ସ୍ଵାମୀଙ୍କ ଠୁ ଡିଭୋର୍ସ ନେଲା ପରେ ନିଜ ପିଲା ମାନଙ୍କୁ ଏକୁଟିଆ ହିଁ ପାଳୁଛନ୍ତି tv ର ଏହି 5 ହିରୋଇନ

ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଯୋଡ଼ି ଅଛି ଯିଏ ଆଜି ପରସ୍ପର ସହିତ ଖୁସିରେ ଜୀବନ ଯାପନ କରୁଛନ୍ତି । ସାଥିରେ ମିଶିକରି ନିଜ ଛୁଆ ମାନଙ୍କ ଦେଖା ଶୁଣା ମଧ୍ୟ କରୁଛନ୍ତି । କିନ୍ତୁ ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ କିଛି ନା କିଛି କାରଣରୁ ପରସ୍ପର ଠାରୁ ଛାଡପତ୍ର ନେଇଛନ୍ତି ଏବଂ ଏହି ଅଭିନେତ୍ରୀ ମାନେ ନିଜ ଛୁଆ ଙ୍କ ସହିତ ଅଲଗା ରହୁଛନ୍ତି ।

ଏହି ଅଭିନେତ୍ରୀ ମାନେ ନିଜ ଛୁଆ ମାନଙ୍କ ସବୁ ଇଚ୍ଛା କୁ ମଧ୍ୟ ପୁରଣ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରି ର କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ ଏକୁଟିଆ ହିଁ ନିଜ ପିଲା ମାନଙ୍କ ସବୁ ଯତ୍ନ ନେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ଦଲଜିତ କର:- କାଲା ଟିକା, ଇସ ପ୍ୟାର କୋ କ୍ୟା ନାମ ଦୁ ଭଳି ସୁପରହିଟ ସିରିଏଲ ରେ ନଜର ଆସିଥିବା ଅଭିନେତ୍ରୀ ଦଲଜିତ ମଧ୍ୟ ଜଣେ ସିଙ୍ଗଲ ମଦର ଅଟନ୍ତି । ୨୦୧୫ ରେ ସ୍ବାମୀ ସାଲିନ ଭନୋଟ ଙ୍କ ଠାରୁ ଡିଭୋର୍ଶ ନେବାପରେ ନିଜ ପୁଅ ଜଏଦନ କର ଙ୍କ ଏକୁଟିଆ ଦେଖାଶୁଣା କରୁଛନ୍ତି । ସେ ନିଜ ପୁଅ ର ସବୁ ଆବଶ୍ୟକତା କୁ ପୁରଣ କରନ୍ତି ଏବଂ ଦୁହେଁ ଖୁସିରେ ଅଛନ୍ତି ।

କାମ୍ୟା ପଞ୍ଜାବୀ:- ଶକ୍ତି ଅସ୍ଥିତ୍ଵ କେ ଏହସାସ କି ରେ ପ୍ରିତୋ ଚରିତ୍ର କରୁଥିବା ଅଭିନେତ୍ରୀ କାମ୍ୟା ୨୦୦୩ ରେ ବଣ୍ଟି ନେଗି ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୩ ରେ ଦୁହେଁ ଅଲଗା ହୋଇଥିଲେ । ଯାହା ପରେ କାମିୟା ପଞ୍ଜାବୀ ନିଜ ଝିଅ ଆରା ର ଦେଖାଶୁଣା ଏକୁଟିଆ କରୁଛନ୍ତି । ଏବଂ କାମ୍ୟା ନିଜ ଝିଅ ଙ୍କୁ ବହୁତ ଖୁସିରେ ରଖିଛନ୍ତି ।

ସ୍ଵେତା ତିୱାରୀ:- ସମସ୍ତଙ୍କ ଘରେ ନିଜ ସୁପରହିଟ ସିରିଏଲ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ସ୍ଵେତା ୧୯୯୮ ରେ ରାଜା ଚୌଧୁରୀ ଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଗୋଟେ ଝିଅ ପଲକ ଚୌଧୁରୀ ମଧ୍ୟ ଅଛନ୍ତି । କିନ୍ତୁ ୨୦୧୨ ରେ ଦୁହେଁ ଅଲଗା ହୋଇଥିଲେ । ୨୦୧୩ ରେ ସ୍ଵେତା ଅଭିନବ କୋହଲି ଙ୍କ ସହିତ ନିଜର ଘର ବସାଇଥିଲେ । ତାଙ୍କର ଆଜି ଗୋଟେ ପୁଅ ରିୟାଜ କୋହଲି ମଧ୍ୟ ଅଛି । କିନ୍ତୁ ସ୍ଵେତା ଅଭିନବ ଙ୍କ ଠାରୁ ମଧ୍ୟ ଛାଡପତ୍ର ନେଇଥିଲେ ଏବଂ ସେ ଏବେ ସିଙ୍ଗଲ ମଦର ହୋଇ ଝିଅ ପଲକ ଏବଂ ପୁଅ ରିୟାଜ ଙ୍କ ଦେଖାଶୁଣା କରୁଛନ୍ତି ଏବଂ ଖୁସିରେ ଅଛନ୍ତି ।

ଉର୍ବଶୀ ଢୋଲକିଆ :- ସିରିଏଲ କସୋଟି ଜିନ୍ଦଗି କି ରେ ମୁଖ୍ୟ ଅଭିନେତ୍ରୀ ହୋଇଥିବା କମୋଲିକା ର ଚରିତ୍ର ଦ୍ଵାରା ଦର୍ଶକ ଙ୍କ ମନ କିଣିଥିବା ଉର୍ବଶୀ ନିଜର ଦୁଇଟି ପୁଅ ସାଗର ଏବଂ ଖିତିଜ ଙ୍କ ସହିତ ଅଲଗା ରହୁଛନ୍ତି । ତାଙ୍କର ଦୁଇଟି ପୁଅ ଆଜି ବହୁତ ବଡ଼ ହୋଇସାରିଛନ୍ତି । ଏବଂ ସମସ୍ତେ ବହୁତ ଖୁସିରେ ଅଛନ୍ତି ।

ଚାହତ ଖାନ୍ନା:- କୁବୁଲ ହେ, ବଡ଼େ ଅଛେ ଲଗତେ ହେଁ ପରି ସିରିଏଲ ରେ ସମସ୍ତଙ୍କ ହୃଦୟ କିଣିଥିବା ଚାହତ ୨୦୧୩ ରେ ଫରହାନ ମିର୍ଜା ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୮ ରେ ପାରିବାରିକ କଳହ ପାଇଁ ଦୁହେଁ ଅଲଗା ହୋଇଥିଲେ । ତାପରେ ଚାହତ ନିଜର ଦୁଇଟି ଛୁଆ ଙ୍କ ଦେଖାଶୁଣା ଏକୁଟିଆ କରୁଛନ୍ତି । ଏବଂ ତାଙ୍କର ସବୁ ଆବଶ୍ୟକତା ର ପୁରା ଯତ୍ନ ନେଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।