ଏହି 7 Bollywood ଷ୍ଟାର ରଖିଥାନ୍ତି ଭାରତୀୟ ସଂସ୍କୃତିରେ ବିଶ୍ବାସ, କେବେବି ନିଜ ଗୁରୁଜନଙ୍କ ପାଦ ଛୁଇଁବାର ସୁଯୋଗ ହାତଛଡା କରନ୍ତି ନାହିଁ

ଆମ ଦେଶ ଭାରତରେ ନିଜଠୁ ବଡ଼ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାକୁ ଉତ୍ତମ ସଂସ୍କାର ବୋଲି ମାନନ୍ତି । ବଲିଉଡରେ ମଧ୍ୟ ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ଏହି ଭାରତୀୟ ସଂସ୍କୃତିର ଖୁବ୍ ଆଦର କରନ୍ତି । ଆଜି ଆମେ ଏପରି କିଛି ତାରକାଙ୍କ ବିଷୟରେ ଜାଣିବା ଯେଉଁମାନେ ନାମ ଓ ଖ୍ୟାତି ଅର୍ଜନ କରିବା ପରେ ମଧ୍ୟ ନିଜଠୁ ବଡ଼ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାରେ କୁଣ୍ଠାବୋଧ କରନ୍ତି ନାହିଁ ।

ରେଖା

ଆପଣ ଦେଖିଥିବେ କେତେ ଆୱାର୍ଡ଼ ଶୋ ଗୁଡିକରେ ଅନେକ ଅଭିନେତା ରେଖାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି । କିନ୍ତୁ ରେଖା ମଧ୍ୟ ତାଙ୍କଠୁ ବଡ଼ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି । ଏକ ଶୋ ରେ ରେଖା ଗାୟିକା ଆଶା ଭୋଷଲେଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ର ଦେଖା ଯାଇଥିଲା ।

ଅକ୍ଷୟ କୁମାର

ବଲିଉଡର ଜଣାଶୁଣା ତାରକା ଅକ୍ଷୟ କୁମାରଙ୍କୁ ତାଙ୍କ କାନଡିଆନ ନାଗରିକତା ପାଇଁ ଲୋକେ ଟ୍ରୋଲ କରିବାର ସୁଯୋଗ ଛାଡି ନ ଥାଆନ୍ତି । କିନ୍ତୁ ଏହା ଛଡ଼ା ଅକ୍ଷୟ କୁମାର ତାଙ୍କ ଦେଶଭକ୍ତି ଓ ସଂସ୍କାର ଯୋଗୁଁ ମଧ୍ୟ ଖୁବ୍ ଲୋକପ୍ରିୟ । ଯେ କୌଣସି ପରିସ୍ଥିତି ଅବା ଯେ କୌଣସି ସ୍ଥାନରେ ମଧ୍ୟ ଅକ୍ଷୟ କୁମାର ନିଜଠୁ ବଡ଼ ଲୋକଙ୍କୁ ଦେଖିଲେ ତାଙ୍କ ଆଶୀର୍ବାଦ ନେବାରେ ହେଳା କରନ୍ତି ନାହିଁ । ସେ ନିଜଠୁ ବୟସରେ ବଡ଼ ଅଭିନେତାଙ୍କୁ ମଧ୍ୟ ପାଦ ଛୁଇଁ ପ୍ରଣାମ କରନ୍ତି ।

ଐଶ୍ୱର୍ଯ୍ଯା ରାୟ

ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ଯା ମଧ୍ୟ ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାରେ କୁଣ୍ଠାବୋଧ କରନ୍ତି ନାହିଁ । ଅନେକ ସମାରୋହ ଗୁଡିକରେ ଐଶ୍ୱର୍ଯ୍ଯା ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ର ଦେଖା ଯାଏ ।

ରଣବୀର ସିଂ

ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ ଖୁବ୍ ସଂସ୍କାରୀ । ଏକ ଶୋ ରେ ରଣବୀର ସିଂ, ଅମିତାଭ ବଚ୍ଚନଙ୍କ ପାଦ ତଳେ ଲମ୍ବ ହୋଇ ଶୋଇ ତାଙ୍କୁ ପ୍ରଣାମ କରିଥିଲେ ଓ ତାଙ୍କର ସେହି ସମୟର ଫୋଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଠାରେ ମଧ୍ୟ ଥାନ୍ତୁ ନା କାହିଁକି ସେ ବଡ଼ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି ।

କପିଲ ଶର୍ମା

କପିଲ ଶର୍ମା ଏକ ମଧ୍ୟବିତ୍ତ ପରିବାରରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଓ ଆଜି ସେ କମେଡିଆନ ୱାଲ୍ଡ ର ବାଦଶାହା ଅଟନ୍ତି । ସେ ତାଙ୍କ ଶୋ ରେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଥଟ୍ଟା ମଜା କରିବାର ସୁଯୋଗ କେବେ ମଧ୍ୟ ଛାଡନ୍ତି ନାହିଁ । ଏହି ଶୋ ରେ ଅନେକ ଥର କପିଲଙ୍କୁ ସିନିୟର୍ ତାରକାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାର ଦେଖା ଯାଏ ।

ଶାହରୁଖ ଖାଁ

ବଲିଉଡର ବାଦଶାହା କୁହା ଯାଉଥିବା ଶାହରୁଖ ଖାଁ ମଧ୍ୟ ନିଜ ସଂସ୍କାର ଯୋଗୁଁ ଲୋକଙ୍କ ହୃଦୟ ଜିତି ନିଅନ୍ତି । ଶାହରୁଖ ଖାଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି ।

ସଲମାନ୍ ଖାଁ:-

ବଲିଉଡର ଦବଙ୍ଗ ସଲମାନ୍ ଖାଁ କେତେ ସଂସ୍କାରୀ ଏହା ସବୁବେଳେ ଦେଖିବାକୁ ମିଳି ନ ଥାଏ । କିନ୍ତୁ ସେ ଯେବେ ବି ବୟସରେ ବଡ଼ ଅଭିନେତାଙ୍କୁ ସାକ୍ଷାତ କରନ୍ତି ତାଙ୍କ ପାଦ ଛୁଇଁ ନିଶ୍ଚୟ ଆଶୀର୍ବାଦ ନିଅନ୍ତି । ସଲମାନ୍ ଖାଁ ନିଜ ପିତା ମାତାଙ୍କୁ ଭଗବାନ୍ ଙ୍କ ପରି ପୁଜନ୍ତି ଓ ଧର୍ମେନ୍ଦ୍ର, ଜିତେନ୍ଦ୍ର ଓ ଅମିତାଭଙ୍କ ପରି ସିନିୟର୍ ଅଭିନେତାଙ୍କୁ ଖୁବ୍ ପ୍ରେମରେ ମିଳନ୍ତି ଓ ଆଦର କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।