ସୁନା ଓ ରୂପା କିଣୁଥିବା ଲୋକଙ୍କ ଉଡିବ ହୋସ, ଗୋଟେ ଦିନରେ ହୋଇସାରିଲାଣି ଏତେ ମହଙ୍ଗା

ବିଶ୍ଵ ସ୍ତରରେ ଦିନକୁ ଦିନ ସୁନା ଓ ରୂପାର ଚାହିଦା ବଢିବାକୁ ଲାଗିଛି । ଆସନ୍ତୁ ଜାଣିବା ସପ୍ତାହ ମଧ୍ୟରେ ସୁନାର ଚାହିଦା କଣ ରହିଛି । ଶନିବାର ଦିନ ଦିଲ୍ଲୀର ସର୍ରାଫା ବଜାରରେ ସୁନା ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ବଢି ୪୧୩୭୦ ଟଙ୍କାରେ ପହଁଚିଛି । ରୂପା ପ୍ରତି କିଲୋଗ୍ରାମ ହିସାବାରେ ୧୦୦ ଟଙ୍କା ବଢି ୪୮ ହଜାର ଟଙ୍କା ହୋଇଛି । ଲଣ୍ଡନ ଓ ନ୍ୟୁୟର୍କ ରୁ ମିଳିଥିବା ସୂଚନା ଅନୁସାରେ ସୁନା ର ମୂଲ୍ୟ ସପ୍ତାହ ମଧ୍ୟରେ ବଢି ଆଉନ୍ସ (ଅଢେଇ ତୋଲା) ପ୍ରତି ୧୫୫୬.୨୦ ଡଲାରରେ ପହଞ୍ଚିଛି ।

ଫେବୃୟାରୀ ରେ ଆମେରିକାରେ ସୁନାର ମୂଲ୍ୟ ୯.୦ ଡଲାର ବଢି ୧୫୫୮.୦୦ ପ୍ରତି ଆଉନ୍ସ ରହିବ ବୋଲି କୁହାଯାଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ରୂପାର ମୂଲ୍ୟ ମଧ୍ୟ ୧୮.୦୦ ଡଲାର ପ୍ରତି ଆଉନ୍ସ ରହିବ । ସ୍ଥାନୀୟ ବଜାରରେ ସୁନାର ଚାହିଦା ପ୍ରତି ଦଶଗ୍ରାମକୁ ୨୫୦ ଟଙ୍କା ବୃଦ୍ଧି ହୋଇ ୪୧,୩୭୦ ଟଙ୍କାରେ ପହଁଚିଛି । ସୁନାର ଚାହିଦା ଦିନକୁ ଦିନ ବହୁତ ଶୀଘ୍ର ବଢିବାରେ ଲାଗିଛି ।

ସୁନା ବିସ୍କୁଟର ମୂଲ୍ୟ ପ୍ରତି ଦଶ ଗ୍ରାମକୁ ୪୧୨୦୦ ଟଙ୍କା ରହିଛି । ୮ ଗ୍ରାମ ଗିନି ସୁନାର ମୂଲ୍ୟ ୩୦୮୦୦ ଟଙ୍କାରେ ସ୍ଥିର ଅଛି । ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମକୁ ୧୦୦ ଟଙ୍କାରୁ ବଢି ୪୮୦୦୦ ଟଙ୍କା ହୋଇଛି ।

ମୁଦ୍ରାର କ୍ରୟ ଓ ବିକ୍ରୟ ସମ୍ବନ୍ଧରେ ଆସନ୍ତୁ ଜାଣିବା – ଗତ ଦିନରେ ସ୍ଵର୍ଣ୍ଣ ମୁଦ୍ରାର ମୂଲ୍ୟ ୯୭୦ ଟଙ୍କା ଓ ୯୮୦ ଟଙ୍କା ପ୍ରତି ମୁଦ୍ରାରେ ସ୍ଥିର ଅଛି । ଆଜି ଏହି ଦୁଇଟି ଧାତୁର ମୂଲ୍ୟ ରହିଛି – ସୁନା ୧୦ ଗ୍ରାମକୁ ୪୧୩୭୦ ଟଙ୍କା, ସୁନା ବିସ୍କୁଟ ପ୍ରତି ୧୦ ଗ୍ରାମକୁ ୪୧୨୦୦ ଟଙ୍କା, ରୂପା ପ୍ରତି କିଲୋଗ୍ରାମକୁ ୪୮୦୦୦ ଟଙ୍କା, ମୁଦ୍ରାର କ୍ରୟ ମୂଲ୍ୟ ପ୍ରତି ଏକକରେ ୯୭୦ ଟଙ୍କା, ମୁଦ୍ରାର ବିକ୍ରୟ ମୂଲ୍ୟ ପ୍ରତି ଏକକରେ ୯୮୦ ଟଙ୍କା, ଗିନି ସୁନା ପ୍ରତି ୮ ଗ୍ରାମକୁ ୩୦୮୦୦ ଟଙ୍କା ରହିଛି । ଆମେ ଆପଣଙ୍କୁ ସୁନା ଓ ରୂପାର ବଜାର ସମ୍ବନ୍ଧୀୟ ସୂଚନା ଦେଲୁ । ଗ୍ରାମ ପ୍ରତି ସୁନା ଓ ରୂପାର ମୂଲ୍ୟ ଆପଣ ଜାଣି ପାରିଥିବେ।