ଭାଇରାଲ୍ ବୟ ସତ୍ୟ, ବସ୍ତିରେ ରହୁଛି ହେଲେ ନାଚ ଓଃ ପୂରା ଜବରଦସ୍ତ, DCP ବନିଗଲେ ଫ୍ୟାନ୍, ଦେଖନ୍ତୁ Video

ଆମ ମଧ୍ୟରେ ଅନେକ ପ୍ରତିଭା ସବୁ ରହିଛନ୍ତି । କିଛି ଲୁକ୍କାୟିତ ଅବସ୍ଥାରେ ଥାଆନ୍ତି ଓ ଆଉ କିଛି ଦୃଷ୍ଟି ଆଢୁଆଳରେ ଥାଇ ମଧ୍ୟ ଅଣଦେଖା ହୋଇ ଯାଇଥାନ୍ତି । ଏମିତି ଏକ ପ୍ରତିଭା ତଥା ୧୦ ବର୍ଷର ବାଳକ ସତ୍ୟନାରାୟଣ ହଂସ୍ତା ସମସ୍ତଙ୍କ ଧ୍ୟନ ଆକର୍ଷଣ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ଏଭଳି ଏକ ପ୍ରତିଭାଙ୍କ ଡାନ୍ସ । ତାଙ୍କ ସୁନ୍ଦର ନାଚ ଦେଖି ନିଜେ ଭୁବନେଶ୍ବର ଡ଼ିସିପି ମଧ୍ୟ ଟ୍ବିଟ କରି ଜଣେଇଛନ୍ତି । ବଲିଉଡ ଗୀତ ‘ତାକି ତାକି’ ରେ ତାଙ୍କ ନାଚ ଦେଖି ଭୁବନେଶ୍ବର ଡ଼ିସିପି ଫ୍ୟାନ ହୋଇ ଯାଇଛନ୍ତି ।

ସତ୍ୟନାରାୟଣ ବାରିପଦାର ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ସେ ଟିଭିରୁ ଦେଖି ଦେଖି ଏମିତି ନାଚ ଶିଖିଛନ୍ତି । ଗାଁ ରେ କିଛି ପ୍ରତିଯୋଗୀତା ହେଲେ ସେ ଟିଭି ଏବଂ ଇଣ୍ଟରନେଟରୁ ଦେଖି ଦେଖି ନାଚ ଅଭ୍ଯାସ କରନ୍ତି । ଗ୍ରାମବାସୀ ମଧ୍ୟ ତାଙ୍କ ନାଚ ଦେଖିବାକୁ ଖୁବ ଭଲ ପାଆନ୍ତି । ଆଗକୁ ସେ ଭଲ ଭାବେ ନାଚ ପ୍ରଶିକ୍ଷଣ ନେବାକୁ ଇଚ୍ଛା ରଖିଛନ୍ତି ଓ ଏହି ସମ୍ବନ୍ଧରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇଛନ୍ତି ।

ନାଚର ବିଭିନ୍ନ ଶୈଳୀ ବିଷୟରେ ତାଙ୍କର କୌଣସି ଜ୍ଞାନ ନଥିବା ବେଳେ କେବଳ ଟିଭି ଏବଂ ଇଣ୍ଟରନେଟରୁ ଦେଖି ଦେଖି ଖୁବ ନିପୁଣ ଭାବେ ଡାନ୍ସ କରୁଛନ୍ତି ୧୦ବର୍ଷର ଏହି ଛୋଟ ପୁଅ । ସେ ନାଚିବାକୁ ଖୁବ ଭଲ ପାଇବା ସହ ପ୍ରତିଦିନ ଡାନ୍ସ ଅଭ୍ଯାସ ମଧ୍ୟ କରନ୍ତି । ବଡ ହୋଇ ଜଣେ ଭଲ ଡାନ୍ସର ହେବାକୁ ଇଚ୍ଛା ରଖିଛନ୍ତି ସତ୍ୟନାରାୟଣ ।

ସେ ଖୁବ ଚମତ୍କାର ଭାବେ ଡାନ୍ସ ଦେଖାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ତାଙ୍କ ବାପା ଚେଷ୍ଟା କରୁଛନ୍ତି ତାଙ୍କ ସକ୍ଷମ ଅନୁସାରେ କେଉଁ ଡାନ୍ସ ସ୍କୁଲରେ ତାଙ୍କୁ ଦାଖଲ କରେଇବା ପାଇଁ । ପାଠପଢା ସହ ଡାନ୍ସ ଏବଂ ସ୍ପୋର୍ଟ୍ସ ରେ ଖୁବ ରୁଚି ରଖିଛନ୍ତି ସତ୍ୟନାରାୟଣ । ସତ୍ୟନାରାୟଣଙ୍କ ବାପା ଯେତେବେଳେ ଜାଣିବାକୁ ପାଇଲେତାଙ୍କ ୧୦ ବର୍ଷର ବାଳକକୁ ପୋଲିସ ଖୋଜୁଛି ସେ ଚିନ୍ତାରେ ପଡି ଯାଇଥିଲେ ।

କିନ୍ତୁ ପରେ ଯେତେବେଳେ ଜାଣିବାକୁ ପାଇଲେ ଯେ ଡାନ୍ସ ପାଇଁ ତାଙ୍କ ପୁଅ ପ୍ରଶଂସାର ପାତ୍ର ହୋଇଛି ସେ ଖୁବ ଖୁସି ହୋଇଥିଲେ । ତାଙ୍କ ନୃତ୍ୟ ଦେଖି ଡ଼ିସିପି ତାଙ୍କୁ ଖୁସିରେ କିଛି ଟଙ୍କା ମଧ୍ୟ ଦେଇଥିଲେ । ତାଙ୍କ ବାପା ଆଶା ରଖିଛନ୍ତି ଯେ ତାଙ୍କ ପୁଅକୁ ଯଦି କିଛି ସାହାଯ୍ୟ ମିଳେ ତେବେ ସେ ନିଶ୍ଚୟ ଆଗକୁ ଯିବ , ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।