୧୮ ମିଟର ଗଭୀରତାରେ ଚଟାଣ ରୂପରେ ରହିଛି ସୋନଭଦ୍ରର ମାଟି ତଳେ ୩୦୦୦ ଟନ ସୁନା!

କହିବାକୁ ଗଲେ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ମାଟି ତଳେ ସୁନା ମିଳିବାର ମାମଲା ବର୍ତ୍ତମାନ ଚର୍ଚାର ବିଷୟ ହୋଇ ଯାଇଛି । ମାଟି ତଳେ ମିଳିଥିବା ସୁନା ତିନି ହଜାର ଟନ ପାଖାପାଖି ଅଟେ । ୟୁପିର ଭୂତତ୍ୱ ଏବଂ ଖଣିକର୍ମ ନିର୍ଦେଶାଳୟ ନିଜର ରିପୋର୍ଟରେ ଏହା କହିସାରିଛନ୍ତି କି, ସୋନଭଦ୍ରରେ ସୁନା ଖୋଜିବାର କାମ କରୁଥିବା ଅଧିକାରୀ ଡା. ପୃଥ୍ୱୀ ମିଶ୍ରା କହିଥିଲେ କି ଏଠି ସୁନାର ବହୁତ ବଡ ପାହାଡ ଲୁଚି ଅଛି । ସୁନାର ଏହି ପାହାଡ ଏକ କିଲୋମିଟର ଠାରୁ ବି ଅଧିକ ଲମ୍ବା ଓ ୧୮ ମିଟର ଗଭୀର ଅଟେ । ଏହି ପାହାଡର ଚଉଡା ୧୫.୧୫ ମିଟର ଅଟେ ।

କିନ୍ତୁ ଡା. ପୃଥ୍ୱୀ ମିଶ୍ରା ବର୍ଷ ୨୦୧୧ରୁ ସେବା ନିବୃତ ହୋଇ ଯାଇଛନ୍ତି । ତାଙ୍କର କହିବା ଥିଲା କି ପାଖରେ ପାଖରେ ଥିବା ଏହି ସୁନାର ଭଣ୍ଡାର ଦୁଇଟି ଅଂସରେ ବିଭାଜିତ ହୋଇଛି । ଏହା ବିଷୟରେ ଯେତେବେଳେ ସୋନଭଦ୍ରର ପାହାଡ ଉପରେ ସୁନା ଉପରେ ରିସର୍ଚ କରୁଥିବା ଅନ୍ୟ ଏକ ଅଧିକାରୀ ଡା. ଜୟ ପ୍ରକାଶ କଥାବାର୍ତ୍ତା କରିlଲେ ତ ସେ ମିଟିଙ୍ଗରେ ଅଛନ୍ତି ବୋଲି କହି ଅଳ୍ପ ସମୟ ପରେ କଥାବାର୍ତ୍ତା କରିବା ପାଇଁ କହିଲେ ।

୨୮ ବର୍ଷ ପୂର୍ବରୁ ଜଣା ପଡି ଥିଲା କି ପାହାଡରେ ଅଛି ସୁନା

ଭୂତତ୍ୱ ଏବଂ ଖଣିକର୍ମ ବିଭାଗରୁ ରିଟାୟର୍ଡ ହେବା ପୂର୍ବରୁ ଗୋଟିଏ କାର୍ଯ୍ୟକ୍ରମରେ ଡା. ପୃଥ୍ୱୀ ମିଶ୍ରା କହିଥିଲେ କି ସୋନଭଦ୍ରର ହରଦୀ ଓ ସୋନା ପହାଡ଼ୀର ମାଟି ତଳେ ଏହି ସୁନା ଅଛି । ସବୁଠୁ ଅଧିକ ସୋନା ପହାଡୀରେ ୨୯୪୩.୨୬ଟନ ସୁନା ଅଛି ବୋଲି କହିଥିଲେ । ଅନ୍ୟ ପଟେ ହରଦୀରେ ୬୪୬.୧୫ କିଲୋଗ୍ରାମ ସୁନା ମିଳିବାର କଥା କହିଥିଲେ । ଏହାର ଖୋଜିବାର କାମ ବର୍ଷ ୧୯୯୨ – ୯୩ରେ ଆରମ୍ଭ ହୋଇଥିଲା । କେନ୍ଦ୍ରୀୟ ସଂସ୍ଥା ଜିୟୋଲଜିକଲ ସର୍ବେ ଅଫ ଇଣ୍ଡିଆ ଏହାକୁ ଖୋଜିବାର ଆରମ୍ଭ କରିଥିଲେ । ଏହା ପରେ ଡା. ପୃଥ୍ୱୀ ମିଶ୍ରା ଏହା ଉପରେ ବହୁତ କାମ ଓ ରିସର୍ଚ କରିଥିଲେ ।

ୟୁପି ସରକାର ଆରମ୍ଭ କରିଲେ ସୁନାକୁ ବିକ୍ରି କରିବାର କାମ

ରାଜ୍ୟ ସରକାର ସୁନାର ବ୍ଲକ ଆବଣ୍ଟନର କାର୍ଯ୍ୟ ଆରମ୍ଭ କରିଛନ୍ତି । କହିଦେଉଛୁ କି ସୋନଭଦ୍ରର କୋନ କ୍ଷେତ୍ରରେ ହରଦୀ ଗ୍ରାମରେ ଓ ମହୁଲୀ କ୍ଷେତ୍ରରେ ସୁନା ପାହାଡରେ ବଡ ଭଣ୍ଡାର ଅଛି ବୋଲି ପୃଷ୍ଟି ହୋଇ ସାରିଛି । ଈ-ଟେଂଡରିଂଗ ମାଧ୍ୟମରେ ବ୍ଲକ ଗୁଡିକରେ ନିଲାମି ପାଇଁ ପ୍ରଶାସନ ୭ ଜଣ ସଦସ୍ୟ ବାଲା ଏକ ଟିମ ଗଠନ କରିଛନ୍ତି । ଏହି ଟିମ ପୁରା କ୍ଷେତ୍ରକୁ ଜିଓ ଟୈଗିଂଗ କରିବ ଓ ୨୨ ଫେବ୍ରୁୟାରୀ ୨୦୨୦ ପର୍ଯ୍ୟନ୍ତ ନିଜର ରିପୋର୍ଟ ଭୂତତ୍ୱ ଏବଂ ଖଣିକର୍ମ ନିର୍ଦେଶାଳୟ ଲଖନଊ ଦେବ ।