‘ରିଅଲ ଲାଇଫ ରେ ମୁଁ ସବୁବେଳେ ରୋମାଣ୍ଟିକ ଆଉ ରିଲ ରେ ମୁଁ…’ ଦେଖନ୍ତୁ କହୁ କହୁ କଣ କହିଦେଲେ Ollywood ଅଭିନେତ୍ରୀ Kusum Tripathy, ଦେଖନ୍ତୁ ଏହି Exclusive ଇଣ୍ଟରଭ୍ୟୁ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଏହିଭଳି ଅନେକ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କୁ ଟିଭି ପରଦାରେ ଦେଖିବାକୁ ଆମ୍ଭେ ବହୁତ ଭଲ ପାଇଥାଉ । ଆଜିଆମ୍ଭେ ଓଡିଆ ଅଭିନେତ୍ରୀ “କୁଷୁମ ତ୍ରିପାଠୀ” ଙ୍କ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ଅଭିନେତ୍ରୀ କୁଷୁମ ନିଜ ମନର କିଛି କଥା ମିଡିଆ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ସେହି କଥା ଗୁଡିକ ସମ୍ବନ୍ଧରେ ଆସନ୍ତୁ ଜାଣିନେବା । କୁଷୁମ କହିଛନ୍ତି ଯେ, ରିୟଲ ଲାଇଫ ରେ ସବୁବେଳେ ରୋମାଣ୍ଟିକ ମାତ୍ର ରିଲ ରେ ଯେତେବେଳେ ଦରକାର ହୋଇଥାଏ ସେତେବେଳେ ଅଭିନୟ କରିଥାଏ ।

ରିଲରେ ଅଧିକାଂଶ ହିରୋ ଙ୍କ ସହିତ ତାଙ୍କ ପତ୍ନୀ ର ଅଭିନୟ କରିଛି । ବିଶେଷ ଭାବରେ ମୁଁ ଅସ୍ରୁ ଭାଇ ଙ୍କ ସହିତ ଅଭିନୟ ଅଧିକ କରିଛି, ଏହାଛଡା ବିନାୟକ ମିଶ୍ର, ରବିମିଶ୍ର, ଏଭଳି ବହୁତ ଅଭିନେତା ଙ୍କ ସହିତ ଅଭିନୟ କରିଛି ମୋଟ ଉପରେ କହିବାକୁ ଗଲେ ସମୁଦାୟ ୮୦ ଜଣ ସ୍ଵାମୀ ହେବେ ରିଲ ଲାଇଫ ରେ ମୋର ।

ମାତ୍ର ମୁଁ ମୋ ନିଜ ହିସାବରେ ସ୍ଵାମୀ ବାଛିନି ମାତ୍ର ମତେ ଯେଉଁ ହିସାବରେ ଯାହା ସହିତ ଅଭିନୟ କରିବାକୁ ମିଳିଥାଏ ତାହା ସହିତ ମୁଁ ଅଭିନୟ କରିଥାଏ । ଆଗରୁ ପାରିଶ୍ରମିକ କମ ମିଳୁଥିଲା କିନ୍ତୁ ସେତେବେଳେ ଭଲ କାମ କରିବାକୁ ଭଲ ଲାଗୁଥିଲା ।

କାରଣ ସେତେବେଳେ ମଣିଷ ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲପାଇବା ଥିଲା । ଆମ୍ଭର ଗୁରୁ ଗୁରୁଜନ ମାନଙ୍କ ପ୍ରତି ଗୋଟିଏ ଭକ୍ତି ଥିଲା ତଥା ଭଲପାଇବା ଥିଲା, ସିନିୟର ଆଟିଷ୍ଟ ମାନଙ୍କୁ ଆମ୍ଭେ ସନ୍ନମାନ ଦେଉଥିଲୁ । ସ୍ଵର୍ଗତ ବିଜୟ ଭାଇ, ମିହିର ଭାଇ ଚାଲିଗଲେଣି ମାତ୍ର ଏମାନେ ଯେଉଁଠାରେ ବସଥିଲେ ଆମ୍ଭେ ସେଠାରେ ବସୁନଥିଲୁ ଠିଆ ହୋଇ ରହୁଥିଲୁ ।

ମାତ୍ର ବର୍ତ୍ତମାନ ଇଣ୍ଡଷ୍ଟ୍ରୀରେ ଝିଅ ମାନଙ୍କର ସେତିକି ସନ୍ନମାନ ନାହିଁ ଝିଅ ମାନଙ୍କ ପ୍ରତି । କୁଷୁମ ଏହା ମଧ୍ୟ କହିଛନ୍ତି ଯେ ମୋ କାର୍ଯ୍ୟକ୍ଷେତ୍ରରେ ମୁଁ କେବେ ମଧ୍ୟ ଅସମୟ ରେ ପହଞ୍ଚି ନାହିଁ । ସବୁବେଳେ ଆଗୁଆ ଉପସ୍ଥିତ ଥାଏ । କେତେକ ସମୟରେ ଆମ୍ଭେ ବାହାରେ କେଉଁଠାରେ ଚାହା ପିଇବା ପାଇଁ ତଥା ଖାଇବା ପାଇଁ ଯଦି ଅଟକି ଥାଉ ତେବେ ଲୋକେ ଘେରି ଜାଆନ୍ତି । ଏବଂ ପଇସା ମଧ୍ୟ ନେଇ ନଥାନ୍ତି ।

ମାତ୍ର ଆମ୍ଭେ ଯାହା ଖାଉ ସେଠାରେ ପଇସା ଦେଇ ଆସିଥାଉ । କିନ୍ତୁ ଲୋକଙ୍କର ଏଭଳି ଭଲପାଇବା ଦେଖି ବହୁତ ଖୁସି ଲାଗେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ “କୁଷୁମ ତ୍ରିପାଠୀ” କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।