Health Tips- ଶୋଇବା ସମୟରେ ଜଲ୍ଦି ଓଜନ କମ କରିବାର ଅଚୁକ ଉପାୟ, କେବଳ କରିବାକୁ ହେବ ଏହି ସହଜ କାମ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମଣିଷ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ସେହିପରି ମୋଟାପଣ ଏକ ବହୁତ ବଡ ସମସ୍ୟା ଅଟେ । ଏହି ସମସ୍ୟାରୁ ଦୂର କରିବା ପାଇଁ ମଣିଷ ବିଭିନ ପ୍ରକାର ଉପାୟ କରିଥାଏ । ଆଜି ଆମେ ଏହି ସମସ୍ୟାରୁ କିପରି ଦୂର ରେ ରହିବା ସେହି ବିଷୟରେ ଆପଣଂକୁ ଜଣେଇବା । ଏହି ଉପାୟ ସବୁ କରିବା ଦ୍ଵାରା ଆପଣଙ୍କର ଓଜନ ନିଶ୍ଚିତ ଭାବେ କମିଯିବ । ବନ୍ଧୁଗଣ ଓଜନ ବଢିବାର ସବୁ ଠାରୁ ବଡ କାରଣ ହେଉଛି ପାଚନ କ୍ରିୟା ।

ପାଚନ କ୍ରିୟାର ଚଳନ ଉପରେ ନିର୍ଭର କରିଥାଏ ମଣିଷ ର ଶରୀର କିପରି ହେବ । ଏହି ପାଚନ କ୍ରିୟା ବହୁତ ଧୀରେ ହବା ଦ୍ଵାରା ମଣିଷର ମୋଟାପଣ ଶକ୍ତି ବଢିଯାଏ ଫଳରେ ମଣିଷ ମୋଟା ହୋଇଯାଏ । ପାଚନ କ୍ରିୟା ଠିକ ଦ୍ଵାରା ଚାଳନ କରିବା ଦ୍ଵାରା ଶରୀରର ମାତ୍ରା ଠିକ ରହିଥାଏ । ମୋଟାପଣ କୁ ଦୁର କରିବାକୁ ହେଲେ ଖାଇବାରେ ଧ୍ୟାନ ଦେବା ଯେତିକି ଦରକାର ସେତିକି ପରିମାଣରେ ଯୋଗର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ ।

ଏହା କରିବା ଦ୍ଵାରା ଶରୀରର ହାଡ ମଜବୁତ ରହିଥାଏ । ମୋଟାପଣ ର ସମସ୍ୟା ପ୍ରାୟତଃ ମହିଳା ମାନଙ୍କ ପାଖରେ ବେସି ପରିମାଣରେ ଦେଖିବାକୁ ମିଳୁଛି । କାରଣ ଏମାନେ ଗୋଟିଏ ଜାଗାରେ ବସିକି କାମ କରନ୍ତି ଯାହାଦ୍ଵାରା ଶରୀରର ଚଳନ ହୋଇପାରେ ନାହିଁ । ଆଜି ଏହି ଘରୋଇ ଉପାୟ ଦ୍ଵାରା ଆପଣଙ୍କ ମୋଟାପଣ ଦୂର ହୋଇଯିବ ।

ପ୍ରଥମତଃ ଆପଣଙ୍କୁ ସକାଳେ ଜଲଦି ଉଠିବାର ଅଛି । ଏହାପରେ ଆପଣଙ୍କ ପସନ୍ଦ ଅନୁଯାୟୀ କିଛି ଯୋଗ କରିବାର ଅଛି । ଏହାପରେ ଆପଣ କିଛି ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ସେବନ କରନ୍ତୁ । ଏହାଦ୍ଵାର ଅପଣଙ୍କ ଓଜନ କମିବାରେ ଲାଗିବ । କିନ୍ତୁ ଯଦି ଏହାକୁ ଆପଣ ଥଣ୍ଡା ପାଣି ରେ ସେବନ କରନ୍ତି ତେବେ ଓଜନ ବଢ଼ିବାରେ ଲାଗିବ ।

ଏହାଦ୍ଵାରା ପେଟ ସଫା ହୋଇଯାଏ । ଏହାପରେ ଆପଣ ନିଜର ନିତ୍ୟକର୍ମ ସାରି ଏକ ଖୋଲା ଆକାଶ ତଳକୁ ଯାଇ ସେଠାରେ ଆସନ ପକେଇକରି ପ୍ରଣେୟମ କରନ୍ତୁ । ଏହା ମୋଟାପଣ ଦୂର କରିବାରେ ବହୁତ ସାହାଯ୍ୟ କରିଥାଏ । ଏହାପରେ ସୂର୍ଯ୍ୟ ମନସ୍କାର ଯୋଗ କରନ୍ତୁ ଏହା ବହୁତ ସାହାଯ୍ୟ କରିଥାଏ ମୋଟାପଣ ଦୂର କରିବାରେ । ଯେତେ ଶାରୀରିକ ପରିଶ୍ରମ କରିବେ ସେତେ ସୁସ୍ଥ ରହିବେ ।

ଆପଣ ପାଣି ପିଇବା ପରିମାଣ ଅଧିକ କରନ୍ତୁ । ଯେତେ ଅଧିକ ପାଣି ପିଇବେ ସେତେ ଅଧିକ ଦେହ ପାଇଁ ଭଲ ହୋଇଥାଏ । ଆପଣ ସବୁବେଳେ ମାଠିଆ ପାଣି କିମ୍ବା ତମ୍ବାରେ ଥିବା ପାଣି ସେବନ କରନ୍ତୁ । ଏହା ଦେହ ପାଇଁ ବହୁତ ଭଲ ହୋଇଥାଏ । ସକାଳୁ ଉଠିକି କମ ଲୁଣ ଥିବା ଖାଦ୍ୟ ସେବନ କରନ୍ତୁ । ବିଲାତି, ମୂଳା, କାକୁଡି ଏହି ସବୁ କୁ ସେବନ କରନ୍ତୁ । ଏହିସବୁ କୁ ସାଲାଟ କରିକି ଖାଆନ୍ତୁ । ଏହାବ୍ୟତୀତ ପାଳଙ୍ଗ ପନୀର ମଧ୍ୟ ଖାଆନ୍ତୁ ।

ସବୁଦିନ ଅଲଗା ଅଲଗା ସବୁଜ ପରିବା ଥିବା ଖାଦ୍ୟ ଖାଇବେ । ଖାଇବା ସମୟରେ କେବଳ ଖାଇବା କଥା ଭାବନ୍ତୁ । ଖାଇବା ସମୟର ଅନ୍ୟ ଆଡେ ଧ୍ୟାନ ଦେବା ଦ୍ଵାରା ଆପଣ କେତେ କଣ ଖାଉଛନ୍ତି ଜାଣିପାରିବେନି । ଖାଇବାକୁ ଧୀରେ ଧୀରେ ଚୋବାଇ କରିକି ଖାନ୍ତୁ । ରୁଟି ଖାଇବା ସମୟରେ ୪ ରୁ ୬ ପଟ ରୁଟି ଖାଇବା ଉଚିତ ।

ଅଧିକା ପରିମାଣରେ ଫଳ ଖାଇବାକୁ ଚେଷ୍ଟା କରନ୍ତୁ । ରନ୍ଧା ଖାଇବାକୁ ଯେତେ କମ ଖାଇବେ ସେତେ ଦେହ ପାଇଁ ଭଲ ହୋଇଥାଏ । ଏହ ବ୍ୟତୀତ ଜିରା ର ପାଣି କୁ ସେବନ କରନ୍ତୁ । ଏହାକୁ ଗରମ ପାଣିରେ କିଛି ସମୟ ପକେଇ ଛାଣି ସକାଳେ ପିଇବାକୁ ଚେଷ୍ଟା କରନ୍ତୁ ଏହାଦ୍ଵାରା ମଧ୍ୟ ମୋଟାପଣ କମିଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।