Exclusive: “Sonali ଓ ତା’ ମିଶିକି ପ୍ଳାନ କରି ମୋ ପୁଅକୁ…” Soumya ଙ୍କ ସୁଇସାଇଡ ମାମଲାରେ ଏବେ ମୁହଁ ଖୋଲିଲେ ସୌମ୍ଯଙ୍କ ମା’, ସେ ଯାହା କହିଲେ ଦେଖନ୍ତୁ ଏହି Video

ଭୁବନେଶ୍ବର ସୌମ୍ଯରଞ୍ଜନ ମୃତ୍ୟୁ ମାମଲାକୁ ଦୀର୍ଘ ଆଠଦିନ ବିତିଯାଇଛି । ସୌମ୍ଯ ମୃତ୍ୟୁ ପୂର୍ବରୁ ଛାଡି ଯାଇଥିବା ସୁ-ଇ-ସା-ଇ-ଡ ନୋ-ଟ-ରେ ତାଙ୍କ ମୃତ୍ୟୁ ପାଇ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଥିଲେ ମଧ୍ୟ ଏଯାଏଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପୋଲିସ । ସୌମ୍ଯଙ୍କ ଭଉଣୀ ଆରମ୍ଭରୁ ହିଁ କହି ଆସିଛନ୍ତି କି ସୋନାଲିଙ୍କୁ ଉଚିତ ଦଣ୍ଡ ମିଳୁ । ଆଉ ଏବେ ସାମ୍ନାକୁ ଆସିଛନ୍ତି ସୌମ୍ଯଙ୍କ ମାଆ । ପୁଅକୁ ହରାଇ କୋଳଶୂନ୍ୟ ହୋଇଥିବା ସୌମ୍ଯଙ୍କ ମାଆ ଦୀର୍ଘଦିନ ପରେ ମିଡିଆ ସାମ୍ନାକୁ ଆସି ତାଙ୍କ ପୁଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ।

ସେ ମଧ୍ୟ କହିଛନ୍ତି କି, ତାଙ୍କ ପୁଅ ମୃତ୍ୟୁ ପାଇଁ କେବଳ ସୋନାଲି ଦାୟୀ । ସେ ଯଦି ତାଙ୍କ ପୁଅକୁ ଧୋକା ଦେଇ ନଥାନ୍ତା ତେବେ ସେ ଆଜି କୋଳଶୂନ୍ୟ ହୋଇ ନଥାନ୍ତେ । ସେ କହିଛନ୍ତି ତାଙ୍କ ପୁଅ ତ ଆଉ ତାଙ୍କ କୋଳକୁ ଫେରି ଆସିବନି କିନ୍ତୁ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଉ । ସୌମ୍ଯ ନିଜ ସୁଇସାଇଡ ନୋଟରେ ନିଜ ଫୋନର ପାସୱାର୍ଡ ଲେଖିବା ସହ ପ୍ରେମିକା ସୋନାଲିଙ୍କ ଉପରେ ତଦନ୍ତ ହେଉ ବୋଲି ପୋଲିସକୁ ଅନୁରୋଧ କରିଥିଲେ ।

ତାଙ୍କ ମୃତ୍ୟୁ ପାଇଁ ସେ କେବଳ ନିଜ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଥିଲେ । କିଛିଦିନ ପୂର୍ବରୁ ସୋନାଲିଙ୍କ ମାଆ ମିଡିଆ ସାମ୍ନାକୁ ଆସି କହିଥିଲେ କି ସୌମ୍ଯ ବହୁତ ସନ୍ଦେହୀ ସ୍ଵଭାବର ପୁଅ ଥିଲେ ଓ ଟିକେ ଟିକେ କଥାରେ ଖୁବ ରାଗି ଯାଉଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ସୌମ୍ଯଙ୍କ ମାଆ । ସେ କହିଛନ୍ତି କି, ସୋନାଲିଙ୍କ ମାଆ ଯେତେବେଳେ ତାଙ୍କ ଘରକୁ ଆସିଥିଲେ ସୌମ୍ଯଙ୍କୁ ନେଇ ଖୁବ ପ୍ରଶଂସା କରିଥିଲେ । ଯଦି ସୌମ୍ଯଙ୍କ ବିଷୟରେ ସେ ଏମିତି କିଛି ଜାଣିଥିଲେ ତେବେ ତାଙ୍କୁ କାହିଁକି ଜଣାଇଲେ ନାହିଁ ।

କାରଣ ସେମାନେ ସବୁବେଳେ ଭଲ ମନ୍ଦରେ ପରସ୍ପର ସହ କଥା ହେଉଥିଲେ । ସୋନାଲି ସୌମ୍ଯଙ୍କ ଠାରୁ ଅଧିକ ଧନୀ ପିଲାକୁ ଭଲ ପାଉଛନ୍ତି ଦେଖି ସୋନାଲିଙ୍କ ମାଆ ବି ମନ ବଦଳାଇ ଦେଇଥିଲେ ବୋଲି କହିଛନ୍ତି ସୌମ୍ଯଙ୍କ ମାଆ । କାରଣ ତାଙ୍କ ପୁଅକୁ ସବୁବେଳେ ବୁଝାଉଥିବା ସୋନାଲିଙ୍କ ମା ହଠାତ ତାଙ୍କ ପୁଅକୁ କହିଥିଲେ କି ସେ ସୋନାଲିଙ୍କୁ ଭୁଲି ଯାଆନ୍ତୁ ବୋଲି ।

ତେବେ ସୌମ୍ଯ ସୁଇସାଇଡ କରିବାକୁ ଧମକ ଦେଇଛନ୍ତି ବୋଲି ଯଦି ସୋନାଲିଙ୍କ ମା ସୌମ୍ଯଙ୍କ ପରିବାରକୁ ଜଣାଇ ଦେଇଥାନ୍ତେ ତେବେ ତାଙ୍କ ପୁଅ ଆଜି ତାଙ୍କୁ ଛାଡି ଯାଇ ନଥାନ୍ତା ବୋଲି ସେ କହିଛନ୍ତି । ଏହାସହ ତାଙ୍କ ପୁଅ ଧୋକେବାଜ ପ୍ରେମିକାଙ୍କ ଠାରୁ ଦୂରେଇ ରହିବା ପାଇଁ ଆଜି ଦୁନିଆର ଶହ ଶହ ପ୍ରେମିକଙ୍କୁ ଶିଖାଇ ଦେଇ ଯାଇଛନ୍ତି ଏବଂ ତାଙ୍କ ଭଳି ପ୍ରେମ କରି କେହି ଏମିତି ନ ମରୁ ବୋଲି ଶିଖାଇଛନ୍ତି ବୋଲି ସୌମ୍ଯଙ୍କ ମା କହିଛନ୍ତି ।

ଏହାସହ ସେ ନିଜ ପୁଅର ମୃତ୍ୟୁ ପାଇଁ ସୋନାଲି ଏବଂ ତାଙ୍କ ମାଆଙ୍କୁ ସମ୍ପୃର୍ଣ୍ଣ ଭାବେ ଦାୟୀ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।