Babushan ଙ୍କ ଘର ଜଗିଛନ୍ତି ବାହୁବଳୀ ବଡିଗାର୍ଡ, କେହିବି ପଶି ପାରିବେନି ଘରେ, ତାଙ୍କ ଶରୀର ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ video ସେ କଣ କହୁଛନ୍ତି

ବହୁ ଚର୍ଚ୍ଚା ଓ ତର୍କବିତର୍କ ପରେ ଶେଷରେ ଘରେ ଆସି ପହଞ୍ଚିଛନ୍ତି ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି । ବାବୁଶାନ ଘରକୁ ଆସିବା ପରେ ତାଙ୍କ ଘରେ ଅନେକ ଭିଡ ଦେଖିବାକୁ ମିଳୁଛି । ତେଣୁ ତାଙ୍କ ଘର ଜଗିବା ପାଇଁ ଆସିଛନ୍ତି ବାହୁବଳି ବଡିଗାର୍ଡ । ତାଙ୍କୁ ଭେଦ କରି କେହିବି ଘର ଭିତରେ ପ୍ରବେଶ କରିପାରିବେ ନାହିଁ । ବାବୁଶାନ-ପ୍ରକୃତି ବିବାଦ ପରେ ସିଧାସଳଖ ଚେନ୍ନାଇ ଚାଲି ଯାଇଥିଲେ ବାବୁଶାନ । ଆଉ ସେଠାରୁ ଆଜି ସକାଳେ ସେ ଘରକୁ ଫେରିଛନ୍ତି ।

ତାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ତାଙ୍କ ସୁରକ୍ଷାକୁ ବଢେଇ ଦିଆଯାଇଛି । ତାଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଘରେ ମୁତୟନ ଅଛନ୍ତି ବାହୁବଳୀ ବଡିଗାର୍ଡମାନେ । ସେ କୌଣସି ବି ଲୋକଙ୍କୁ ଘ୍ର ଭିତରକୁ ପଶିବାକୁ ଦେବେନି । ବାବୁଶାନ ଘରେ ପଶିବା ପରେ ପରେ ହିଁ ଗେଟ୍ ବନ୍ଦ କରି ଦେଇଥିଲେ ବଡିଗାର୍ଡ  । ସେଲିବ୍ରିଟି ଓ ପ୍ରତିଷ୍ଠିତ ଲୋକଙ୍କୁ ସୁରକ୍ଷା ଦେବା ତାଙ୍କ କାମ ବୋଲି ସେ କହିଛନ୍ତି । ତାଙ୍କୁ ଦେଖିଲେ ଯେକେହି ବି ଭୟ କରିବ ।

ବିରାଟକାୟ ବଳିଷ୍ଠ ଶରୀର ସାଙ୍ଗକୁ ଚେହେରା ମଧ୍ୟ ଗମ୍ଭୀର । ବାବୁଶାନ ଘରକୁ ଫେରିବେ ବୋଲି ଖବର ପ୍ରସାରିତ ହେବା ପରେ ଗତକାଲି ଠାରୁ ବାବୁଶାନଙ୍କ ଘର ବାହାରେ ବହୁତ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ଗଣମାଧ୍ୟମ କର୍ମୀମାନେ ମଧ୍ୟ ସେଠାରେ ଜଗି ବସୁଛନ୍ତି । କେତେବେଳେ ବାବୁଶାନ ଆସିବେ ଓ ତାଙ୍କ ପ୍ରତିକ୍ରିୟା ମିଳିବ ଏନେଇ ସମସ୍ତେ ଚାହିଁ ବସିଥିଲେ । ବାବୁଶାନ ଘରକୁ ଆସି ସାରିଥିଲେ ମଧ୍ୟ ତାଙ୍କୁ ନେଇ ଦେଖା ଦେଇଥିବା ବିବାଦ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ।

ସେ କେବଳ ପ୍ରଥମେ ତାଙ୍କ ବାପାମା’ଙ୍କ ପାଖକୁ ଯିବାକୁ ଚାହାନ୍ତି ବୋଲି କହିଥିଲେ । ବାପାମା’ଙ୍କ ସହ ଆଲୋଚନା କରିବା ପରେ ସେ ମିଡିଆ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବାବୁଶାନ ଗତକାଲି ରାତିରେ ଚେନ୍ନାଇରୁ ଆସିବାର ଥିଲା, କିନ୍ତୁ କୌଣସି କାରଣବଶତଃ ସେ ଆସି ପାରିନଥିଲେ । ଆଉ ଆଜି ସକାଳୁ ସକାଳୁ ସେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ ଓ ସେଠାରୁ ସିଧାସଳଖ ସେ ଘରକୁ ଆସିଛନ୍ତି ।

ଏହି ସମୟରେ ଅନେକ ଭିଡ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଘରେ ସେ ଥିବା ସମୟରେ ଯେପରି ଅସୁବିଧା ନହୁଏ ସେଥିପାଇଁ କଡା ସୁରକ୍ଷା ଘେରରେ ତାଙ୍କୁ ରଖାଯାଇଛି ଓ ବଳିଷ୍ଠ ବଡିଗାର୍ଡ ମାନେ ତାଙ୍କ ଘର ଜଗିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।