ଆଜିର ରାଶିଫଳ, 22 ଫେବୃୟାରୀ 2020, ଶନିବାର, ଏହି ୪ଟି ରାଶି ଉପରେ ଶନିଦେବଙ୍କ ବିଶେଷ କୃପା ରହିବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ ରାଶି-

ଆଜି ଆପଣଙ୍କ କାର୍ଯ୍ୟ ଅଧୁରା ରହିପାରେ । ପୁରୁଣା କଥା ପାଇଁ କୌଣସି ମତଭେଦ କରନ୍ତୁ ନାହିଁ, କାରଣ ଏହାର ପରିଣାମ ବହୁତ ଖରାପ ହେବ । ନିଜ ଜୀବନ ସାଥି ଉପରେ ସନ୍ଦେହ କରନ୍ତୁ ନାହିଁ, ଏହା ଦ୍ଵାରା ଘର ପରିବାରରେ ବିବାଦ ସୃଷ୍ଠୀ ହେବ । ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିବା ବିବାଦର ଆଜି ଅନ୍ତ ହୋଇପାରେ ଓ ଏହା ସହିତ ଆୟର ନୂଆ ସ୍ରୋତ ସ୍ଥାପିତ ହେବ ।

ବୃଷ ରାଶି-

ନିଜ ଆତ୍ମା ବିଶ୍ଵାସ ପାଇଁ ଆଜି ଆପଣ ସଫଳତା ହାସିଲ କରିବେ । ମିତ୍ରା ମାନଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ପୂରଣ ହେବ । ପୁରୁଣା ନିବେସର ଲାଭ ମିଳିବ । ଧନ ସଞ୍ଚୟ କରିବାରେ ସଫଳ ହେବେ । ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ । କାର୍ଯ୍ୟ କରିବା ପାଇଁ ମନ ଲାଗିବ । ଆପଣଙ୍କ ବୁଦ୍ଧି ସଠିକ ଡ଼ିଆଇଜିରେ ରହିବ । ହେଲେ ଅଧିକ କାର୍ଯ୍ୟ ହେତୁ ପରିବାରକୁ ସମୟ ଦେଇପାରିବେ ନାହିଁ ।

ମିଥୁନ ରାଶି-

ଆଜି ବ୍ଯବସାୟିକ ସ୍ଥଳରେ ଅନୁକୂଳ ପରିସ୍ଥିତି ରହିବ । ଉଚ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ । ଆପଣଙ୍କ ସବୁ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ । ସରକାରୀ ଚାକିରି କରୁଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ବୈବାହିକ ଜୀବନ ଆନନ୍ଦମୟ ରହିବ ଓ ଆପଣଙ୍କୁ ନିଜ ଜୀବନ ସାଥିରୁ ପୁରା ସହାୟତା ମିଳିବ ।

କର୍କଟ ରାଶି-

ଆଜି ଆପଣ ନିଜ ଚେଷ୍ଟାରେ ଜୀବନରେ ଥିବା କିଛି ସମସ୍ଯାର ସମାଧାନ କରିବେ । ବ୍ୟବସାୟରେ ଧନ ଲାଭ ହେବାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ଶ୍ରଦ୍ଧା ବଢିବ । ଆପଣ ନିଜ ପରିବାର ସହ କିଛି ଭଲ ସମୟ ଅତିବାହିତ କରିବେ । ରୋଜଗାରର ଅବସର ବିକଶିତ ହେବ । ହେଲେ ଆପଣ କୌଣସି ସ୍ଥାନରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ସିଂହ ରାଶି-

ଆଜି ଆପଣଙ୍କୁ କୌଣସି ନୂଆ ସ୍ଥାନରେ ପଢିବା ପାଇଁ ଅବସର ମିଳିବ । ଆପଣଙ୍କ ଛୋଟ ଛୋଟ ସମସ୍ଯା ଦୂର ହୋଇଯିବ । ଆଜି ଆପଣଙ୍କୁ କୌଣସି ଏକ ମହତ୍ଵପୂର୍ଣ୍ଣ ସୂଚନା ମଧ୍ୟ ମିଳିପାରେ । ଆଜି ଆପଣ ସାମାଜିକ ରୂପରେ ବ୍ୟସ୍ତ ରହିବେ । କାର୍ଯ୍ୟ କ୍ଷେତ୍ରର ଚିନ୍ତାକୁ ଘରକୁ ଆଣନ୍ତୁ ନାହିଁ, କାରଣ ଏହାଦ୍ବାରା ଆପଣଙ୍କ ଘରର ବାତାବରଣ ବଦଳି ପାରେ ।

କନ୍ୟା ରାଶି-

ଆଜି ଆପଣଙ୍କ କାର୍ଯ୍ୟରେ ବାଧା ଆସିବାର ବହୁତ ସମ୍ଭାବନା ରହିଛି । ଆପଣ ନିଜ ମିତ୍ର ମାନଙ୍କ ସହ ଆଜି ଭଲ ବ୍ୟବହାର ପଦର୍ଶନ କରନ୍ତୁ । ଭବିଷ୍ୟତ ବିଷୟରେ ନେଇ ଆପଣଙ୍କ ମନରେ କିଛି ଆଶଙ୍କା ରହିପାରେ । ଆପଣଙ୍କ ପରିସ୍ଥିତି ମଝବୁତ ରହିବ, ସେଥିପାଇଁ ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ କରିବାକୁ ହେବ । ହେଲେ ଆପଣଙ୍କ ଉପରେ ମାତା ପିତାଙ୍କ ଆଶୀର୍ବାଦ ରହିବ, ଯାହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ଯା ଧୀରେ ଧୀରେ ଦୂର ହେବ ।

ତୁଳା ରାଶି-

ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଶାନ୍ତିର ମାହୋଲ ରହିବ । ଯଦି ଆପଣଙ୍କୁ ସାହାର୍ଯ୍ୟର ଆବଶ୍ୟକତା ଅଛି, ତେବେ ଆପଣ ନିଜ ପରିଜନ ମାନଙ୍କ ଠାରୁ ସାହାର୍ଯ୍ୟ ନେଇପାରିବେ । ପିଲା ମାନଙ୍କ ସହ ଆପଣଙ୍କର ବାଦବିବାଦ ହୋଇପାରେ । ଆପଣଙ୍କ ଅଧୁରା କାର୍ଯ୍ୟ ପୂର୍ଣ୍ଣ ହୋଇଯିବ ଓ ଆଜି ଆପଣ କୌଣସି ପାରିବାରିକ ସମାରୋହରେ ବ୍ୟସ୍ତ ରହିବେ ।

ବିଛା ରାଶି-

ଆଜି ଆପଣଙ୍କ କାର୍ଯ୍ୟ ଅଧିକ ହୋଇପାରେ । ଯାହାଫଳରେ ଆପଣଙ୍କ ମାନସିକ ଚିନ୍ତା ବୃଦ୍ଧି ହେବ । ଆଜି ଆପଣଙ୍କ ଦ୍ଵାରା ହୋଇଥିବା ପ୍ରୟାସ ସଫଳ ହେବ । ଆପଣଙ୍କୁ ରୋଜଗାରରେ ସଫଳତା ମିଳିବ । ଆଜି ଆପଣ କିଛି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ବ୍ୟାପାର କରୁଥିବା ଲୋକମାନଙ୍କୁ କିଛି ବାଧାର ସାମ୍ନା କରିବାକୁ ହୋଇପାରେ ।

ଧନୁ ରାଶି-

ଆଜି ଆପଣ ପାରିବାରିକ ଯୋଜନାରେ ଭାଗ ନେବେ । ଆପଣଙ୍କୁ ନିଜ କାର୍ଯ୍ୟର ସଠିକ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର ବଢିପାରେ । ସମ୍ପର୍କୀୟ ମାନଙ୍କ ସହିତ ଭଲ ବ୍ୟବହାର ପଦର୍ଶନ କରନ୍ତୁ । କିଛି ଗମ୍ଭୀର ସ୍ଥିତିରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ମାନସିକ ସ୍ଥିତି ଭଲ ରହିବା ସହିତ ଆପଣଙ୍କ ଉପରେ ପିତା ମାତାଙ୍କ ଆଶୀର୍ବାଦ ରହିବ ।

ମକର ରାଶି-

ଆଜି ଆପଣଙ୍କୁ ନିଜ ପରିବାରର ସହଯୋଗ ପ୍ରାପ୍ତ ହେବ । ଯଦି ଆପଣ କୌଣସି ସମ୍ପତ୍ତି କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ଆଜିର ଦିନ ବହୁତ ଭଲ ରହିବ । ଆଜି ଆପଣ କୌଣସି ଧାର୍ମିକ ସ୍ଥାନକୁ ନିଜ ପରିବାର ସହ ଯାତ୍ରା କରିପାରନ୍ତି, ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କ ଜୀବନ ସାଥି ବହୁତ ଖୁସି ରହିବେ । ଯାହାଫଳରେ ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ ।

କୁମ୍ଭ ରାଶି-

ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ସଫଳତା ମିଳିବାର ଅବସର ଅଛି । ହେଲେ ଆପଣ ନିଜ ମନରେ ସକାରାତ୍ମକ ଚିନ୍ତାକୁ ଜାଗ୍ରତ କରନ୍ତୁ । ଆଜି ଆପଣଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଛୁଆ ମାନଙ୍କ ତରଫରୁ ହେଉଥିବା ସମସ୍ଯାକୁ ସମାଧାନ କରିବା ପାଇଁ କିଛି ଅଲଗା ସମୟ ରଖନ୍ତୁ । ଆଜି ଆପଣ ଊର୍ଜାରେ ଭରପୁର ରହିବେ ଓ କିଛି ଗୁରୁତ୍ଵ ନିଷ୍ପତ୍ତି ନେବେ । ଏହା ସହିତ ଆପଣଙ୍କ ମଧୁର ବାଣୀରେ ଅନ୍ୟ ଲୋକମାନେ ପ୍ରଭାବିତ ହେବେ ।

ମୀନ ରାଶି-

ଆଜି ଆପଣ ନିଜ ବ୍ୟବହାର ମାଧ୍ୟମରେ ପରିଜନ ମାନଙ୍କ ମନକୁ ଜିତିବେ । ପରିବାରରେ ସୁଖ ବାତାବରଣ ରହିବ । ଆଜିର ଦିନ ଆପଣଙ୍କ ପାଇଁ ସୁଖ ଭରିଦେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ବାଧାର ସାମ୍ନା କରିବାକୁ ହେବ । ହେଲେ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରିଦିଅନ୍ତୁ । ମିତ୍ର ଓ ସହକର୍ମୀ ମାନଙ୍କ ପୁରା ସହୟତା ଆପଣଙ୍କୁ ମିଳିବ । ଆପଣ ଆଜି କୌଣସି ସ୍ଥାନକୁ ନିଜ ପରିବାର ସହ ଭ୍ରମଣ କରିବା ପାଇଁ ଯାଇପାରନ୍ତି, ଏହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ ।