ତୁଳା ରାଶି (Libra) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟତ ଓ ସ୍ଵଭାବ ବିଷୟରେ ଅନେକ କିଛି ଜାଣି ହୁଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ତୁଳା ରାଶି ପାଇଁ ୨୦୨୨ ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ତୁଳା ରାଶି ଲୋକଙ୍କ ପାଇଁ ୨୦୨୨ ଅଗଷ୍ଟ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ଏହି ମାସରେ ଆପଣ ନିଜ ପାରିବାରିକ ଜୀବନ ବିଷୟରେ ଚିନ୍ତିତ ରହିପାରନ୍ତି । ଛୋଟ କଥାକୁ ନେଇନ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଇପାରେ । ଯେଉଁ କାରହରୁ ଆପଣଙ୍କ ମନ ବିଚଳିତ ରହିପାରେ । ସେହିପରି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏହି ମାସରେ ସତର୍କ ରହିବାକୁ ପଡିବ ।

କ୍ଯାରିୟର ଓ ଶିକ୍ଷା ଦୃଷ୍ଟିରୁ କିନ୍ତୁ ମାସଟି ସକାରାତ୍ମକ ଫଳ ପ୍ରଦାନ କରିବ । ସଂଯମ ଏବଂ ନିଜ ଭାଷା ଉପରେ ନିୟନ୍ତ୍ରଣ ଦ୍ଵାରା ଏହି ମାସରେ ଆପଣଙ୍କ ସମସ୍ତ ସମସ୍ଯାର ସମାଧାନ ହୋଇପାରିବ । ଏହି ମାସରେ ଆପଣଙ୍କ ବୃତ୍ତିଗତ ଜୀବନରେ ଉନ୍ନତିମୂଳକ କାର୍ଯ୍ୟ କରିବାର ଦେଖିବାକୁ ମିଳିବ ।

ଏହି ସମୟରେ କୌଣସି ନୂତନ ବ୍ୟବସାୟର ଆରମ୍ଭ ଆପଣଙ୍କୁ ସକାରାତ୍ମକ ଫଳାଫଳ ଦେଇପାରେ । ଏହି ଅବଧିରେ ଆପଣ କ୍ଯାରିୟର କ୍ଷେତ୍ରରେ କିଛି ନୂତନ ସୁଯୋଗ ପାଇବାର ସମ୍ଭାବନା ରହିଛି ଓ ଏହି ସମୟ ମଧ୍ୟରେ ଆପଣ ନୂତନ ଉଚ୍ଚତାକୁ ଛୁଇଁବାରେ ମଧ୍ୟ ସଫଳ ହୋଇପାରିବେ । ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କ ମାସଟି ଅତ୍ୟନ୍ତ ଫଳପ୍ରଦ ରହିବ ।

କିନ୍ତୁ ଏହି ମାସରେ କୌଣସି ଧାର କରଜ କରନ୍ତୁ ନାହିଁ କି କାହାକୁ ଉଧାରରେ ଟଙ୍କା ଦିଅନ୍ତୁ ନାହିଁ, ନଚେତ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ହେଲେ ବ୍ୟବସାୟରୁ ଆପଣ ଉତ୍ତମ ଲାଭ ପାଇବାରେ ସଫଳ ହେବେ । ଏହି ମାସରେ ଆପଣଙ୍କ ପ୍ରେମ ଓ ବୈବାହିକ ଜୀବନରେ କିଛି ଉତ୍ଥାନ ପତନ ଦେଖା ଦେଇପାରେ, ସେନେଇ ବିଶେଷ ଧ୍ୟାନ ଦିଅନ୍ତୁ ।

ପାରିବାରିକ ଜୀବନ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ପରିବାରରେ ଛୋଟ ଛୋଟ ବିଶୃଙ୍ଖଳା ଯୋଗୁଁ ଆପଣ ବିରକ୍ତି ହୋଇପାରନ୍ତି । ତଥାପି ନିଜ ମନ ଉପରେ ନିୟନ୍ତ୍ରଣ ରଖନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ପ୍ରତ୍ଯେକ ଦିନ ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ ।

ଏହାସହ ଘରେ ସୁନ୍ଦରକାଣ୍ଡ ମଧ୍ୟ ପାଠ କରନ୍ତୁ, ଦେଖିବେ ଯାହା ଅଶୁଭତା ରହିଛି ତାହା ଖଣ୍ଡନ ହେବ ଓ ନିଶ୍ଚିତ ଭାବେ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।