ବାଳର ସବୁ ପ୍ରକାରର ସମସ୍ୟା ପାଇଁ ଏହିପରି ବ୍ୟବହାର କରନ୍ତୁ ପିଆଜ ରସ

ଆଜି ଆମେ ଆପଣଙ୍କ ପାଇଁ ଚୁଟିର ଗ୍ରୋଥ ପାଇଁ ଅନ୍ୟ ଏକ ସରଳ ଉପାୟ ନେଇ ଆସିଛୁ । କହିବାକୁ ଗଲେ ଏହା ପିଆଜ ସହ ଜଡିତ ଅଟେ । ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ । ଏହା ସହିତ ଏହା ଆମ ଚୁଟି ପାଇଁ ବି ବହୁତ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ କହିବୁ କି କିପରି ନିଜ ଚୁଟିରେ ପିଆଜ ରସ ଲଗାଇବା ଦ୍ଵାରା ଆପଣଙ୍କ ଚୁଟିର ସବୁ ସମସ୍ୟା ଦୂର ହୋଇଯିବେ ।

ପିଆଜ ରସ ତିଆରି କରିବା ପାଇଁ ପ୍ରଥମେ ଆପଣ ଏକ ବଡ ନାଲି ପିଆଜ ନିଅନ୍ତୁ । ଏହା ପରେ ଏହି ପିଆଜକୁ ଭଲ ଭାବରେ ଗ୍ରାଇଡିଙ୍ଗ କରିବା ପରେ ଏହାକୁ ଚା ଛଣା ଦ୍ଵାରା କିମ୍ବା କୌଣସି କପଡା ଦ୍ଵାରା ଛାଣି ନିଅନ୍ତୁ । ଏହା ପରେ ଆପଣ ଏକ ତୁଳା ସାହାର୍ଯ୍ୟରେ ସେହି ପିଆଜ ରସକୁ ନିଜ ଚୁଟିର ସବୁ ଭାଗରେ ଲଗାନ୍ତୁ ।

ଏହାର ଉପକାରିତା

ପିଆଜ ରସରେ ଏମିତି କିଛି ତତ୍ଵ ଥାଏ ଯାହା ଚୁଟିର ଝଡିବାକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ସହିତ ଚୁଟିକୁ ପ୍ରୋଟିନ ମଧ୍ୟ ଦେଇଥାଏ । ପିଆଜ ରସରେ ସଲଫର ବହୁତ ମାତ୍ରାରେ ଥାଏ ଯାହା ଚୁଟିକୁ ମୋଟା କରିବାରେ ବି ସାହାର୍ଯ୍ୟ କରିଥାଏ । କହିବାକୁ ଗଲେ ଚୁଟି ଝଡିବା କୌଣସି ଇଂଫେକ୍ସନ ଯୋଗୁ ମଧ୍ୟ ହୋଇଥାଏ । କିନ୍ତୁ ଯଦି ଆପଣ ପିଆଜ ରସର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ସେହି ଇନଫେକ୍ସନ ଦୂର ହୋଇଯିବ ।

ଏହା ପରେ ନୂଆ ଚୁଟି ବି ଉଠିଥାଏ । ପିଆଜ ରସରେ ଆନ୍ଟି ଅକ୍ସିଡେଣ୍ଟ ଥାଏ ଯାହା ଯୁବପିଢିଙ୍କର ସମୟ ପୂର୍ବରୁ ହେଉଥିବା ଧଳା ଚୁଟିକୁ ବି କଳା କରିବାରେ ସାହାର୍ଯ୍ୟ କରିଥାଏ । ଏହା ସହିତ ଏହା ଆପଣଙ୍କ ଚୁଟିକୁ ଚମକ ପ୍ରଦାନ ବି କରିଥାଏ । ଏହା ସହିତ ଏହା ଆପଣଙ୍କ ଚୁଟି ର Dandruffର ସମସ୍ୟାକୁ ବି ଦୂର କରିଥାଏ । ଯେତେବେଳେ ଆପଣ ପିଆଜ ରସକୁ ନିଜ ମୁଣ୍ଡରେ ମସାଜ କରିବେ ତେବେ ଏହା ରକ୍ତ ସଂଚାଳନକୁ ବଢାଇଥାଏ ।

ଯେତେବେଳେ ରକ୍ତ ସଂଚାଳନ ସଠିକ ଭାବରେ ହୋଇଥାଏ ତେବେ ଚୁଟିର ଗ୍ରୋଥ ବି ଭଲ ହୋଇଥାଏ । ଏହି ସବୁ ଲାଭ ପାଇଁ ଆପଣ ସପ୍ତାହକୁ କେବଳ ୨ ଥର ଏହି ପିଆଜ ରସକୁ ନିଜ ଚୁଟିରେ ଲଗାନ୍ତୁ । ଏହା ପରେ ଏହାକୁ ୧ ରୁ ୧.୫ ଘଣ୍ଟା ପର୍ଯ୍ୟନ୍ତ ନିଜ ଚୁଟିରେ ଲଗାଇ ରଖନ୍ତୁ । ଆପଣ ଏହାକୁ ରାତିରେ ବ୍ୟବହାର କରି ଶୋଇ ପାରିବେ । ଯଦି ଆପଣ ଏହାକୁ ଲଗାତାର ବ୍ୟବହାର କରିବେ ତେବେ ଆପଣଙ୍କ ଚୁଟି କଳା, ଘନ ଓ ମୋଟା ହେବାକୁ ଲାଗିବ ।