ନିଜ ଶୋଇବା ଘରୁ ତୁରନ୍ତ କାଢନ୍ତୁ ଏହି ୫ଟି ଜିନିଷ ନହେଲେ ଲକ୍ଷ୍ମୀଛଡା ହୋଇଯିବେ – ଆଜିର ଅନୁଚିନ୍ତା !

ପ୍ରାୟତଃ ଆପଣମାନେ ଦେଖିଥିବେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମତାନ୍ତର ଦେଖା ଦେଇଥାଏ । ଏହାର କାରଣ ଯାହା ବି ହୋଇଥାଉ ନା କାହିଁକି ଏହାର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିଥାଏ ଯାହା ପରିବାରର ସୁଖ ଶାନ୍ତି ନଷ୍ଟ କରିଦିଏ । ଯଦି ଆପଣଙ୍କ ଘରେ ଏମିତି ଝଗଡା ହେଉଛି ତେବେ ବାସ୍ତୁ ଅନୁସାରେ କିଛି ଉପାୟ ଅଛି ଯାହା ଦ୍ଵାରା କଳହ ବନ୍ଦ ହୋଇଯିବ ଓ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଚାଲନ୍ତୁ ଜାଣିବା । ବାସ୍ତୁ ଅନୁସାରେ ଆପଣଙ୍କ ଶୋଇବା ଘରେ ଏମିତି କିଛି ଜିନିଷ ଥାଏ ଯାହା ଆପଣଙ୍କ କଳହ ର କାରଣ ହୋଇଥାଏ ଓ ଯଦି ଆପଣ ଏହାକୁ ବାହାର କରି ଦେଉଛନ୍ତି ତେବେ ପରିବାରରେ କେବେ କଳହ ସୃଷ୍ଟି ହେବ ନାହିଁ ।

୧. ଚପଲ

Image courtesy: Google

ଶୋଇବା ଘରେ ଚପଲ ରଖିବା ବାସ୍ତୁ ଅନୁସାରେ ଅନୁଚିତ ଅଟେ ଓ ଏହା ଦ୍ଵାରା ପରିବାରରେ ନକାରାତ୍ମକ ପ୍ରଭାବ ପଡିଥାଏ । ତେଣୁ ଭୁଲରେ ବି ଶୋଇବା ଘରେ ଚପଲ ରଖନ୍ତୁ ନାହିଁ ।

୨. ଝାଡୁ

Image courtesy: Google

ଯଦି ଆପଣ ଝାଡୁକୁ ଶୋଇବା କକ୍ଷରେ ରଖୁଛନ୍ତି ବା ତଳେ ଶୁଆଇ କରି ରଖୁଛନ୍ତି ତେବେ ଏହାର ଖରାପ ପ୍ରଭାବ ଘରେ ଦାରିଦ୍ରତା ସହ ଅଶାନ୍ତି ଆଣିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁକୁ ସର୍ବଦା କାନ୍ଥରେ ଡେରି ଲୁଚାଇବା ଭଳି ଜାଗାରେ ରଖନ୍ତୁ ।

୩. ଚିରା ମଇଳା କପଡା

Image courtesy: Google

ଘରେ ପୁରୁଣା ଚିରା କପଡା ରଖିବା ଦ୍ଵାରା ମା’ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହା ଦ୍ଵାରା ଘରେ ଦାରିଦ୍ରତା ଓ ଅଶାନ୍ତି ବଢିଥାଏ । ତେଣୁ ଭୁଲରେ ବି ଶୋଇବା ଘରେ ପୁରୁଣା ମଇଳା ଚିରା କପଡା ରଖନ୍ତୁ ନାହିଁ ।

୪. ପଲିଥିନ ଜାତୀୟ ଜିନିଷ

Image courtesy: Google

ବାସ୍ତୁ ଅନୁସାରେ ଶୋଇବା ଘରେ ପଲିଥିନ ରଖିବା ଦ୍ଵାରା ଏଥିରୁ ନକାରାତ୍ମ ଉର୍ଜ୍ଜା ବାହାରି ଥାଏ ଯାହା ଆପଣଙ୍କ ପରିବାରରେ ଅଶାନ୍ତି ଆଣିଥାଏ । ଏଣୁ ଭୁଲ ରେ ବି ଶୋଇବା ଘରେ ପଲିଥିନ ରଖନ୍ତୁ ନାହିଁ ।

୫. ଟିଭି

Image courtesy: Google

ବାସ୍ତୁ ଅନୁସାରେ ଶୋଇବା ଘରେ ଟିଭି ରଖିବା ଅନୁଚିତ ଅଟେ ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମତାନ୍ତର ଦେଖା ଦେଇଥାଏ । ଯାହା ପାଇଁ ପରିବାରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଏଣୁ ଭୁଲରେ ବି ଶୋଇବା ଘରେ ଟିଭି ରଖନ୍ତୁ ନାହିଁ, ତା ସହିତ ଖାଲି ଡବା ବା ମଇଳା ଜାତୀୟ ଜିନିଷ ରଖନ୍ତୁ ନାହିଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।