ଗାଡିଚାଳକ ହୋଇଯାନ୍ତୁ ସାବଧାନ ! ରାସ୍ତାରେ ଯିବା ବେଳେ କାହାକୁ ଲିଫ ଦେଉଛନ୍ତି କି ? ଯାଇପାରନ୍ତି ଜେଲ୍, ଜାଣନ୍ତୁ ନିୟମ

ରାସ୍ତାରେ ଯାଉଥିବା ବେଳେ କାହାକୁ ଲିଫ୍ଟ ଦେଉଥିଲେ ହୋଇଯାନ୍ତୁ ସାବଧାନ । ନଚେତ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ । ଗାଡିଚାଳକ ମାନଙ୍କ ପାଇଁ ଆମେ ନେଇ ଆସିଛୁ ଏକ ନୂଆ ଖବର । ରାସ୍ତାରେ ଯିବା ସମୟରେ ଆପଣ ଯଦି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ସିଧା ଜେଲ୍ ଯିବେ । ଏକଥା କହୁଛି ଆମେ କହୁନୁ ବରଂ ମୋଟର ଭାଇକେଲ ଆପ୍ ଏହା କହୁଛି । ମୋଟର ଭାଇକେଲ ଆକ୍ଟ ୬୬/୯୨ ଅନୁସାରେ ଆପଣ ଯଦି ନିଜ ଗାଡିରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଏହା ସଂପୂର୍ଣ୍ଣ ଭାବେ ବେଆଇନ ଅଟେ ।

ରାସ୍ତାରେ ଯିବା ସମୟରେ ଅଜଣା ଲୋକ ଲିଫ୍ଟ ମାଗୁଥିବାର ଆପଣ ଅନେକ ଥର ଦେଖିଥିବେ । ଏମିତି ସମୟରେ ମାନବିକତା ଦୃଷ୍ଟିରୁ ଲୋକେ ସାହାଯ୍ୟ କରିବାକୁ ଯାଇ ସେହି ଅଜଣା ବ୍ୟକ୍ତିଙ୍କୁ ଗାଡିରେ ବସାଇ ଦେଇଥାନ୍ତି । କିନ୍ତୁ ଏପରି କରିବା ଠିକ ନୁହେଁ । ଆପଣ ବି ଏହି ଲୋକମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ ଏହି ଅଭ୍ଯାସକୁ ବଦଳାଇ ଦିଅନ୍ତୁ । ନଚେତ ଆପଣଙ୍କୁ ମଧ୍ୟ ଜୋରିମାନା ଗଣିବା ସହ ଯିବାକୁ ପଡିପାରେ ଜେଲ୍ ।

ଏଭଳି ଏକ ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି କାହାକୁ ଲିଫ୍ଟ ଦେବାକୁ ଭୟ କରିବେ । ମୁମ୍ବାଇରେ ଜଣେ ବ୍ୟକ୍ତି ରାସ୍ତାରେ ଯିବାବେଳେ ଜଣେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିଲେ । ଆଉ ଏକ ଚେକିଂ ପୋଷ୍ଟରେ ତାଙ୍କ ଗାଡି ଚେକିଂ ପାଇଁ ଅଟକା ଯାଇଥିଲା । ଯାହାପରେ ସେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିବା ଜଣା ପଡିଥିଲା ।

ଯାହାପରେ ତାଙ୍କ ଉପରେ ଲାଗୁ ହୋଇଥିଲା ମୋଟର ଭାଇକେଲ ଧାରା ୬୬-୯୨ । ଯାହାଫଳରେ ତାଙ୍କୁ ୨ ହଜାର ଟଙ୍କା ଫାଇଁ ଗଣିବାକୁ ପଡିଛି । ମୋଟର ଭାଇକେଲ ଆକ୍ଟ ଅନୁସାରେ କେବଳ କମର୍ଶିଆଲ ଗାଡି ଗୁଡିକୁ ହିଁ ଏହି ଅନୁମତି ରହିଛି । କମର୍ଶିଆଲ ପର୍ପୋଜରେ ସେମାନେ ଅନ୍ୟମାନଙ୍କୁ ଲିଫ୍ଟ ଦେଇପାରିବେ ।

କିନ୍ତୁ ପ୍ରାଇଭେଟ ଗାଡି ଚାଳକ ମାନେ ଅଜଣା ଲୋକଙ୍କୁ ଲିଫ୍ଟ ଦେବା ବେଆଇନ ଅଟେ । ତେଣୁ ଆପଣ ଯଦି ରାସ୍ତାରେ ଯିବା ବେଳେ ନିଜ ଗାଡିରେ କାହାକୁ ଲିଫ୍ଟ ଦେଉଛନ୍ତି ତେବେ ବର୍ତ୍ତମାନ ଠାରୁ ସାବଧାନ ହୋଇଯାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।