ସୀମାରେ ଶତ୍ରୁଙ୍କ ଅନୁପ୍ରବେଶ ରୋକିବା ପାଇଁ ଏକ ନୂଆ ଯନ୍ତ୍ରପାତି ଉଦ୍ଭାବନ କଲେ ଏହି ITI ଛାତ୍ର, ଦେଖିଲେ ଆପଣ ବି ତାଙ୍କର ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ଗଜପତି ଚନ୍ଦ୍ରଗିରି ଆଇଟିଆଇ କଲେଜର ଜଣେ ପୂର୍ବତନ ଛାତ୍ର ସମୀର ପ୍ରଧାନ ନିଜର ଜ୍ଞାନ ଓ କୌଶଳ ମାଧ୍ୟମରେ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ନୂଆ କରି ଉଦ୍ଭାବନ କରିଛନ୍ତି । ସୀମାରେ ଅନେକ ସମୟରେ ଶତ୍ରୁ ତାର କାଟି ପ୍ରବେଶ କରିଯାନ୍ତି । ତେଣୁ ଶତ୍ରୁଙ୍କ ଅନୁପ୍ରବେଶକୁ କିଭଳି ରୋକି ହେବ ସେଥିପାଇଁ ଚିନ୍ତା କରି ସମୀର ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ର ସୀମାରେ ଶତ୍ରୁଙ୍କ ପ୍ରବେଶ ବିଷୟରେ ସୂଚନା ଦେବା ସହ ବିଷାକ୍ତ ଗ୍ଯାସ ସ୍ପ୍ରେ କରି ଶତ୍ରୁଙ୍କୁ ମୂର୍ଚ୍ଛା ମଧ୍ୟ କରିଦେବ ।

ସୀମାରେ ଶତ୍ରୁଙ୍କ ପ୍ରବେଶ ଯୋଗୁଁ ଅନେକ ଯବାନ ଶହୀଦ ହୋଇ ଯାଉଛନ୍ତି । ଏପରି ଯେପରି ନହୁଏ ସେଥିପାଇଁ ଏଭଳି ଏକ ନୂଆ ଜିନିଷର ଉଦ୍ଭାବନ କରିଛନ୍ତି ଏହି ଦୁର୍ଗମ ଅଞ୍ଚଳର ଯୁବକ । ଏହାସହ ସେ ପୋଲିସ ମାନଙ୍କ ପାଇଁ ମଧ୍ୟ ଏକ ପ୍ରୋଜେକ୍ଟ କରିଛନ୍ତି । ଏକ ପ୍ରକାର ହେଲମେଟ ତିଆରି କରିଛନ୍ତି ଯାହା ମୃତକଙ୍କ ମୁଣ୍ଡରେ ପିନ୍ଧାଇବା ଦ୍ଵାରା ତାହା ସ୍କାନ କରି ହତ୍ୟାକାରୀଙ୍କ ଫଟୋ ଦେଖାଇଦେବ ।

ଏଭଳି ଘଟଣାର ଯାଞ୍ଚ କରିବା ପାଇଁ ଏବଂ ହତ୍ୟାକାରୀକୁ ଧରିବା ପାଇଁ ପୋଲିସକୁ ଅନେକ ସମୟ ଲାଗିଯାଏ । କିନ୍ତୁ ଏହି ହେଲମେଟ ସାହାଯ୍ୟରେ କେବଳ ୫ ମିନିଟରେ ଦୋଷୀକୁ ଧରିହେବ ବୋଲି ସମୀର କହିଛନ୍ତି । ସମୀରଙ୍କ ଏଭଳି ଉଦ୍ଭାବନ ଯୋଗୁଁ ସ୍ଥାନୀୟ ବାସିନ୍ଦା ମଧ୍ୟ ବେଶ ଖୁସି ଅଛନ୍ତି ।

ସେମାନକ ଅଞ୍ଚଳର ଜଣେ ଯୁବକ ଏତେ ବଡ କାମ କରିପାରିଛି ସେମାନଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ସେମାନେ କହିଛନ୍ତି । ସମୀର ଏଭଳି ଜିନିଷ ସବୁ ତିଆରି କରିବା ପରେ ଏହାକୁ କେମିତି ଲୋକଙ୍କୁ ଜଣାଇବେ ଓ କିଭଳି ସେନାର ହିତରେ ଲଗାଇବେ ବୋଲି ଜଣେ ବଡ ଭାଇଙ୍କୁ ଯାଇ ପଚାରିଥିଲେ । ଯାହାଫଳରେ ସେ ତାଙ୍କୁ ପ୍ରଥମେ ସମୀରଙ୍କ ଉଦ୍ଭାବନକୁ ଲୋକଲୋଚନକୁ ଆଣିବାକୁ ସାହାଯ୍ୟ କରିଥିଲେ ।

ପୁଅର ସମାଜ ପାଇଁ ଏଭଳି ଜନ ହିତକର କାର୍ଯ୍ୟରେ ତାଙ୍କ ବାପା ମଧ୍ୟ ବେଶ ଖୁସି ଅଛନ୍ତି କହିଛନ୍ତି । ସମୀର ଯାହା ତିଆରି କରିଛନ୍ତି ତାହା କିପରି ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ ଓ କାର୍ଯ୍ୟରେ ଲାଗିବ ସେନେଇ ସେ ଅନେକ ଆଶା ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।