ସ୍ଵାମୀ ଭାଇ ହୋଇ କରେଇଲା ନିଜ ସ୍ତ୍ରୀର ଦ୍ଵିତୀୟ ବିବାହ, ଆଶ୍ଚର୍ଯ୍ୟ ହୋଇଯିବେ ଜାଣିଲେ

ଦିନକୁ ଦିନ ଅପରାଧ ବଢିବାକୁ ଲାଗିଛି । ଉତ୍ତରାଖଣ୍ଡର ହରିଦ୍ଵାରର ଏକ ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସ୍ଥାନରେ ପୋଲିସ ଏକ ବଧୁକୁ ଚୋରି ଅପରାଧରେ ଗିରଫ କଲେ । ସେହି ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ କଥାରେ ବିବାହ କରୁଥିଲେ ଓ ବିବାହ ପରେ ଟଙ୍କା, ପଇସା ଓ ଗହଣା ନେଇ ଫେରାର ହୋଇଯାଉଥିଲେ । ସେହି ଲୁଟେରା ବଧୁ ଜଣଙ୍କ ଚଣ୍ଡୀଗଡର ଏକ ଲୋକ ସହ ବିବାହ କରିଥିଲେ । ବିବାହର କିଛି ଦିନ ପରେ ନିଜ ଶାଶୁଘରୁ ୫୦ ହଜାର ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ ।

ସେହି ମହିଳା ଜଣଙ୍କ ନିଜ ସ୍ଵାମୀଙ୍କ ନିର୍ଦ୍ଧେଶ ଅନୁସାରେ ଏହି ପରି କାମ କରୁଥିଲେ । ସ୍ଵାମୀ ସ୍ତ୍ରୀ ଦୁଇଜଣ ମିଶି ଏହି ପରି କାମ କରୁଥିଲେ । ପୋଲିସ ସେହି ବଧୁ ସହ ତାଙ୍କ ପ୍ରକୃତ ସ୍ଵାମୀଙ୍କୁ ମଧ୍ୟ ଗିରଫ କରିଥିଲେ । ପୋଲିସଙ୍କ କହିବା ଅନୁସାରେ ଏହି ଘଟଣାର ମାଷ୍ଟରମାଇଣ୍ଡ ସେହି ବଧୁଟିର ସ୍ଵାମୀ ଅଟେ । ଏହି ଦୁଇଜଣ ଲୋକଙ୍କ ସାମ୍ନାରେ ପରସ୍ପରକୁ ଭାଇ ଓ ଭଉଣୀ ରୂପେ ଦେଖାନ୍ତି । ଏହି ଫ୍ରଡ ଯୋଡିକୁ ପୋଲିସ ହରିଦ୍ଵାରରେ ଧରିଥିଲା । ସେହି ବଧୁଟିର ପ୍ରକୃତ ନାମ ଅଞ୍ଜଳି ଅଟେ । ତାର ସ୍ଵାମୀର ନାମ ମହାବୀର ଅଟେ ।

ଏସିପି ସିଟୀ କମଲେଶ ଉପାଧ୍ୟାୟଙ୍କ କହିବା ଅନୁସାରେ ଅଞ୍ଜଳି ନିଜ ନାମ ବଦଳାଇ ଚଣ୍ଡିଗଡରେ ରହିଥିବା ଯୁବକଙ୍କ ସହ ଭେଟ କରିଥିଲେ । ଏହାପରେ ଦୁଇଜଣ ୧୮ ଡିସେମ୍ବର ଦିନ ବିବାହ କରିଥିଲେ । ସେମାନେ ୭ ଜାନୁୟାରୀ ଦିନ ହନୀମୁନରେ ହରିଦ୍ଵାର ଆସିଥିଲେ । ସେମାନେ ସେଠାରେ ଏକ ହୋଟେଲରେ ରହିଥିଲେ । ସେହି ସମୟରେ ଅଞ୍ଜଳି ମୌକା ଦେଖି ୫୦୦୦୦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲା । ପୀଡିତ ଯୁବକ ଏହି ଘଟଣା ସମ୍ବନ୍ଧରେ ପୋଲିସକୁ ଜଣାଇଥିଲେ ।

ହରିଦ୍ଵାରରେ ଚୋରି କରି ଅଞ୍ଜଳି ଓ ମହାବୀର ସେଠାରୁ ଫେରାର ହେବାକୁ ଯାଉଥିଲେ, କିନ୍ତୁ ପୋଲିସ ତାଙ୍କୁ ବସ ଷ୍ଟାଣ୍ଡରୁ ଗିରଫ କରି ନେଇଥିଲା । ପୋଲିସର ସନ୍ଦେହ ରହିଛି କି ପୂର୍ବରୁ ସେମାନେ ଏହିପରି ଅନେକ ଲୋକଙ୍କୁ ଧୋକା ଦେଇଛନ୍ତି ।