ବିଜୟ ମହାନ୍ତିଙ୍କୁ ଝୁରୁଛନ୍ତି ସୁନା ପଞ୍ଜୁରି ର ‘ମାମା’, କହିଲେ କିଛି ଏମିତି କଥା କି ଯାହା ଆପଣଙ୍କ ହ୍ରୁଦୟକୁ ଛୁଇଁଯିବ

ଓଡିଆ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ବିଜୟ ମହାନ୍ତିଙ୍କ ମୃତ୍ୟୁରେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ଅଥବା ପୁରା ଓଡିଶାବାସୀ ଦୁଃଖରେ ଭାଙ୍ଗି ଯାଇଛନ୍ତି । କିନ୍ତୁ ଶ୍ଵେତା ମିଶ୍ର ଏହି କଥାକୁ ସହଜରେ ବିଶ୍ଵାସ କରି ପାରୁ ନାହାନ୍ତି । କହିବାକୁ ଗଲେ ୧୯୯୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ସୁନା ପଞ୍ଜୁରି ମୋ ରୂପା ପଞ୍ଜୁରି’ରେ ବିଜୟ ମହାନ୍ତିଙ୍କ ନାତୁଣୀ ଭୂମିକାରେ ଶ୍ଵେତା ମିଶ୍ର ଅଭିନୟ କରିଥିଲେ ।

ସେହି ଦିନ ଠାରୁ ଶ୍ଵେତା ମିଶ୍ରଙ୍କ ସହ ବିଜୟ ମହାନ୍ତି ଏକ ନିବିଡ ସମ୍ପର୍କ ଗଢି ଉଠିଥିଲା । ଏମିତିରେ ବିଜୟ ମହାନ୍ତିଙ୍କ ବିୟୋଗରେ ଶ୍ଵେତା ମିଶ୍ର ପୂରାପୂରି ଭାଙ୍ଗି ପଡିଛନ୍ତି । ବିଜୟ ମହାନ୍ତିଙ୍କ ବିୟୋଗ ପରେ ଶ୍ଵେତା ମିଶ୍ର ଦୁଖିତ ହୋଇ କହିଛନ୍ତି କି, ସେ ଫିଲ୍ମରେ ମୋର ଅଜା ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଅସଲ ଜୀବନରେ ବି ମୁଁ ତାଙ୍କୁ ନିଜର ଅଜା ଭଳି ଦେଖୁଥିଲି । ମୋତେ ଲାଗୁଛି କି ଆଜି ମୋର ଅଜା ମୋତେ ଛାଡି ଚାଲି ଯାଇଛନ୍ତି ।‘

ଏହା ଛଡା ସେ ସୁନା ପଞ୍ଜୁରି ମୋ ରୂପା ପଞ୍ଜୁରି’ ଫିଲ୍ମ ବିଷୟରେ ମନେ ପକାଇ କହିଲେ କି ଏହି ଫିଲ୍ମର ସ୍ମୃତି ସବୁବେଳେ ତାଙ୍କ ଜୀବନର ଏକ ଅଭୂଲା ସ୍ମୃତି ହୋଇ ରହିବ । ବିଜୟ ମହାନ୍ତି ତାଙ୍କ ଜୀବନର ପ୍ରଥମ ହିରୋ । ଯାହାକୁ ସେ କେବେ ବି ଭୁଲି ପାରିବେ ନାହିଁ । ସେ ଆଗକୁ କହୁଛନ୍ତି କି ମୁଁ ଅସଲ ଜୀବନରେ କେବେ ବି ମୋର ଅଜାଙ୍କୁ ଦେଖି ନାହିଁ । ସେଥିପାଇଁ ବିଜୟ ମହାନ୍ତି ହେଉଛନ୍ତି ମୋର ଅଜା । ଏହି ଫିଲ୍ମର ୪୫ଦିନର ଶୁଟିଙ୍ଗରେ ମୁଁ ପାଖାପାଖି ୪୦ ଦିନ ତାଙ୍କ ପାଖରେ ରହିଥିଲି । ସେ ବି ମୋତେ ବହୁତ ଭଲ ପାଆନ୍ତି ।‘

ଏହି ଫିଲ୍ମ ବିଷୟରେ ସେ ଆଗକୁ କହିଲେ କି, ମୁଁ ଯେତେବେଳେ ଫିଲ୍ମରେ ବିଜୟ ମହାନ୍ତିଙ୍କ ନାତୁଣୀ ଭୂମିକାରେ ଅଭିନୟ କରିଥିଲି, ସେତେବେଳେ ମୁଁ ଜାଣି ନ ଥିଲି କି ମୁଁ ଏତେ ବଡ ଷ୍ଟାରଙ୍କ ସହ କାମ କରୁଛି । କିନ୍ତୁ ଯେତେବେଳେ ମୁଁ ଜାଣି ପାରିଲି ସେତେବେଳେ ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ କରିଲି ।‘

ଆପଣଙ୍କୁ କହିଦେଉଛୁ କି ଏହି ଫିଲ୍ମ ଛଡା ଶ୍ଵେତା ମିଶ୍ର ବିଜୟ ମହାନ୍ତିଙ୍କ ସହ ଅନ୍ୟ କେତେକ ଫିଲ୍ମରେ ବି କାମ କରିଛନ୍ତି । ଯଦି ଶ୍ଵେତା ମିଶ୍ରଙ୍କ ବିଷୟରେ କଥାବାର୍ତ୍ତା କରିବା ତ ସେ ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମରେ ନଜର ଆସୁ ନାହାନ୍ତି । କିନ୍ତୁ ସେ ଓଡିଶାର ପ୍ରସିଦ୍ଧ ଗାୟିକା ଅଟନ୍ତି ଓ ସେ ବହୁତ ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି ।