ସାବଧାନ ! ଯଦି ଆପଣ ବି ଖାଦ୍ୟରେ କେବଳ ରୁଟିର ସେବନ କରୁଛନ୍ତି ତେବେ ଗୋଟେ ଥର ପଢି ନିଅନ୍ତୁ ଏହି ଖବରଟିକୁ

ଘରେ ତିଆରି ମା’ଙ୍କର ହାତର ଖାଦ୍ୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହି ଖାଦ୍ୟ ସ୍ଵାଦିଷ୍ଟ ହେବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପଯୁକ୍ତ ଅଟେ । କିନ୍ତୁ କେତେକ ଲୋକମାନେ ଏହି ସ୍ଵାଦିଷ୍ଟ ଖାଦ୍ୟ ଚକ୍କରରେ ଅଧିକ ରୁଟି ଖାଇ ଦିଅନ୍ତି । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ଅଧିକ ରୁଟି ଖାଇବା ଦ୍ଵାରା ତାହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ?

ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ କି ଆପଣଙ୍କ ଶରୀର ପାଇଁ କେତେ ମାତ୍ରାର ରୁଟି ଖାଇବା ଲାଭଦାୟକ ହୋଇଥାଏ ।

ରୁଟିର ସେବନ କରିବାର ଲାଭ

·    କହି ରଖୁଛୁ କି ଅଟାରୁ କିଛି ଏମିତି ତତ୍ତ୍ଵ ମିଳିଥାଏ ଯାହା ଆମ ଶରୀରରେ ବିଷାକ୍ତ ପଦାର୍ଥ ପ୍ରସ୍ତୁତ କରିବାରେ ବାଧା ସୃଷ୍ଟି କରିଥାଏ । ଯାହା ଦ୍ଵାରା ଆମର ରକ୍ତ ସଂପୂର୍ଣ୍ଣ ସୁଦ୍ଧ ହୋଇଯାଏ ।

·    ଏହା ଛଡା ଯଦି ଆପଣଙ୍କର ଗୋଡରେ ବ୍ୟଥା ଅଛି ତେବେ ରୁଟିର ସେବନ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । କହି ରଖୁଛୁ କି ରୁଟିରୁ ଅଧିକ ମାତ୍ରାରେ କ୍ୟାଲସିୟମ ଏବଂ ପ୍ରୋଟିନ ମିଳିଥାଏ, ଯାହାକି ହାଡ ଗୁଡିକୁ ମଜବୁତ କରିଥାଏ । ଏହା ବ୍ୟତୀତ ରୁଟି ଆମ ଶରୀରରେ ସହଜରେ ହଜମ ମଧ୍ୟ ହୋଇଥାଏ ।

ଅଧିକ ରୁଟି ଖାଇବା ହାନିକାରକ

·    ଯଦି ଆପଣ ଅଧିକ ମାତ୍ରାରେ ରୁଟି ଖାଉଛନ୍ତି ତେବେ ତାହା ବି ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଯଦି ଆପଣ ସବୁ ସମୟରେ ରୁଟିର ସେବନ କରୁଛନ୍ତି ତେବେ ତାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ ।

·    କହିବାକୁ ଗଲେ ରୁଟିରେ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ମିଳିଥାଏ । କିନ୍ତୁ ଆପଣଙ୍କୁ ଆପଣଙ୍କ ଶରୀର ପାଇଁ ସବୁଦିନ ପାଖାପାଖି ୨୨୫ ଗ୍ରାମ କାର୍ବୋହାଇଡ୍ରେଟ ହିଁ ନେବା ଉଚିତ । କିନ୍ତୁ ଯଦି ଆପଣ ତିନି ଟାଇମ ରୁଟି ଖାଉଛନ୍ତି ତେବେ ଆପଣଙ୍କର ଶରୀରକୁ ୪୦୦ ଗ୍ରାମ କାର୍ବୋହାଇଡ୍ରେଟ ମିଳିଥାଏ । ଯାହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ସେଥିପାଇଁ ରୁଟିର ସେବନ ଏକ ସୀମିତ ମାତ୍ରାରେ ହିଁ କରିବା ଉଚିତ ।

·    କହି ରଖୁଛୁ କି କାର୍ବୋହାଇଡ୍ରେଟର ଅଧିକ ସେବନ ଶରୀରରେ ଫ୍ୟାଟ ଏକତ୍ରିତ କରିଥାଏ ଏବଂ ଏହା ଦ୍ଵାରା ଧୀରେ ଧୀରେ ଆପଣଙ୍କର ଓଜନ ବଢିବାରେ ଲାଗିଥାଏ । ଯଦି ଆପଣ ଏକ୍ସରସାଇଜ କରୁଛନ୍ତି ତେବେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ ।