ଉପରବାଲା ର ଅଦ୍ଭୁତ ଖେଳ: Sidharth Shukla ଙ୍କ ସମେତ Balika Badhu ର ଏହି 3 ବଡ Actor ଦୁନିଆକୁ କହିସାରିଛନ୍ତି ଅଲବିଦା…

‘ବିଗ ବସ୍-୧୩’ ବିଜେତା ତଥା ଟିଭିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମାତ୍ର ୪୦ ବର୍ଷ ବୟସରେ ନି-ଧ-ନ ହୋଇଯାଇଛି । ହଠାତ ହୃ-ଦ-ଘା-ତ-ରେ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ତାଙ୍କର ଅନେକ ପ୍ରଶଂସକ ଥିଲେ ଓ ସେ ବର୍ତ୍ତମାନ ନିଜ କ୍ଯାରିଅର ଶୀର୍ଷରେ ଥିଲେ । ଏମିତି ସମୟରେ ଅଚାନକ ତାଙ୍କ ଦୁନିଆ ଛାଡିଯିବା ଖବରରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ଏତେ କମ ବୟସରେ ତାଙ୍କର ନି-ଧ-ନ-ରେ ପୁରା ଇଣ୍ଡଷ୍ଟ୍ରି ଏବଂ ତାଙ୍କ ଫ୍ୟାନ୍ସ ଖୁବ ଉଦାସ ଅଛନ୍ତି ।

ଟିଭି ସିରିଏଲ ‘ବାଲିକା ବଧୂ’ ରୁ ସେ ରାତାରାତି ଘରେ ଘରେ ପରିଚିତ ହୋଇ ପାରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ ସିଦ୍ଧାର୍ଥଙ୍କ ପୂର୍ବରୁ ‘ବାଲିକା ବଧୂ’ ସିରିଏଲର ଅନ୍ୟ ଦୁଇ ଆକ୍ଟରଙ୍କ ମଧ୍ୟ ନି-ଧ-ନ ହୋଇସାରିଛି । ସିଦ୍ଧାର୍ଥଙ୍କ ମୃତ୍ୟୁରୁ ଲାଗିଥିବା ଶକ୍ତ ଝଟକାରୁ ବାହାରିବା ପାଇଁ ତାଙ୍କ ପରିଜନ ଏବଂ ଫ୍ୟାନ୍ସଙ୍କୁ ଅନେକ ସମୟ ଲାଗିବ । ସିଦ୍ଧାର୍ଥ ବିଲକୁଲ ସୁସ୍ଥ ଥିବା ବେଳେ ତାଙ୍କର ଏପରି ମୃ-ତ୍ୟୁ ତାଙ୍କ ପରିଜନ ଏବଂ ପ୍ରଶଂସକଙ୍କୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି ।

ଆପଣ ଜାଣିଥିବେ ସିରିଏଲ ‘ବାଳିକା ବଧୂ’ ରେ ସିଦ୍ଧାର୍ଥ ଆଇଏଏସ ଅଫିସର ଶିବରାଜ ଶେଖରଙ୍କ ଭୂମିକରେ ଅଭିନୟ କରିଥିଲେ ଓ ତାଙ୍କୁ ଲୋକେ ଖୁବ ପସନ୍ଦ କରିଥିଲେ । ଏହି ଚରିତ୍ର ଜଣେ ବିଶ୍ଵସ୍ତ ପୋଲିସ ଅଧିକାରୀ, ପରିବାରର ଯତ୍ନ ନେଉଥିବା ପୁଅ ଓ ପତ୍ନୀଙ୍କୁ ପ୍ରେମ କରୁଥିବା ଜଣେ ଆଦର୍ଶବାଦୀ ବ୍ୟକ୍ତିଙ୍କ କାହାଣୀକୁ ଦର୍ଶାଉଥିଲା ।

ଅର୍ଥାତ ଶିବଙ୍କ ଭୂମିକା ସର୍ବଗୁଣ ସମ୍ପନ୍ନ ଥିଲା । ଏହି ସିରିଏଲର ସିଦ୍ଧାର୍ଥଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ତଥା ଆନନ୍ଦି ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ ମଧ୍ୟ ପୂର୍ବରୁ ଦୁନିଆକୁ ଅଲବିଦା କହି ସାରିଛନ୍ତି । ସେ ମାତ୍ର ୨୫ ବର୍ଷ ବୟସରେ ଦୁନିଆ ଛାଡି ଦେଇଥିଲେ । ତେବେ ପ୍ରତ୍ୟୁଷାଙ୍କ ମୃ-ତ୍ୟୁର କାରଣ ଥିଲା ଆ-ତ୍ମ-ହ-ତ୍ୟା । ପାରିବାରିକ ସମସ୍ଯାକୁ ନେଇ ଅଭିନେତ୍ରୀ ଏହିପରି ଏକ ପଦକ୍ଷେପ ନେଇଥିଲେ ବୋଲି ଶୁଣିବାକୁ ମିଳିଥିଲା । ତାଙ୍କ ନି-ଧ-ନ-ରେ ମଧ୍ୟ ଲୋକେ ଖୁବ ଶୋକ ପ୍ରକାଶ କରିଥିଲେ ।

ପ୍ରତ୍ୟୁଷା ମଧ୍ୟ ସିଦ୍ଧାର୍ଥଙ୍କ ପରି ‘ବିଗ ବସ୍’ ରେ ଭାଗ ନେଇ ସାରିଥିଲେ । ସିଦ୍ଧାର୍ଥ ଶୁକ୍ଲା ଓ ପ୍ରତ୍ୟୁଷା ବାନାର୍ଜୀଙ୍କ ବ୍ଯତୀତ ଅଭିନେତ୍ରୀ ସୁରେଖା ସିକ୍ରି ଙ୍କର ମଧ୍ୟ ଚଳିତ ବର୍ଷ ନି-ଧ-ନ ହୋଇଛି । ସେ ‘ବାଲିକା ବଧୂ’ ରେ ଦାଦିସା ଙ୍କ ଚର୍ଚ୍ଚିତ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ମଧ୍ୟ ଅନେକ ଫ୍ୟାନ ଫଲୋଇଂ ଥିଲେ । ସମୁଦାୟ ଭାବେ ଦେଖିଲେ ସିଦ୍ଧାର୍ଥ ଶୁକ୍ଲା, ସୁରେଖା ସିକ୍ରି ଓ ପ୍ରତ୍ୟୁଷା ବାନାର୍ଜୀ, ଏହି ତିନି କଳକଳରଙ୍କ ନି-ଧ-ନ ଫ୍ୟାନଙ୍କୁ ଖୁବ ଦୁଃଖ ଦେଇଛି ।

ଏହି ତିନି ଜଣ କଳାକାର ସିରିଏଲ ‘ବାଲିକା ବଧୂ’ ମାଧ୍ୟମରେ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡି ଯାଇଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।