ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଶିବଲିଙ୍ଗ ଉପରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି 6 ଜିନିଷ, ନହେଲେ ଏହିସବୁ ଅନିଷ୍ଠ ହୋଇଯିବ

ଚଳିତ ବର୍ଷ ୧୪ ଜୁଲାଇ ଠାରୁ ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇସାରିଛି । ଭଗବାନ ଶିବଙ୍କୁ ସମର୍ପିତ ଏହି ଶ୍ରାବଣ ମାସରେ ମହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ । ଏଥର ଶ୍ରାବଣ ମାସରେ କିଛି ବିଶେଷ ସଂଯୋଗ ମଧ୍ୟ ବନୁଛି, ଯାହାଫଳରେ ଏଥର ଶ୍ରାବଣ ମାସର ଆହୁରି ଅଧିକ ମହତ୍ଵ ରହିଛି । ଶ୍ରାବଣ ମାସର ସୋମବାର ଦିନ ଶିବଲିଙ୍ଗରେ ଅନେକ ଜିନିଷ ଅର୍ପଣ କରି ତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରାଯାଏ । କିନ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ଜିନିଷ ରହିଛି ଯାହା ଶିବଙ୍କ ପୂଜାରେ ବର୍ଜିତ ମାନାଯାଇଛି ।

ପ୍ରଥମରେ ହେଉଛି ତୁଳସୀ ପତ୍ର । ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କ ପୂଜାରେ ତୁଳସୀ ଅର୍ପଣ କରିବା ବର୍ଜିତ ମାନାଯାଏ । ପ୍ରାଚୀନ ମାନ୍ୟତା ଅନୁସାରେ ତୁଳସୀ ବୀନା ଭଗବାନ ବିଷ୍ଣୁଙ୍କ ପୂଜା ସଂପୂର୍ଣ୍ଣ ହୁଏନାହିଁ, କିନ୍ତୁ ଭଗବାନ ଶିବଙ୍କ ପୂଜାରେ ତୁଳସୀ ମଞ୍ଜି କିମ୍ବା ତୁଳସୀ ପତ୍ର ସଂପୂର୍ଣ୍ଣ ଭାବେ ବର୍ଜିତ ଅଟେ । ଧାର୍ମିକ ମାନ୍ୟତା ଅନୁସାରେ ଶିବଙ୍କ ପୂଜାରେ ହଳଦୀର ପ୍ରୟୋଗ କରା ଯାଏନାହିଁ । କାରଣ ହଳଦୀକୁ ସୌନ୍ଦର୍ଜ୍ୟ ପ୍ରସାଧାନ ଭାବେ ବ୍ୟବହାର କରା ଯାଉଥିବା ବେଳେ ଶିବଲିଙ୍ଗ ପୁରୁଷତ୍ଵର ପ୍ରତୀକ ଅଟେ ।

ତେଣୁ ଶିବଙ୍କୁ ହଳଦୀ ଅର୍ପଣ କରିବା ଦ୍ଵାରା ପୂଜାର ପୂର୍ଣ୍ଣ ଫଳ ମିଳେ ନାହିଁ । ଏହାବ୍ୟତୀତ ହଳଦୀ ଗରମ ହୋଇଥିବାରୁ ଏହାକୁ ଶିବଲିଙ୍ଗରେ ଚଢାଇବା ବର୍ଜିତ ମାନାଯାଏ । କାରଣ ଶିବଲିଙ୍ଗରେ ସର୍ବଦା ବେଲପତ୍ର, ଗଙ୍ଗାଜଳ, ଚନ୍ଦନ ଓ କଞ୍ଚା କ୍ଷୀର ଭଳି ଥଣ୍ଡା ଦ୍ରବ୍ୟ ଅର୍ପଣ କରାଯାଏ ।

ତୃତୀୟରେ ହେଉଛି କୁମକୁମ ଏବଂ ସିନ୍ଦୁର । ସୁହାଗିନୀ ମହିଳା ନିଜ ପତିଙ୍କର ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ମତରେ ସିନ୍ଦୁର ଲଗାଇଥାଏ ଓ ଏହା ଅନେକ ଦେବାଦେବୀଙ୍କୁ ମଧ୍ୟ ଅର୍ପଣ କରାଯାଏ । କିନ୍ତୁ ଶିବ ଭଗବାନ ବୈରାଗୀ ହୋଇଥିବାରୁ ତାଙ୍କୁ ସିନ୍ଦୁର କିମ୍ବା କୁମକୁମ ଅର୍ପଣ କରିବା ବର୍ଜିତ ଅଟେ । ଏହା ଜାଗାରେ ମହାଦେବଙ୍କୁ ଚନ୍ଦନ ତିଳକ ଲଗାଇବା ଲାଭକାରୀ ହୋଇଥାଏ । ଚତୁର୍ଥରେ କେତକୀ ଫୁଲ । ପୌରାଣିକ କଥାନୁସାରେ ଏକଦା ବ୍ରହ୍ମାଙ୍କର ମିଛରେ କେତକୀ ଫୁଲ ସହଯୋଗ କରିଥିଲା ।

ଏହି କାରଣରୁ କେତକୀ ଫୁଲ ଉପରେ ରୁଷ୍ଟ ହୋଇ ଭୋଳାନାଥ କେତକୀ ଫୁଲକୁ ଶିବଲିଙ୍ଗରେ ଅର୍ପଣ ନ କରିବାର ଅଭିଶାପ ଦେଇଥିଲେ । ତେଣୁ ଶିବଙ୍କ ପୂଜାରେ କେତକୀ ଫୁଲ ଅର୍ପଣ କରିବା ବର୍ଜିତ ଅଟେ । ପଞ୍ଚମରେ ହେଉଛି ଶଙ୍ଖର ଜଳ ।

ପ୍ରାଚୀନ କଥାନୁସାରେ ଥରେ ଦୈତ୍ୟ ଶଙ୍ଖଚୂଡ ର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ ଭଗବାନ ଶିବଙ୍କ ପାଖରେ ପହଞ୍ଚିଥିଲେ । ଶିବ ଦୈତ୍ୟ ଶଙ୍ଖଚୂଡକୁ ବଧ କରିଥିଲେ ଯାହାଫଳରେ ତା’ ଶରୀର ଭଷ୍ମ ହୋଇ ଯାଇଥିଲା । ମାନ୍ୟତା ଅନୁସାରେ ତା’ର ଶରୀରର ଭଷ୍ମରୁ ଶଙ୍ଖରୁ ଉତ୍ପତ୍ତି ହୋଇଥିଲା । ତେଣୁ ଭଗବାନ ଶିବଙ୍କୁ ଶଙ୍ଖ ଜଳ ଅର୍ପଣ କରାଯାଏ ନାହିଁ । ଶେଷରେ ହେଉଛି ଭାଙ୍ଗି ଯାଇଥିବା ଚାଉଳ । ଶିବପୁରାଣ ଅନୁସାରେ ଶିବଙ୍କ ଉପରେ ଅକ୍ଷତ ଅର୍ପିତ କରିବା ବହୁତ ଶୁଭ ମାନାଯାଏ ।

କିନ୍ତୁ ଅଖ୍ୟାତ ଅର୍ପିତ କରିବା ସମୟରେ ଯେପରି ଭାଙ୍ଗି ଯାଇଥିବା ଚାଉଳ ନଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଭାଙ୍ଗି ଯାଇଥିବା ଚାଉଳ ଅପୂର୍ଣ୍ଣତା ଓ ଅଶୁଦ୍ଧତାର ପ୍ରତୀକ ବୋଲି ଅଟେ । ଯିଏ ଶିବଙ୍କୁ ପରିଷ୍କୃତ ଓ ଅଖଣ୍ଡିତ ଚାଉଳ ଅର୍ପଣ କରେ ତାଙ୍କୁ ଲକ୍ଷ୍ମୀଆଙ୍କର ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।