ଏହି 5 bollywood ଷ୍ଟାର ହେଉଛନ୍ତି ପରସ୍ପରର ସବୁଠୁ ବଡ ଶତ୍ରୁ, ଏବେ ଏକା ସହିତ କରିବେ ନାହିଁ ଫିଲ୍ମ

ବଲିଉଡ ଇଣ୍ଡଷ୍ଟ୍ରି ଏମିତି ଏକ ଇଣ୍ଡଷ୍ଟ୍ରି ଅଟେ ଯେଉଁଠି ଷ୍ଟାର ମାନଙ୍କ ଭିତରେ ଦୋସ୍ତି ଦେଖିବାକୁ ବହୁତ କମ ମିଳିଥାଏ । ବଲିଉଡ ରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ପାଇଁ ଡେରି ହୁଏ ନାହିଁ । ଆଜି ବଲିଉଡ ର ଏମିତି କିଛି ଷ୍ଟାର ଅଛନ୍ତି ଯିଏ ପରସ୍ପରର ଶତ୍ରୁ ହୋଇଛନ୍ତି । ଏବଂ ପରସ୍ପର ସହିତ କାମ କରିବାକୁ ରାଜି ନୁହନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପରସ୍ପର ସହିତ କାମ କରିବାକୁ ଚାହାନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ।

ସଲମାନ ଖାନ ଏବଂ ଐଶ୍ଵର୍ୟ୍ୟା ରାୟ

ସଲମାନ ଏବଂ ଐଶ୍ଵର୍ୟ୍ୟା ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ ଥିଲେ । କିନ୍ତୁ ତାଙ୍କ ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ଦୁହିଁଙ୍କ ଭିତରେ ଆଊ କୌଣସି ପ୍ରକାରର ସମ୍ପର୍କ ନାହିଁ । ଏହା ପରେ ଐଶ୍ଵର୍ୟ୍ୟା ସଲମାନ ଙ୍କ ସହିତ କୌଣସି ଫିଲ୍ମ କରିବାକୁ ଚାହୁଁ ନାହାଁନ୍ତି ।

ସାହରୁଖ ଖାନ ଏବଂ ଅଜୟ ଦେବଗନ

ସାହରୁଖ ଏବଂ ଅଜୟ ଙ୍କ ଭିତରେ କେବେ ମଧ୍ୟ ପଡିନଥାଏ ଏହାର କାରଣ ହେଉଛି ସାହରୁଖ ଏବଂ କାଜଲଙ୍କ ବନ୍ଧୁତା । ଯାହା ଅଜୟଙ୍କୁ ବିଲକୁଲ ପସନ୍ଦ ଆସେ ନାହିଁ । ଦୁହିଁଙ୍କର ଏହି ଶତୃତା ବହୁତ ବର୍ଷ ଧରି ଚାଲି ଆସୁଛି ।

ସଲମାନ ଖାନ ଏବଂ ବିବେକ ଓବରଏ

ସଲମାନ ଏବଂ ଐଶ୍ଵର୍ୟ୍ୟା ଙ୍କ ଭିତରେ ଆସିଥିଲେ ବିବେକ । ସେ ସଲମାନ ଖାନ ଙ୍କ ବିରୁଦ୍ଧରେ ପ୍ରେସ ମିଟିଂ ମଧ୍ୟ ରଖିଥିଲେ । ଯେଉଁ କାରଣରୁ ସଲମାନ ବେଶି ରାଗି ଯାଇଥିଲେ ଏବଂ ସଲମାନ ସମସ୍ତଙ୍କ ସାମ୍ନାରେ ବିବେକ କୁ ଚାପୁଡ଼ା ମାରିଥିଲେ । ଏହି କାରଣରୁ ସଲମାନ କେବେ ବି ବିବେକ ଙ୍କ ସହିତ ଫିଲ୍ମ କରିବାକୁ ଚାହାଁନ୍ତି ନାହିଁ ।

କରିନା କପୁର ଏବଂ ସାହିଦ କପୁର

ଗୋଟେ ସମୟରେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ କରୀନା ସାହିଦ ଙ୍କୁ ଧୋକା ଦେଇଥିଲେ । ଯେଉଁ କାରଣରୁ ସାହିଦ ବହୁତ ଭାଙ୍ଗି ପଡିଥିଲେ । ସେବେ ଠୁ ଦୁହେଁ ଦୁହିଁଙ୍କ ସହିତ କାମ କରିବାକୁ ଇଚ୍ଛା କରନ୍ତି ନାହିଁ ।

ସଲମାନ ଖାନ ଏବଂ ଦୀପିକା ପାଦୁକୋନ

ଦୀପିକା ସଲମାନ ଙ୍କ ସହିତ ବହୁତ ଫିଲ୍ମ ରେ କାମ କରିବାକୁ ମନା କରିଛନ୍ତିି । ଯେଉଁଥିରୁ ଗୋଟେ ଫିଲ୍ମ ସୁଲତାନ ଅଟେ । ଯାହା ପରେ ସଲମାନ ଦୀପିକା ଙ୍କ ଉପରେ ରାଗିଥିଲେ ଏବଂ ଆଊ ଥରେ ତାଙ୍କ ସହିତ କାମ କରିବାକୁ ମନା କରିଥିଲେ ।

ତେବେ ଆପଣଙ୍କ ପସନ୍ଦ ଅଭିନେତା ଅଭିନେତ୍ରୀ କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।