ପ୍ରବଳ ଶିତରୁ ବଞ୍ଚିବା ପାଇଁ ଲଗାଇଥିଲେ ନିଆଁ, ହଠାତ ହେଲା ଧମାକା, ଉଡିଗଲା ହାତ

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି, ଆପଣ ଏହି ସବୁ ଘଟଣା ବିଷୟରେ ଜାଣିଲେ ବୋଧେ ବିଶ୍ଵାସ କରିନପାରନ୍ତି, ହେଲେ ଏହା ସତ । ଏହି ପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଉତ୍ତର ପ୍ରଦେଶର ଇଟାବାରେ ଶିତରୁ ବଞ୍ଚିବା ପାଇଁ ଲଗାଇଥିଲେ ନିଆଁ, ହାତକୁ ନିଆଁରେ ସେକୁଥିବା ସମୟରେ ଏମିତି ଏକ ଘଟଣା ଘଟିଲା ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ହେଉଛି ଫ୍ରେଣ୍ଡ୍ସ କଲୋନୀ ଥାନା କ୍ଷେତ୍ରର । ନିଆଁ ଲଗାଇବା ଫଳରେ ଏମିତି ଏକ ବିସ୍ପୋରଣ ହୋଇଥିଲା, ଯେଉଁଥିରେ ଯୁବକର ହାତ କଟି ଉଡି ଯାଇଥିଲା । ବହୁତ ଶୋଚନୀୟ ଅବସ୍ଥାରେ ଥିବା ଯୁବକକୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଏହି ଘଟଣାର ସୂଚନା ମିଳିବା ପରେ ଏସଏସପି , ଏସିପି ସିଟି, ସିଓ ସମେତ ଫରେନ୍ସିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଅନୁସନ୍ଧାନ ଆରମ୍ଭ କରିଥିଲା ।

ପ୍ରତକ୍ଷଦର୍ଶୀଙ୍କ ମତରେ, ମୂଲଚନ୍ଦ କୁଶବାହ ଙ୍କ ଖାଲି ପ୍ଲଟରେ ତାଙ୍କ ପୁଅ ଅରୁଣ କୁମାର ଶୀତରୁ ବଞ୍ଚିବା ପାଇଁ ଜାଳ ଜମା କରି ସେଠାରେ ନିଆଁ ଲଗାଇଥିଲା । ସେହି ଜାଳରେ ଏକ ପ୍ଲାଷ୍ଟିକର ବୋତଲ ମଧ୍ୟ ଥିଲା । ଯେଉଁଥିରେ ଧଳା ରଙ୍ଗର କିଛି ଦ୍ରବ୍ୟ ଥିଲା ।

ନିଆଁ ଜଳିବାର କିଛି ସମୟ ପରେ ହଠାତ ବିସ୍ପୋରଣ ହୋଇଥିଲା, ଯାହାଦ୍ୱାରା ଅରୁଣର ହାତ କଟି ଉଡିଯାଇଥିଲା । ଏହି ଘଟଣାର ସୂଚନା ମିଳିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଆକାଶ ତୋମର ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ନିରକ୍ଷଣ କରିଥିଲେ । ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ପଚରା ଉଚରା କରିବା ଦ୍ଵାରା ଘଟଣା ବିଷୟରେ ଜଣା ପଡିଥିଲା । ବର୍ତ୍ତମାନ ମଧ୍ୟ ପୋଲିସ ଏହାର ଯାଞ୍ଚ କରୁଛି ।