ମୋବାଇଲ ଚୋରୀରେ ଝାରସୁଗୁଡାର ଯୁବକ ଗିରଫ

ଆଜିର ସମୟରେ ଚୋରୀ ଏକ ସାଧାରଣ ରୂପ ନେଇ ସାରିଲାଣି । ଆସନ୍ତୁ ଜାଣିବା ସେହି ପରି ଏକ ଘଟଣା ବିଷୟରେ । ଝାରସୁଗୁଡାର ଏକ ଯୁବକ ସମ୍ବଲପୁର ର ଖିଡା ରୁ ମୋବାଇଲ ଚୋରୀ ଚୋରୀ କରି ଫେରାର ହେଉଥିବା ସମୟରେ ପୋଲିସ ତାକୁ ଗିରଫ କରିଛି । ଠେଲକୁଲୀର ପୋଲିସ ଗିରଫ କରି ଜେଲକୁ ପଠେଇଛନ୍ତି । ସେହି ଯୁବକ ଜଣଙ୍କର ନାମ ଅଂକୁଶ ଭଗତ ଅଟେ । ତାଙ୍କୁ ସମସ୍ତେ ବାବୁ ବୋଲି ଡାକନ୍ତି । ପୋଲିସ ତା’ ଠାରୁ ଏକ ନମ୍ବର ନଥିବା ସ୍କୁଟି ଓ 2120 ଟଙ୍କା ଜବତ କରିଛି ।

ଆରୋପି ବାବୁ ଝାରସୁଗୁଡାର ଝଂଡା ଗ୍ରାମର ନିବାସୀ ଅଟେ । ଆସନ୍ତୁ ଜାଣିବା ବାବୁ ଅପରାଧୀ ବୋଲି ପୋଲିସ କିପରି ସୂଚନା ପାଇଲା । ୧୬ ଜାନୁୟାରୀ ଦିନ ସମ୍ବଲପୁରର ଖିଡା ଗ୍ରାମର ଜଣେ ଦୋକାନୀ ଏହି ଘଟଣା ସମ୍ପର୍କରେ କହିଥିଲେ । ଦୋକାନୀ ରଞ୍ଜିତ କୁମାର ମାଝୀ ସେହି ଗ୍ରାମର ବାସ କରନ୍ତି । ସେ ଦୋକାନରୁ ଘରକୁ ଯିବା ସମୟରେ ଏକ ଯୁବକ ତାଙ୍କ ଘରୁ ବାହାରକୁ ବାହାରୁଥିବାର ଦେଖିଲେ । ସେହି ଯୁବକଟି ତାଙ୍କ ଘରୁ ଏକ ମୋବାଇଲ ଫୋନ ଚୋରୀ କରି ନେଇ ଯାଉଥିଲା ।

ରଞ୍ଜିତ କୁମାର ଯେତେବେଳେ ମୋବାଇଲ ବିଷୟରେ ପଚାରିଲେ, ଯୁବକ ଜଣକ କିଛି ଉତ୍ତର ଦେଲା ନାହିଁ । ସେ ଏକ ବିନା ନମ୍ବର ର ସ୍କୁଟି ଧରି ଫେରାର ହେବାକୁ ବସିଥିଲା । ସେହି ସମୟରେ ରଞ୍ଜିତ ଜୋରରେ ପାଟି କରିବାରୁ ସବୁ ଗାଁ ଲୋକ ଯୁବକଟିକୁ ଘେରିଗଲେ । ସେମାନେ ସେହି ଯୁବକ ପାଖରୁ ଏକ ମୋବାଇଲ ଫୋନ ଜବତ କଲେ । ସେହି ଫୋନଟି ରଞ୍ଜିତଙ୍କ ଝିଆରି ର ଥିଲା । ଏହି ପରି ଭାବରେ ଯୁବକଟି ଚୋରୀ କରୁଥିବାର ଧରା ପଡିଥିଲା ।