ଗୋଟେ ଥର ବ୍ୟବହାର କଲେ ଚେହେରା ଏତେ ଗୋରା ଓ ସୁନ୍ଦର ହୋଇଯିବ କି ଲୋକ ବୁଲି ବୁଲି ଦେଖିବେ

ସାଧାରଣତଃ ସବୁ ଲୋକ ଗୋରା ଓ ସୁନ୍ଦର ଦେଖା ଯିବାକୁ ଚାହାନ୍ତି । ଏଥିପାଇଁ ଲୋକମାନେ ମାର୍କେଟରୁ ବିଭିନ୍ନ କ୍ରିମ ଓ ଲୋଶନ ଆଦି ଆଣି ବ୍ୟବହାର କରିଥାନ୍ତି । ହେଲେ ଏହାକୁ ବ୍ୟବହାର କଲେ ଚେହେରାରେ ସାଇଡ ଇଫେକ୍ଟ ଦେଖାଦିଏ, ଯାହାଦ୍ୱାରା ଚେହେରା ଖରାପ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ବହୁତ ଶୀଘ୍ର ଗୋରା ଓ ସୁନ୍ଦର ଚେହେରା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏଥିପାଇଁ ସର୍ବପ୍ରଥମେ ଆପଣ ଏକ ବିଲାତି, ଅଳ୍ପ ହଳଦୀ ଓ ଅଳ୍ପ ଟିକେ ଲୁଣ ନିଅନ୍ତୁ । ପ୍ରଥମେ ଆପଣ ବିଲାତିକୁ ଦୁଇଫାଳ କରିଦିଅନ୍ତୁ । ଏହା ପରେ ବିଲାତିର ରସକୁ କାଢନ୍ତୁ, ଏହି ରସରେ ଅଳ୍ପ ହଳଦୀ ଓ ଲୁଣକୁ ଭଲ ଭାବରେ ମିକ୍ସ କରନ୍ତୁ । ଲୁଣ ଆମ ଚେହେରାକୁ ସାଫା କରିଥାଏ ।

ଏହା ପରେ ଏହି ମିଶ୍ରଣରେ ଅଳ୍ପ ଆଲୋବେରାର ଜେଲ୍ ମିଶାନ୍ତୁ । ଶେଷରେ ଆପଣ ଏହି ମିଶ୍ରଣରେ ଅଳ୍ପ ବେସନ ପକାନ୍ତୁ, ହେଲେ ଏହି ମିଶ୍ରଣ ଗାଢା ରହିବା ଦରକାର । ଏହି ଘରୋଇ ଉପାୟ ଆପଣଙ୍କ ଚେହେରାକୁ ଗୋରା ଓ ସୁନ୍ଦର କରିଦେବ ।

ବର୍ତ୍ତମାନ ଏହି ମିଶ୍ରଣକୁ ନିଜ ଚେହେରାରେ ଭଲ ଭାବରେ ଲଗାନ୍ତୁ ଓ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହି ଉପାୟକୁ ଆପଣ କେବଳ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ, ବହୁତ ଶୀଘ୍ର ଆପଣଙ୍କ ଚେହେରା ସଫା, ଗୋରା, ସୁନ୍ଦର ସହ ବହୁତ ଆକର୍ଷକ ଦେଖାଯିବ ।