ଅନିଲ କୁମ୍ବଲେଙ୍କ ପରେ ICC କ୍ରିକେଟ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ Sourav Ganguly, ଦୀର୍ଘ ୯ ବର୍ଷ ପରେ ଏହି ପଦରେ ହେଲା ପରିବର୍ତ୍ତନ !

ପୂର୍ବତନ କ୍ରିକେଟର ତଥା ବିସିସିଆଇ ସୌରଭ ଗାଙ୍ଗୁଲିଙ୍କୁ ଏବେ ୱାର୍ଲ୍ଡ କ୍ରିକେଟରେ ବଡ ଦାୟିତ୍ଵ ମିଳିଛି । ଏବେ ଆଇସିସି ମେନ୍ସ କ୍ରିକେଟର କମିଟିର ଅଧ୍ୟକ୍ଷ ହେବେ ଗାଙ୍ଗୁଲି । ତାଙ୍କ ପୂର୍ବରୁ ଏହି ପଦବୀକୁ ଦୀର୍ଘ ୯ ବର୍ଷ ଧରି ସମ୍ଭାଳି ଆସୁଥିଲେ ଅନିଲ କୁମ୍ବଲେ । ୨୦୧୨ରେ କୁମ୍ବଲେଙ୍କୁ ୱେଷ୍ଟଇଣ୍ଡିଜର ଦିଗଜ କ୍ରିକେଟର ତଥା ଅଧିନାୟକ କ୍ଲାଇବ ଲାୟଡଙ୍କ ସ୍ଥାନରେ ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ବନା ଯାଇଥିଲା । ତେବେ ଆଇସିସି କ୍ରିକେଟ କମିଟିର ମୁଖ୍ୟଙ୍କ କାମ କଣ ଆପଣ ଜାଣିଛନ୍ତି କି ?

ଖେଳର ନିୟମ ଓ ସର୍ତ୍ତ ଆଦି ଧାର୍ଯ୍ୟ କରିବା ହେଉଛି ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷଙ୍କ କାମ । ଏହି ସମସ୍ତ କାର୍ଯ୍ୟ ପାଇଁ ଏବେ ଆଇସିସି ଗାଙ୍ଗୁଲିଙ୍କୁ ଏହି କମିଟିର ଚେୟାରମ୍ୟାନ ବନାଇ ପ୍ରମୋଟ କରିଛି । ଏହା ପୂର୍ବରୁ ସେ ଆଇସିସି ଅବସର୍ଭର ଭାବେ କାର୍ଯ୍ୟ କରୁଥିଲେ । ଅନିଲ କୁମ୍ବଲେ ତିନି ବର୍ଷୀୟା ଟର୍ମରେ ତିନି ଥର ଲେଖାଏଁ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ହୋଇଥିଲେ । ତାଙ୍କ କାର୍ଯ୍ୟ କାଳ ମଧ୍ୟରେ ଡ଼ିଆରଏସ ନିୟମ ଲାଗୁ କରିବା, ମହିଳା କ୍ରିକେଟକୁ ପ୍ରଥମ ଶ୍ରେଣୀ ଖେଳର ମାନ୍ୟତା ଦେବା ନେଇ କୁମ୍ବଲେଙ୍କ ପ୍ରମୁଖ ଅବଦାନ ରହିଥିଲା ।

ଏହି କମିଟି କ୍ରିକେଟ ର ପରିସ୍ଥିତି ଏବଂ ନିୟମ ଗୁଡିକ ଉପରେ ନଜର ରଖିଥାଏ । ଏବେ ଠାରୁ ଖେଳର ବିଭିନ୍ନ ନିୟମ ଓ ଆୟୋଜନ ଉପରେ କଡାକଡି ଦୃଷ୍ଟି ଦେବେ ଗାଙ୍ଗୁଲି । ତେବେ ସୌରଭ ଗାଙ୍ଗୁଲି ଭାରତର ସଫଳ ଅଧିନାୟକ ମାନଙ୍କ ମଧ୍ୟରୁ ଜଣେ । ୧୯୯୬ ରେ ଖେଳିଥିବା ପ୍ରଥମ ଟେଷ୍ଟ ମ୍ଯାଚରେ ଶତକ ହାସଲ କରି ନିଜ ନିଜ କ୍ଯାରିୟର ଆରମ୍ଭ କରିଥିଲେ ଗାଙ୍ଗୁଲି ।

ତାଙ୍କ କପ୍ତାନୀରେ ସେ ୩୯ଟି ଟେଷ୍ଟ ମ୍ଯାଚ ଓ ୧୪୭ଟି ଦିନିକିଆ ମ୍ଯାଚ ଖେଳି ଭାରତୀୟ ଟିମ୍ କୁ ଆଗେଇ ନେଇଥିଲେ । ଆଉ ଅବସର ନେବା ପରେ ବିସିସିଆଇ ର ଅଧ୍ୟକ୍ଷ ଦାୟିତ୍ଵକୁ ମଧ୍ୟ ଖୁବ ପ୍ରଶଂସଯୋଗ୍ୟ ଭାବେ ତୁଲାଇ ଆସିଛନ୍ତି । ତେବେ ଏହି ପଦ ଗ୍ରହଣ କରିବା ପରେ ଗାଙ୍ଗୁଲି ଭାରତ ଏବଂ ବିଶ୍ଵ କ୍ରିକେଟରେ କଣ ସବୁ ପରିବର୍ତ୍ତନ ଆଣୁଛନ୍ତି ସେନେଇ ସମସ୍ତେ ଆଗ୍ରହୀ ଅଟନ୍ତି ।

କ୍ରିକେଟରେ ଯେଉଁ ଯେଉଁ କ୍ଷେତ୍ରରେ ଆବଶ୍ୟକତା ରହିଛି ସେହି ସବୁ କ୍ଷେତ୍ରରେ ଗାଙ୍ଗୁଲି ନିଶ୍ଚୟ ଭଲ ପରିବର୍ତ୍ତନ ସବୁ ଆଣିବେ ଓ କ୍ରିକେଟ ଖେଳକୁ ଆହୁରି ରୋମାଞ୍ଚକ ବନାଇବାକୁ ଚେଷ୍ଟା କରିବେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ଗାଙ୍ଗୁଲିଙ୍କ ଠାରୁ ଉଭୟ ଖେଳାଳି ଓ କ୍ରିକେଟ ପ୍ରେମୀ ଅନେକ ଆଶା ରଖିଛନ୍ତି ଆଉ ତାହା ସବୁ ଗାଙ୍ଗୁଲି ନିଶ୍ଚୟ ନିଜ କାମରେ କରି ଦେଖାଇବେ ବୋଲି ଆମର ଆଶା ଏବଂ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।