ଜୀବନରେ ମାତ୍ର ଥରଟେ ସ୍କୁଲ ଯାଇଥିଲେ ସ୍ଵର ସାମ୍ରାଜ୍ଞୀ Lata Mangeshkar, ଏହା ପଛର ରୋଚକ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ଜୀବନରେ ମାତ୍ର ଥରଟେ ପାଇଁ ସ୍କୁଲ ଯାଇଥିଲେ ବଲିଉଡ ବୁଲ୍ବୁଲ ଲତା ମଙ୍ଗେସକର । ତା’ପରେ ସେ କେବେ ବି ପାଠ ପଢିବାକୁ ଆଉ ସ୍କୁଲ ବାରଣ୍ଡା ମାଡି ନଥିଲେ । ଛୋଟବେଳୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟରେ ବଡ ହୋଇଥିବା ଲତାଙ୍କ ଜୀବନ ଥିଲା ଖୁବ ରୋଚକପୂର୍ଣ୍ଣ । ସେ ଥିଲେ ଜନ୍ମ ଦୁଃଖୀ । ତେବେ ୬ଟି ବଡ ବିଶ୍ଵ ବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧି ଦେଇଥିବା ବେଳେ ସେ କିନ୍ତୁ ଜୀବନରେ ମାତ୍ର ଦିନଟେ ପାଇଁ ସ୍କୁଲ ଯାଇଥିଲେ । ସୂଚନା ଅନୁଯାୟୀ ଗରିବୀ କାରଣରୁ ଲତା ନିଜ ଭାଇ ଭଉଣୀ ମାନଙ୍କର ଦାୟିତ୍ଵ ନେଉଥିଲେ ।

କାରଣ ସେ ମାତ୍ର ୧୩ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା । ଏହାପରେ ପରିବାରର ଭାର ତାଙ୍କ କାନ୍ଧ ଉପରେ ପଡିଥିଲା । ତେଣୁ ସଙ୍ଗୀତ କ୍ଯାରିୟର ବ୍ଯତୀତ ଆଉ କିଛି ଦେଖି ନଥିଲେ । ସେଥିପାଇଁ ସେ ନିଜ ଭଉଣୀ ଆଶାଙ୍କୁ ନେଇ ଯେଉଁ ଦିନ ସ୍କୁଲ ଯାଇଥିଲେ ଠିକ ସେହିଦିନ ସ୍କୁଲର ପିଲା ମାନଙ୍କୁ ଡାକି ସଙ୍ଗୀତ ଶିକ୍ଷା ଦେବାକୁ ଲାଗିଲେ । ହେଲେ ଏସବୁ ଦେଖି ସ୍କୁଲ ଶିକ୍ଷକ ତାଙ୍କୁ ଗାଳି ଦେଇଥିଲେ । ଆଉ ସେବେ ହିଁ ସେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ ।

କହିବାକୁ ଗଲେ ସ୍କୁଲ ଯିବା ପ୍ରଥମ ଦିନରୁ ହିଁ ତାଙ୍କ ସ୍କୁଲ ଯିବା ବନ୍ଦ ହୋଇ ଯାଇଥିଲା । କିନ୍ତୁ ସେ ଥିଲେ ମାଟି ଉପର ଘାସରୁ ଆସିଥିବା ବୁଲ୍ବୁଲ ପକ୍ଷୀ । ତେଣୁ କେବେବି ନିଜ ଅହଂକୁ ଆଗକୁ ଆଣି ନଥିଲେ ଲତା । ସେ ସବୁବେଳେ କହୁଥିଲେ ମୁଁ କାହାକୁ କଣ ଶିକ୍ଷା ଦେବି, ମୋତେ ଖୋଦ ନିଜେ ଗୁରୁଙ୍କ ଆବଶ୍ୟକତା ଅଛି ।

ଏମିତିକି ଥରେ ଅଭିନେତା ଦିଲ୍ଲୀପ କୁମାର ତାଙ୍କୁ କହିଥିଲେ କି ସେ ମରାଠୀ ଭାଷୀ ହୋଇଥିବାରୁ ତାଙ୍କ ଉର୍ଦ୍ଦୁ ଭାଷା ଏତେ ଭଲ ହେଉ ନାହିଁ । ଖାସ୍ ଏଥିପାଇଁ ଏହି କଥାକୁ ମନରେ ରଖି ସେ ଉର୍ଦ୍ଦୁ ଶିକ୍ଷା ପାଇଁ ଜଣେ ଶିକ୍ଷକଙ୍କ ପକ୍ଷରୁ ଶିକ୍ଷା ଲାଭ କରୁଥିଲେ । ବ୍ୟବହାର ଶାଳୀନତା ଲତା ଦିଦି ଥିଲେ ସମସ୍ତଙ୍କର ପ୍ରିୟ । ୯୨ ବର୍ଷ ବୟସରେ ଏବେ ତାଙ୍କର ଦେହାନ୍ତ ହୋଇଛି, ଆଉ ଭାଙ୍ଗି ପଡିଛି ପୁରା ଦେଶ । ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ମଧ୍ୟ ରାଷ୍ଟ୍ରପତି ଘୋଷଣା କରିଛନ୍ତି ।

ସମ୍ମାନ ପ୍ରଦର୍ଶନ ପୂର୍ବକ ଏହି ଦୁଇ ଦିନ ରାଷ୍ଟ୍ରୀୟ ପତାକା ମଧ୍ୟ ଅର୍ଦ୍ଧନମିତ ରହିବ । ବସନ୍ତ ଆଗମନରେ ସ୍ଵର ସାମ୍ରାଜ୍ୟର ସାମ୍ରାଜ୍ଞୀ ବିଦାୟ ନେଇଥିବା ବେଳେ ପୁରା ଦେଶ ଏବେ ତାଙ୍କୁ ଝୁରିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।