ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, ନ ହେଲେ ହେବ ସର୍ବନାଶ

ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ ଓ ଏହା ତାଙ୍କର ଅତିପ୍ରିୟ ମାସ ଅଟେ । ତେଣୁ ଏହି ମାସରେ ସଂପୂର୍ଣ୍ଣ ହୃଦୟର ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମାସରେ ମନସ୍କାମନା ପୂର୍ଣା ପାଇଁ ସୋମବାର ଦିନ ବ୍ରତ ରଖିବା ସହ କାଉଡି ଯାତ୍ରା ମଧ୍ୟ କରାଯାଏ । ତେବେ ଏହି ମାସରେ କିଛି ଏଭଳି କାମ ରହିଛି ଯାହା ଭୁଲରେ କରିବା ଦ୍ଵାରା ଭଗବାନ ଶିବ ଅତ୍ୟନ୍ତ କୋପ କରିଥାନ୍ତି । ଚାଳନ୍ତୁ ଜାଣିବା ସେହି କାମସବୁ କଣ ।

ଶାସ୍ତ୍ର ଅନୁସାରେ ପବିତ୍ର ଶ୍ରାବଣ ମାସରେ କିଛି କାର୍ଯ୍ୟ କରିବା ବର୍ଜିତ ହୋଇଥାଏ । ଯେଉଁମାନେ ଏହାର ପାଳନ କରି ନଥାନ୍ତି ସେମାନେ ଶିବଙ୍କ କୃପା ପାଇବାରୁ ବଞ୍ଚିତ ହୋଇଥାନ୍ତି । ପ୍ରଥମ ରେ ହେଉଛି ଆମିଷ ଭୋଜନ । ଶ୍ରାବଣ ମାସରେ ଆମିଷ ଭୋଜନ କରିବା ଦ୍ଵାରା ମହାଦେବ କୋପ କରିଥାନ୍ତି ଓ ଜୀବନରେ ଅନେକ ଅଶୁଭ ଘଟଣା ଘଟିଥାଏ । ତେଣୁ ଶ୍ରାବଣ ମାସରେ ଆମିଷ ଭୋଜନ ବର୍ଜିତ ହୋଇଥାଏ ।

ଦ୍ବିତୀୟରେ ହେଉଛି ପିଆଜ ରସୁଣ ଭୋଜନ । ପୁରାଣ ଶସ୍ତ୍ର ଅନୁଯାୟୀ ରାହୁଙ୍କ କଳାକୁ ଶ୍ରୀବିଷ୍ଣୁ ଚକ୍ର ଦ୍ଵାରା ଦୁଇଖଣ୍ଡ କରିଥିଲେ । ସେହି ସମୟରେ ରାହୁଙ୍କ କିଛି ରକ୍ତ ମାଟିରେ ପଡି ପିଆଜ ଏବଂ ରସୁଣର ଉତ୍ପତ୍ତି ହୋଇଥିଲା । ତେଣୁ ଏହି ପିଆଜ ରସୁଣକୁ ଆମିଷ ରୂପେ ଗଣନା କରାଯିବା ସହ ଶ୍ରାବଣ ମାସରେ ଏହା ଭୋଜନ କରିବା ନିଷେଧ ହୋଇଥାଏ ।

ତୃତୀୟରେ ଏହି ଶ୍ରାବଣ ମାସରେ ଖିଅର ହେବା ତଥା ନଖ, ଚୁଟି ଓ ଦଧି ଆଦି କାଟିବା ମଧ୍ୟ ନିଷେଧ ହୋଇଥାଏ । ଶ୍ରାବଣ ମାସରେ ଖିଅର ହେବା ଦ୍ଵାରା ଶିବଙ୍କର କୋପଦୃଷ୍ଟି ପଡିଥାଏ ଓ ଜୀବନରେ ଅନେକ ପ୍ରକାରର ଅନିଷ୍ଠ ହୋଇଥାଏ । ଚତୁର୍ଥରେ ହେଉଛି ତେଲ ଲଗାଇବା । ଶ୍ରାବଣ ମାସ ଭଗବାନ ଶିବକର ଏତିପ୍ରିୟ ମାସ ହୋଇଥିବାରୁ ଏହି ମାସରେ ଶରୀରରେ ତେଲ ଲଗାଇବା ନିଷେଧ ହୋଇଥାଏ ।

ଯେଉଁମାନେ ଏହାକୁ ଅମାନ୍ଯ କରି ଶରୀରରେ ବା କେଶରେ ତେଲ ଲଗାଇଥାନ୍ତି ସେମାନେ ଶିବଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି । ପଞ୍ଚମରେ ହେଉଛି ଦିନରେ ଶୋଇବା । ଶ୍ରାବଣ ମାସ ଭଗବାନଙ୍କ ଶିବଙ୍କ ମାସ ହୋଇଥିବାରୁ ଏହି ମାସରେ ସବୁଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ଶିବଙ୍କର ପୂଜା ଏବଂ ଅଭିଷେକ କରିବା ଉଚିତ ।

ଏପରି କରିବା ଦ୍ଵାରା ଶିବଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ । ତେଣୁ ଯିଏ ସୂର୍ଯ୍ୟ ଉଦୟ ହେବା ପରେ ବି ଶୋଇ ରୁହେ କିମ୍ବା ଦିନ ବେଳା ଶୋଇଥାଏ ତାଙ୍କ ଉପରେ ମହାଦେବ କୋପ କରିଥାନ୍ତି । ଯାହାଫଳରେ ତାଙ୍କର ଅନେକ ପ୍ରକାର କ୍ଷୟକ୍ଷତି ହୋଇଥାଏ । ତେଣୁ ଶ୍ରାବଣ ମାସରେ ଏହିସବୁ ନିୟମର ପାଳନ କରିବା ଦ୍ଵାରା ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ଶୁଭଫଳ ପ୍ରଦାନ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।