Sidharth ଙ୍କ ସଂଘର୍ଷର କାହାଣୀ, ନିଜ ପାଇଁ ନୁହେଁ ବରଂ ମା’ଙ୍କ ପାଇଁ କରୁଥିଲେ ଅଭିନୟ, ତାଙ୍କ ସାଙ୍ଘର୍ଷ ର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ମେଗା ଶୋ ‘ବିଗ ବସ୍-୧୩’ ର ବିଜେତା ତଥା ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁରେ ତାଙ୍କ ପରିଜନ ଓ ଫ୍ୟାନ୍ସଙ୍କ ସହ ସଂପୂର୍ଣ୍ଣ ଫିଲ୍ମ ଜଗତ ମ୍ରିୟମାଣ ହୋଇପଡିଛି । ସେ ଦୁନିଆରୁ ଚାଲିଯିବା ପରେ ସବୁଆଡେ ତାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି । ଆଉ ଏହି ସମୟରେ ତାଙ୍କ ବିଷୟରେ କିଛି ନୂଆ କଥା ମଧ୍ୟ ପଦାକୁ ଆସିଛି । ଶୁଣିବାକୁ ମିଳୁଛି ନିଜ ଇଚ୍ଛାରେ ନୁହେଁ ବରଂ ମା’ଙ୍କ ଇଚ୍ଛା ରଖି ଅଭିନୟ ଜଗତରେ ପଦା ଦେଇଥିଲେ ସିଦ୍ଧାର୍ଥ ଶୁକ୍ଲା । ଯାହା ଆଜି ତାଙ୍କୁ ଆଣି ଦେଇଥିଲା ସ୍ଵତନ୍ତ୍ର ପରିଚୟ ।

ସିରିଏଲରେ ତାଙ୍କର ନିଖୁଣ ଅଭିନୟକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ପରଲୋକ ଘଟିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପ୍ରଶଂସକ । ସିଦ୍ଧାର୍ଥ କେବଳ ଟିଭିର ଜଣାଶୁଣା ଅଭିନେତା ନୁହନ୍ତି ବରଂ କରଣ ଜୋହରଙ୍କ ସୁପରହିଟ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଳ୍ହନିୟା’ ଫିଲ୍ମରେ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ବିଗ ବସ୍-୧୩ ରେ ମଧ୍ୟ ଦର୍ଶକ ତାଙ୍କ ନୂଆ ଅନ୍ଦାଜ ଖୁବ ପସନ୍ଦ କରିଥିଲେ ଓ ଏହି ଶୋ ର ବିଜେତା ହୋଇଥିଲେ ସିଦ୍ଧାର୍ଥ ।

ତାଙ୍କର ଏପରି ଅକାଳ ବିୟୋଗ ଖବର ଶୁଣି ତାଙ୍କ ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସିଦ୍ଧାର୍ଥ ଟିଭି ଶୋ ର ଏକ ପ୍ରସିଦ୍ଧ ଚେହେରା ହୋଇଥିଲେ ମଧ୍ୟ ଅଭିନୟ କିମ୍ବା ମଡେଲିଂ ପ୍ରତି ତାଙ୍କର ଆରମ୍ଭରୁ ଆଗ୍ରହ ନଥିଲା । ସେ ବିଜନେସ କରିବାକୁ ହିଁ ଚାହୁଁଥିଲେ । ତାଙ୍କ ଲୁକ ଯୋଗୁଁ ଲୋକମାନେ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ । ୨୦୦୪ ମସିହାରେ ତାଙ୍କ ମା’ଙ୍କ କଥାରେ ସେ ଏକ ମଡେଲିଂ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।

ସିଦ୍ଧାର୍ଥ ବିନା ପୋର୍ଟଫୋଲିଓରେ ସେଠାରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଲୁକ ଦେଖି ଜୁରୀ ମାନେ ତାଙ୍କୁ ଚୟନ କରି ନେଇଥିଲେ । ଅନିଚ୍ଛା ସତ୍ତ୍ୱେ ମା’ଙ୍କ କଥା ରଖି ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ସିଦ୍ଧାର୍ଥ ଜାଣି ନଥିଲେ ଯେ ଏହା ତାଙ୍କ ଭାଗ୍ୟ ବଦଳାଇ ଦେବା । ଏଥିରେ ସେ ବିଜୟୀ ମଧ୍ୟ ହୋଇଥିଲେ ।

ଏହାପରେ ସିଦ୍ଧାର୍ଥଙ୍କୁ ୨୦୦୮ରେ ତୁର୍କୀରେ ଆୟୋଜିତ ହୋଇଥିବା ବିଶ୍ଵର ସବୁଠାରୁ ବଡ ମଡେଲିଂ ଶୋ କୁ ପଠାଯାଇ ଥିଲା । ସେଠାରେ ମଧ୍ୟ ସିଦ୍ଧାର୍ଥ ବିଜୟୀ ହୋଇ ଦେଶର ନାମ ଉଚ୍ଚ କରିଥିଲେ । ପରେ ଏକ ଫେୟାରନେସ କ୍ରିମର ବିଜ୍ଞାପନରେ ସିଦ୍ଧାର୍ଥ କାମ କରିଥିଲେ । ଏହାପରେ ସେ ଟିଭି ଶୋ ‘ବାବୁଲ କା ଆଙ୍ଗନ ଛୁଟେ ନା’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଏଥିରେ ତାଙ୍କୁ ଖାସ ପରିଚୟ ମିଳିପାରି ନଥିଲା ।

ଏହାପରେ କଲର୍ସ ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ ରେ ସିଦ୍ଧାର୍ଥ ଲୋକପ୍ରିୟ ଚରିତ୍ର ଶିବ୍ ଭୂମିକାରେ ଅଭିନୟ କରିଥିଲେ ଓ ଏହି ସିରିଏଲ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଛୁଇଁ ଖୁବ ଲୋକପ୍ରିୟତା ହାସଲ କରିଥିଲେ ସିଦ୍ଧାର୍ଥ ଶୁକ୍ଲା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।