ସ୍ମାର୍ଟଫୋନ ଅଧିକ ବ୍ୟବହାର କରିବା ଦ୍ଵାରା ହୋଇଥାଏ ଏହି ୫ ଟି ଭୟାନକ କ୍ଷତି, ବୈଜ୍ଞାନିକମାନେ ରିସର୍ଚ କରି କହିଛନ୍ତି କି…

୨୧ତମ ଶତାବ୍ଦୀ ଆସୁ ଆସୁ ଇଲେକଟ୍ରନିକ୍ସ ମେସିନ ମଣିଷକୁ ଏମିତି ସୁବିଧା ଦେଉଛି କି ଯାହା ଦ୍ଵାର ମଣିଷ ଘରେ ବସି ସବୁକିଛି କରି ପାରିଥାଏ । ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ସବୁଠୁ ଅଧିକ ଦରକାରୀ ଅଟେ । ସମସ୍ତେ ଆଜିକାଲି ସବୁ କାମ ଅପେକ୍ଷା ମୋବାଇଲକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଘରେ ବସି ଆପଣ ସାତ ସମୁଦ୍ର ପାରରେ ଥିବା ଲୋକମାନନାଙ୍କ ସହ ସହଜରେ କଥାବାର୍ତ୍ତା କରି ପାରି ଥାନ୍ତି ।

କିନ୍ତୁ କିଛିଟା ଅର୍ଥରେ ମୋବାଇଲ ସଠିକ ବି ହୋଇ ନ ଥାଏ । ସ୍ମାର୍ଟଫୋନ ଅଧିକ ବ୍ୟବାହାର କରିବା ଦ୍ଵାରା ଏହି ୫ ଟି ଭୟାନକ କ୍ଷତି ହୋଇଥାଏ ।

ସ୍ମାର୍ଟଫୋନ ଅଧିକ ବ୍ୟବହାର କରିବା ଦ୍ଵାରା ହୋଇଥାଏ ଏହି ୫ଟି ଭୟାନକ କ୍ଷତି

୧. ଏହି ଟପିକ ଉପରେ କିଛି ବୈଜ୍ଞାନିକମାନେ ରିସର୍ଚ ମଧ୍ୟ କରିଛନ୍ତି ଏବଂ ତାଙ୍କର କହିବା ଅଟେ କି ସ୍ମାର୍ଟଫୋନ, ଲ୍ୟାପଟପ ଏବଂ କମ୍ପିଉଟରରୁ ବାହାରୁଥିବା ଆର୍ଟିଫିଶଲ ଲାଇଟ ଆପଣଙ୍କର ନିଦକୁ ପ୍ରଭାବିତ କରିଥାଏ ।

୨. ମୋବାଇଲର ଅଧିକ ଉପଯୋଗ ବିଭିନ୍ନ ରୋଗକୁ ଆମନ୍ତ୍ରିତ କରିଥାଏ । ଯାହା ଦ୍ଵାରା ଆପଣଙ୍କର ଶରୀର ମାଇଗ୍ରେନ, ଅନିଦ୍ରା, ଜେଟ ଲ୍ୟାଗ ଭଳି ବିଭିନ୍ନ ରୋଗର ଶିକାର ହୋଇଯାଏ ।

୩. ଯେମିତି କି ଆପଣ ଜାଣନ୍ତି କି ମୋବାଇଲର ଆଲୋକ ଆଖିରେ ସିଧା ପ୍ରଭାବ ପକାଇଥାଏ । ସେଥିପାଇଁ ଆଖିର କ୍ଷମତା ଜଲ୍ଦି କମି ଯାଇଥାଏ । ଏହା ସମ୍ବନ୍ଧିତ ସମସ୍ୟା ବି ବଢିଯାଏ ।

୪. ଆମେରିକାର ସାଲ୍କ ଇଂସ୍ଟିଟ୍ଯୂଟର କିଛି ବୈଜ୍ଞାନିକମାନେ ବି ଏହି ଟପିକ ଉପରେ ରିସର୍ଚ କରିଛନ୍ତି । ଏହା ଅନୁସାରେ ଆମର ଶରୀରରେ କ୍ଲକକୁ ଠିକ କରିବାର ସକ୍ଷମ ଅଟେ କିନ୍ତୁ ଆଖିର କିଛି କୋଶିକା ଗୁଡିକ ଯେତେବେଳେ ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲରେ ମିଳୁଥିବା ଆର୍ଟିଫିଶଲ ଲାଇଟର ସମ୍ପର୍କରେ ଆସିଥାଏ । ତେବେ ବ୍ୟକ୍ତିର ଆନ୍ତରିକ ସମୟ ଚକ୍ର ପ୍ରଭାବିତ ହୋଇଥାଏ ।

୫. ଅନୁସନ୍ଧାନକର୍ତ୍ତାଙ୍କ ଅନୁସାରେ, ଏହି ସମସ୍ତ ବିକାରକୁ କ୍ୟାନ୍ସର, ମୋଟାପା, ଇଂସୁଲିନ ପ୍ରତି ପ୍ରତିରୋଧ, ମେଟାବଲିଜ୍ମ ସିଂଡ୍ରୋମ ଏବଂ କେତେକ ଅନ୍ୟ ରୋଗ ଗୁଡିକ ସହ ବି ଯୋଡ଼ା ଯାଇଥାଏ । ଯାହାକି ବ୍ୟକ୍ତିଙ୍କର ଜୀବନ ମଧ୍ୟ ନେଇ ପାରେ ।