛି କ୍ଷେତ୍ରରେ ଅସୁବିଧାର ସମୁଖୀନ ହେବାକୁ ମଧ୍ୟ ପଡିପାରେ । ଏହି ମାସରେ ସିଂହ ରାଶିର ଲୋକମାନେ ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ଫଳାଫଳ ପାଇପାରିବେ । କିନ୍ତୁ ମାସ ଆରମ୍ଭରେ ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେହିପରି କ୍ଯାରିୟର ଓ ପାରିବାରିକ ଜୀବନ ଆଦି ଦୃଷ୍ଟିକୋଣରୁ ଆପଣଙ୍କୁ ସକାରାତ୍ମକ ଫଳ ମିଳିପାରେ ।

ଏହି ମାସଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବା ସହ ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମଧ୍ୟ ସଫଳତା ପାଇବାର ବିଶେଷ ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ଦ୍ଵାରା ନିଶ୍ଚିତ ଭାବେ ସଫଳତାର ସ୍ଵାଦ ଚାଖିବେ ଓ ଭବିଷ୍ୟତ ପାଇଁ ଏବେଠୁ ରାସ୍ତା ପ୍ରସ୍ତୁତ କରିବେ ।

କ୍ଯାରିୟର ଦୃଷ୍ଟିରୁ ମାସଟି ଭଲ ରହିଥିବାରୁ ଏହି ସମୟରେ ଆପଣ ମନ ପସନ୍ଦର ଚାକିରି ପାଇବେ ଓ ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଉପଯୁକ୍ତ ରହିବ । ଏହି ସମୟରେ ଆପଣଙ୍କ ଭାଗ୍ୟ ବେଶ ଶକ୍ତିଶାଳୀ ରହିବ ଓ ଆପଣ ଯେଉଁ କାର୍ଯ୍ୟରେ ମଧ୍ୟ ହାତ ଦେବେ ନିଶ୍ଚୟ ସଫଳତା ପାଇବେ । ଅଗଷ୍ଟ ମାସରେ ସିଂହ ରାଶିର ବ୍ୟବସାୟୀମାନେ ବେଶ ଲାଭବାନ ରହିବେ ଓ ବ୍ୟବସାୟରେ ପ୍ରଚୁର ଧନ ଲାଭ କରିବାର ସମ୍ଭାବନା ରହିଛି ।

କିନ୍ତୁ କୌଣସି ସ୍ଥାନରେ ବଡ ନିବେଶ କରିବା ପୂର୍ବରୁ ଗୁରୁଜନ ମାନଙ୍କର ପରାମର୍ଶ ନେବା ଆପଣଙ୍କ ପାଇଁ ଉତ୍ତମ ହେବ । ବିଦେଶ ବାଣିଜ୍ୟରୁ ମଧ୍ୟ ଆପଣଙ୍କୁ ଭଲ ଆର୍ଥିକ ଲାଭ ମିଳିବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ଆପଣଙ୍କ ଅଟକି ରହିଥିବା ଧନ ମଧ୍ୟ ଫେରିପାଇବେ ।

ପ୍ରେମସାଥିଙ୍କ ସହ ଆପଣଙ୍କ ସମୟ ଭଲ ବିତିବ ଓ ସମ୍ପର୍କ ମଜବୁତ ହେବ । କିନ୍ତୁ ଦୁହିଁଙ୍କ ମଧ୍ୟରେ ବାଦବିବାଦ ମଧ୍ୟ ହୋଇପାରେ ତେଣୁ ଟିକିଏ ସାବଧାନ ରହିବା ଉଚିତ ହେବ । ପରିବାରରେ ମଧ୍ୟ ସମ୍ପର୍କ ବେଶ ଭଲ ରହିବ ଓ ସମସ୍ତେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । କିନ୍ତୁ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉତ୍ତମ ହେବ । ସ୍ୱାସ୍ଥ୍ୟ ତଥା ଖାଦ୍ୟପେୟ ପ୍ରତି ମଧ୍ୟ ବିଶେଷ ସଚେତନ ରୁହନ୍ତୁ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଲାଲ ଫୁଲ ସହ ଜଳ ଅର୍ପଣ କରନ୍ତୁ ଏବଂ ଏହା କରିବା ବେଳେ ଭଗବାନ ସୂର୍ଯ୍ୟଙ୍କର ବୀଜମନ୍ତ୍ର ଜପ କରନ୍ତୁ । ସ୍ୱାସ୍ଥ୍ୟ ସମସ୍ଯା ଦୂର କରିବା ପାଇଁ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲ ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।