ଶନିବାରଦିନ ଶନିଦେବଙ୍କ ଉଦେଶ୍ୟରେ କରନ୍ତୁ ଏହି ୫ଟି କାମ, କେହି ଆପଣଙ୍କର କିଛି ବି ଅସୁବିଧା କରି ପାରିବ ନାହିଁ

ଆପଣ ଜୀବନରେ ଯେତେ ଭଲ ମଣିଷ ହୋଇଥିଲେ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କ ଉପରେ କୌଣସି ବିଶ୍ଵାସ ନାହିଁ । କେତେ ବେଳେ କିଏ ଆପଣଙ୍କର ଶତୃ ହୋଇଯିବ ଓ ଆପଣଙ୍କ ଉପରେ ଈର୍ଷା କରିବାକୁ ଲାଗିବ ବା କୌଣସି କ୍ଷତି କରିଦେବ ଏହି ସବୁ ବିଷୟରେ କହିହେବ ନାହିଁ । ଏମିତିରେ ଆପଣଙ୍କୁ ଏସବୁ ଠାରୁ ସୁରକ୍ଷା ଆବଶ୍ୟକ ହୋଇଥାଏ । ଏହି କାମ ଶନିଦେବଙ୍କ ଛଡା ଆଉ କେହି ଅଧିକ କରି ପାରିବେ ନାହିଁ ।

ଶନିଦେବଙ୍କୁ ଯିଏ ଥରେ ପ୍ରସନ୍ନ କରିଦିଏ ତାକୁ କୌଣସି ଚିନ୍ତା କରିବାକୁ ପଡେ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ୫ଟି ଏମିତି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଶନିବାର ଦିନ କରିବେ ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ।

ଘୋଡା ନାଲ

ଶନିଦେବଙ୍କ ପୂଜା କରିବା ପରେ ଘରେ, ଅଫିସରେ କିମ୍ବା ଦୋକାନରେ ଘୋଡାର ନାଲ ଲଗାଇବା ବହୁତ ଲାଭକାରୀ ହୋଇଥାଏ । ଏହା ଆପଣଙ୍କୁ ଖରାପ ନଜର ପକାଉଥିବା ଲୋକମାନଙ୍କ ଠାରୁ ରକ୍ଷା କରିଥାଏ ।

ସୋରିଷ ତେଲ ଚଢାନ୍ତୁ

ଶନିବାର ଦିନ ଶନି ମନ୍ଦିର ଯାଇ ସୋରିଷ ତେଲରେ ଅଭିଷେକ କରନ୍ତୁ । ଏହି ସମୟରେ ଅଳ୍ପ ତେଲ ନିଜ ଆଙ୍ଗୁଠିରେ ନେଇ ନିଜ କଣ୍ଠରେ ଲଗାନ୍ତୁ । ଏହିଭଳି କରିବା ଦ୍ଵାରା ସର୍ବଦା ଶନିଦେବ ଆପଣଙ୍କ ସୁରକ୍ଷା କରିବେ । ଏହା ସହିତ ଆପଣଙ୍କ ବାଣୀରେ ଏତେ ଉନ୍ନତି ହୋଇଯିବ କି ଆପଣ କେବଳ ନିଜର କଥାବାର୍ତ୍ତା ଦ୍ଵାରା ହିଁ ନିଜର ଅଧାରୁ ଅଧିକ ସମସ୍ୟାକୁ ସମାଧାନ କରି ଦେବେ ।

ତେଲ ଦୀପ

ଶନିବାର ଦିନ ସକାଳ ଓ ସନ୍ଧ୍ୟାରେ ଶନିଦେବଙ୍କ ପାଖରେ ତେଲ ଦୀପ ଜାଳନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରୁ ନକରାତ୍ମକ ଊର୍ଜା ଦୂରେଇ ଯିବ । ଏହା ସହିତ ଖରାପ ଶକ୍ତି ବି ଆପଣଙ୍କ ଘରୁ ଦୂରରେ ରହିବ ।

କଳା ସୂତା

ଶନିବାର ଦିନ ଶନିଦେବଙ୍କ ସମ୍ମୁଖରେ ଏକ କଳା ସୂତା ରଖି ଦିଅନ୍ତୁ । ଏହା ପରେ ଶନିଦେବଙ୍କୁ ଓ ସେହି କଳା ସୂତାକୁ ପୂଜା କରନ୍ତୁ । ପୂଜା ସରିବା ପରେ ସେହି କଳା ସୂତାକୁ ନିଜ ହାତରେ ବାନ୍ଧି ଦିଅନ୍ତୁ । ଏହି ସୂତା ଆପଣଙ୍କୁ ସବୁ ଦୁର୍ଘଟଣାରୁ ରକ୍ଷା କରିବ ଓ ଆପଣଙ୍କୁ ସୁସ୍ଥ ରଖିବ ।

ଲୁହା ଦାନ

ଶନିବାର ଦିନ ଲୁହା ତିଆରି ବସ୍ତୁ ଦାନ କରିବା ବହୁତ ଶୁଭ ହୋଇଥାଏ । ଏମିତିରେ ଆପଣ କୌଣସି ମନ୍ଦିର, ଟ୍ରସ୍ଟ ସେବା, ଗରିବ କିମ୍ବା ବ୍ରାହ୍ମଣକୁ ଏହା ଦାନ କରି ପାରିବେ ।