Vastu Shastra- ପ୍ରତିଦିନ ପୂଜା କରିବା ବେଳେ ଦୀପ ଜଳାଇବା ସମୟରେ କହି ଦିଅନ୍ତୁ ଏହି ମନ୍ତ୍ର, ଯେତେ ବଡ ଶତୃ ହେଉ ନା କାହିଁକି ଆସି ଆପଣଙ୍କ ପାଦ ତଳେ ପଡିବ

ପ୍ରତିଦିନ ସକାଳେ ପୂଜା କରିବା ସମୟରେ ଆପଣ ନିଶ୍ଚୟ ଦୀପ ଜଳାଉଥିବେ । ହିନ୍ଦୁ ଧର୍ମରେ ପୂଜା ଏବଂ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଦୀପ ଜଳାଇବାର ସ୍ଵତନ୍ତ୍ର ମହତ୍ଵ ରହିଛି । ନିଜ ମନୋସ୍କାମନା ଅନୁସାରେ ଦୀପରେ ଘିଅ ଏବଂ ତେଲ ପକାଇ ଜଳାଯାଏ । ଏମିତି ତ ଅନେକ ମନ୍ତ୍ର ରହିଛି ଯାହା ଦୀପ ଜାଳିବା ବେଳେ ଉଚ୍ଚାରଣ କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ବିଶେଷ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଦୀପ ଜାଳିବା ସମୟରେ ଉଚ୍ଚାରଣ କରିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ ।

ଦୀପ ଜଳାଇବା ବେଳେ ପୁରୁଷ ମୁଣ୍ଡରେ ରୁମାଲ ଏବଂ ସ୍ତ୍ରୀ ଓଢଣା ଅବଶ୍ୟ ରଖିବା ଉଚିତ । ଦୀପ ଜଳାଇବା ବେଳେ କେବେ ମଧ୍ୟ ମସ୍ତକ ଖୋଲା ରଖିବା ଉଚିତ ନୁହେଁ । ଏହା ହିଁ ସବୁଠୁ ବଡ ଭୁଲ ଯାହା ଅଧିକାଂଶ ଲୋକେ କରିଥାନ୍ତି । ଏହାସହ ଦୀପକୁ କେବେ ମଧ୍ୟ ଖାଲି ସ୍ଥାନରେ ନରଖି କିଛି ଅଖଣ୍ଡିତ ଚାଉଳ, କିଛି ପତ୍ର କିମ୍ବା ଫୁଲ ପାଖୁଡା ରଖି ତା’ ଉପରେ ଦୀପ ରଖନ୍ତୁ । ଏପରି କରିବା ଦ୍ଵାରା ଭଗବାନ ଆପଣଙ୍କ ପୂଜା ଶୀଘ୍ର ସ୍ଵୀକାର କରନ୍ତି । ନଚେତ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇ ନଥାଏ ।

ମା ଦୂର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଆପଣ ତିଳ ବା ରାଶି ତେଲର ଦୀପ ଜଳାନ୍ତୁ ଓ ତୁଳାର ସଳିତା ବଦଳରେ ସୂତା କପଡାରେ ସଳିତା ପ୍ରସ୍ତୁତ କରି ଲଗାନ୍ତୁ । ଯଦି ଆପଣ ସାଧାରଣ ଭାବେ ନିଜ ଇଷ୍ଟଦେବଙ୍କ ପୂଜା କରୁଛନ୍ତି ତେବେ ଗାଈ ଘିଅର ତେଲ ବ୍ୟବହାର କରନ୍ତୁ ।

ଯଦି ଆପଣ ନିଜ ଶ-ତ୍ରୁ ଓ ବି-ରୋ-ଧୀ-ଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପୂଜା କରିବା ସମୟରେ ସୋରିଷ ତେଲର ଦୀପ ଜଳାନ୍ତୁ ଓ ଦୀପ ଜଳାଇବା ବେଳେ, “ଶୁଭମ କରୋତି କଲ୍ୟାଣ॰, ଆରୋଗ୍ୟମ ଧନ ସମ୍ପଦାମ, ଶତ୍ରୁ ବୃଦ୍ଧି ବିନାଶାୟ, ଦୀପ॰ ଜ୍ଯୋତି ନମସ୍ତୁତେ ॥”ମନ୍ତ୍ରର ଜପ କରନ୍ତୁ । ଏହାର ଅର୍ଥ ହେଉଛି ଶୁଭ ଓ କଲ୍ୟାଣ କରୁଥିବା, ଆରୋଗ୍ୟ ଓ ଧନ ସମ୍ପଦ ଦେଉଥିବା, ଶତ୍ରୁ ବୃଦ୍ଧିକୁ ନାଶ କରୁଥିବା ଦୀପର ଜ୍ଯୋତିକୁ ନମସ୍କାର ।

ନିତିଦିନ ଦୀପ ଜଳାଇବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଓ ଶତ୍ରୁ ଚାହିଁଲେ ବି ଆପଣଙ୍କ ଗୋଟିଏ କେଶ ମଧ୍ୟ ବଙ୍କା କରିପାରେ ନାହିଁ । ମାଟିର ଦୀପ ସବୁଠୁ ଅଧିକ ଶୁଭକାରୀ ହୋଇଥାଏ । କିନ୍ତୁ କେବେ କୌଣସି ଖଣ୍ଡିତ ଦୀପ ଜଳାଇବା ଉଚିତ ନୁହେଁ । ତେବେ ଆପଣ ଘରେ ପୂଜା କରୁଥିବା ସମୟରେ ଆପଣଙ୍କ ଘରେ ଯେଉଁ ଦୀପ ଅଛି ତାହା ଜଳାନ୍ତୁ ଓ ପୂଜା କରିବା ସମୟରେ ଦୀପକୁ ସର୍ବଦା ନିଜ ବାମ ହାତ ଆଡକୁ ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କୁ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।