Tapaswini ଙ୍କୁ କଣ ସତରେ ସ୍ଵାମୀ Sumit ଦରକାର ଥିଲେ ନା କେବଳ ପଇସା ଦରକାର ଥିଲା ? 17 ହଜାର ଟଙ୍କାରେ ସମାପ୍ତ ହୋଇଯିବ କି ଏହି ପ୍ରେମ କାହାଣୀ ?

ମନ ଭିତରେ ଗୁମୁରି ଗୁମୁରି କାନ୍ଦିବାରେ ଲାଗିଛନ୍ତି ତପସ୍ଵିନୀ । ସ୍ଵପ୍ନ, ଆଶା ଓ ସମ୍ଭାବନା ନେଇ ଯେଉଁଥି ପାଇଁ ସେ ସୁମିତଙ୍କୁ ପାଇବାକୁ ତାଙ୍କ ଘର ଆଗରେ ବସିଥିଲେ ସେସବୁ ଧୀରେ ଧୀରେ ପୋଖରୀରେ ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯିବାରେ ଲାଗିଛି । ତେବେ ବିବାହ ଭଳି ଏକ ପବିତ୍ର ବନ୍ଧନ ଯେଉଁଠି ସ୍ତ୍ରୀଟିଏ ସ୍ଵାମୀ ଠାରୁ ବିଶ୍ବାସ, ଭରସା, ସ୍ନେହ, ଶ୍ରଦ୍ଧା ଛଡା ଆଉ କିଛି ଲୋଡେ ନାହିଁ ସେଇଠି ସୁମିତ ଏବଂ ତପସ୍ଵିନୀଙ୍କ ଘଟଣା ବ୍ୟତିକ୍ରମ ପାଲଟିଛି ।

ଆରମ୍ଭରୁ ସୁମିତଙ୍କ ସହ ରହିବାକୁ ଚାହୁଁଥିବା ତପସ୍ଵିନୀ ଅଡି ବସିଥିବା ବେଳେ ଏବେ କୋର୍ଟ ରାୟ ପରେ ରାୟ ଶୁଣାଇ ଚାଲିଛନ୍ତି । ଏକ ରାୟରେ ତାଙ୍କୁ ସ୍ଵାମୀ ସୁମିତ ପ୍ରତିମାସରେ ୧୭ ହଜାର ଟଙ୍କା ଦେବେ ବୋଲି କୋର୍ଟ କହିଛନ୍ତି । ଅଥଚ ତପସ୍ଵିନୀ ବାରମ୍ବାର ସ୍ଵାମୀଙ୍କ ସହ ରହିବାକୁ ହିଁ ଇଚ୍ଛା କରି ଆସୁଛନ୍ତି । ବାରଣ୍ଡାରେ ବସି ନିଜ ଆତ୍ମସମ୍ମାନକୁ ଖଣ୍ଡ ଖଣ୍ଡ କରି ଶେଷରେ ଡାକ୍ତର ସୁମିତଙ୍କୁ ପାଇବାକୁ ଇଚ୍ଛା କରିବାଠୁ ଆରମ୍ଭ କରି ଏବେ ୧୭ ହଜାର ତାଙ୍କ ପର୍ଯ୍ୟନ୍ତ ଲଢେଇ ଜାରି ରଖିଛନ୍ତି ତପସ୍ଵିନୀ ।

କୋର୍ଟଙ୍କ ରାୟ ଆସିବା ହିଁ ଏବେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ପାଇଁ କେବଳ ଗୋଟିଏ ମାଧ୍ୟମ ହୋଇଯିବ ବୋଲି ଅନୁମାନ କରାଯାଉଛି । ଏବେ ଏମିତି ହେବା ଦ୍ଵାରା ସୁମିତ ଏବଂ ତପସ୍ଵିନୀଙ୍କ ଦାମ୍ପତ୍ୟ ଜୀବନରେ ଯେ କିଛି ପ୍ରେମର ଦିନ ଆସିବ ତା’ର ବି ସମ୍ଭାବନା ଦେଖାଯାଉନି । ଗୋଟେ ପଟେ ସୁମିତ ଚାହୁଁ ନାହାନ୍ତି କି ତପସ୍ଵିନୀ ତାଙ୍କ ପାଖରେ ରୁହନ୍ତୁ । ହେଲେ ତପସ୍ଵିନୀ ଏବେବି ଚେଷ୍ଟା ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ତପସ୍ଵିନୀ ଏବେ କଣ କରିବେ ଚିନ୍ତା କରିପାରୁ ନାହାନ୍ତି ।

ପୂର୍ବରୁ ଅନେକ ଲୋକ ଆକ୍ଷେପ କରି କହିଛନ୍ତି କି ତପସ୍ଵିନୀ ପଇସା ପାଇଁ ଏପରି କରୁଛନ୍ତି । କିନ୍ତୁ ତପସ୍ଵିନୀ ଯଦି ପଇସା ପାଇଁ ଏପରି କରୁଥାନ୍ତେ ତେବେ ଏବେ ପର୍ଯ୍ୟନ୍ତ ଲଢେଇ ଜାରି ରଖି ନଥାନ୍ତେ । ଯଦି ସେ ଟଙ୍କା ପାଇଁ ଏହି ଲଢେଇ ଆରମ୍ଭ କରିଥାନ୍ତେ ତେବେ ଟଙ୍କା କଥା ପ୍ରଥମରୁ କହିଥାନ୍ତେ । କିନ୍ତୁ ସେ ଆରମ୍ଭରୁ ଶାଶୁଘରେ ଜାଗା ଦେବାକୁ ଏବଂ ସୁମିତ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେବାକୁ କହି ଆସିଛନ୍ତି । ତେଣୁ ସେ ସ୍ଵାମୀଙ୍କୁ ପାଇବାକୁ ଏବେ କୋର୍ଟର ନ୍ୟାୟ ଉପରେ ହିଁ ନିର୍ଭର କରୁଛନ୍ତି ।

ଆଉ ସେପଟେ ମନ ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ତପସ୍ଵିନୀ । ତେଣୁ ଆଇନ କଣ କହୁଛି ଓ ଆଗକୁ କୋର୍ଟ କଣ ରାୟ ଦେଉଛି ଏବଂ ତପସ୍ଵିନୀଙ୍କ ପାଇଁ ସୁମିତଙ୍କ ମନରେ ପୁଣି ଥରେ ପ୍ରେମ ଆସୁଛି ନା ୧୭ ହଜାର ଟଙ୍କାରେ ଏହି ପ୍ରେମ ସମାପ୍ତ ହୋଇଯାଉଛି ଏବେ ତାହା କେବଳ ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।