ଶନି ସିଂହ ରାଶିରେ ବକ୍ରୀ ହେବା ଫଳରେ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ ଜାଣନ୍ତୁ

ଆମର ଧର୍ମ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନିଦେବ ପ୍ରତ୍ୟକ ମଣିଷର ସବୁ କର୍ମର ଲେଖା ଜୋଖା ରଖିଛନ୍ତି ଓ ସେହି ଅନୁସାରେ ଫଳ ମଧ୍ୟ ଦିଅନ୍ତି । କିନ୍ତୁ ଲୋକଙ୍କ ମନରେ ଶନିଦେବଙ୍କୁ ନେଇ ସବୁବେଳ ଭୟ ଥାଏ । ଏଥିପାଇଁ ତାଙ୍କୁ ଶାନ୍ତ କରିବା ପାଇଁ ସମସ୍ତେ ବହୁତ ପ୍ରକାରର ଚେଷ୍ଟା ବି କରିଥାନ୍ତି । ଶନିଦେବଙ୍କ କୃପା ସବୁବେଳେ ପରିଶ୍ରମ ବ୍ୟକ୍ତିଙ୍କ ଉପରେ ରହିଥାଏ ।

ବର୍ତ୍ତମାନ ସମୟରେ 8 ଅଗଷ୍ଟରେ ଶନି ସୂର୍ଯ୍ୟ ନକ୍ଷେତ୍ରର ଚତୁର୍ଥ ଚରଣରେ ନିଜ ରାଶି ମକର ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ଏବଂ ସେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବକ୍ରୀ ରହିବେ । ଶନି ବକ୍ରୀ ହେବାର କିଛି ମହତ୍ତ୍ୱ ଅଛି । ଏହା ଦ୍ଵାରା ମଣିଷକୁ ଆଗକୁ ଯିବା ପାଇଁ ପ୍ରେରଣା ମିଳିଥାଏ । ଆମେ ଯେଉଁ କାମକୁ ନିର୍ଧାରିତ କରିଥାଉ ତାକୁ ପୂରଣ କରିବା ପାଇଁ ପ୍ରେରଣା ଦେଇଥାନ୍ତି । ବକ୍ରୀର ଅର୍ଥ ଓଲଟା ଚାଲିବା ।

ଯେଉଁ ରାଶିରେ ଶନି ଶୁଭ ସ୍ଥାନରେ ଅଛନ୍ତି ତାଙ୍କ ପାଇଁ ବକ୍ରୀ ଶନିର ପ୍ରଭାବ ଭଲ ରହିବ ନାହିଁ । ଆପଣଙ୍କୁ ସାହାଯ୍ୟ କରୁଥିବା ଲୋକମାନେ ଆପଣଙ୍କୁ ସାହାର୍ଯ୍ୟ କରିବେ ନାହିଁ । କିନ୍ତୁ ଯେଉଁ ମାନଙ୍କ ଜାତକରେ ଶନି ଅଶୁଭ ସ୍ଥିତିରେ ଅଛନ୍ତି ସେମାନଙ୍କ ରାଶିରେ ଶନିର ବକ୍ରୀର ପ୍ରଭାବ ବହୁତ ଶୁଭ ରହିବ । କିନ୍ତୁ ଆମେ ଆଜି ଆମେ ଆପଣଙ୍କୁ ଶନିର ବକ୍ରୀ ହେବା ଦ୍ଵାରା ସିଂହ ରାଶି ଉପରେ କଣ ପ୍ରଭାବ ପଡିବ ସେହି ବିଷୟରେ କହିବାକୁ ଯାଉଛୁ ।

ସିଂହ ରାଶିରେ ଶନି ଷଷ୍ଠ ଭାଗରେ ବକ୍ରୀ ହେଉଛି । ଏହି ଷଷ୍ଠ ଭାଗ ରୋଗ, ଶତ୍ରୁର ଭାଗ ଅଟେ । ଏହି ଷଷ୍ଠ ଭାଗରେ ରହି ଶନି ଭଲ ପ୍ରଭାବ ଦେବେ ଓ ଆଉ କିଛି ଲୋକଙ୍କୁ ସାବଧାନ ରହିବାକୁ ପଡିବ । ଷଷ୍ଠ ଭାଗ ଭଲ ହୋଇ ନ ଥାଏ, ଏହାକୁ ଅଶୁଭ ଭାଗ କୁହାଯାଏ । କିନ୍ତୁ ଯେତେବେଳେ ଶନି ଅଶୁଭ ଭାଗରେ ବସିବେ, ତେବେ ଅଶୁଭ ଫଳ ଦିଅନ୍ତି ନାହିଁ, ଅଥବା ଶୁଭ ଫଳ ଦିଅନ୍ତି । ଶନିର ବକ୍ରୀ ହେବା ଦ୍ୱାରା ସେମାନଙ୍କ ସ୍ଥିତି ଭଲ ରହିବ, ଯେଉଁମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ଅସୁବିଧା ଥିଲା ।

ସେମାନେ ଭଲରେ ରହିବ । ଯେଉଁ ମାନଙ୍କ କିଛି କାମ ହେଉ ହେଉ ଅଟକି ଯାଉଥିଲା ସେଥିରେ ବି ସୁଧାର ଆସିଯିବ । ଏହି ବକ୍ରୀର ପ୍ରଭାରେ ଆପଣଙ୍କୁ ଆର୍ଥିକ ସ୍ଥିତି, ରୋଜଗାର ସ୍ଥିତି, ବ୍ୟବସାୟରେ ସ୍ଥିତି ଭଲ ରହିବ । ଏହା ସହିତ ଆପଣଙ୍କ ଭାଇ ଭଉଣୀଙ୍କ ସ୍ଥିତି ମଧ୍ୟ ଭଲ ରହିବ । ଆପଣଙ୍କ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ଭଲ ରହିବ । ଆପଣ ଋଣ ମୁକ୍ତ ହେବେ । ମାଳି ମୋକଦମାରେ ମଧ୍ୟ ବିଜୟୀ ହେବେ । ଆପଣ ଆପଣଙ୍କ ଶତ୍ରୁଙ୍କ ଉପରେ ପ୍ରଭାବ ପକାଇ ପାରିବେ ।

ପୈତୃକ ସମ୍ପତ୍ତି ସମ୍ବନ୍ଧିତ ବିବାଦରୁ ମୁକ୍ତ ହେବା ସହ ପୈତୃକ ସମ୍ପତି ମଧ୍ୟ ମିଳିପାରେ । ଶନି ପ୍ରଭାବରେ ଆପଣଙ୍କୁ କୌଣସି ଜାଗାକୁ ଯାତ୍ରା କରିବାକୁ ପଡିପାରେ । ଶନି ଏଠାରେ ଆପଣଙ୍କୁ ଆପଣଙ୍କ ସମସ୍ତ କାମକୁ ପୁରା ଆତ୍ମବିଶ୍ୱାସରେ ସହ ପୁରା କରିବା ପାଇଁ ସହଯୋଗ ବି କରିବେ । ଆପଣ ସବୁ ପ୍ରକାରର ରୋଗରୁ ମୁକ୍ତ ହୋଇଯିବେ । ପାରିବାରିକ ଜୀବନ ତଥା ଦାମ୍ପତ୍ୟ ଜୀବନରେ ବହୁତ ସୁଧାର ଆସିବ । ଏହା ଛଡା ଭୂମି, ଭବନ ଓ ବାହାନ ଏହି ସବୁ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ।

ଅର୍ଥାତ ନିଜ ପାଇଁ ଗାଡି, ଘର, ଜମି ଯାହା ଆପଣ ଚାହୁଁ ଥିଲେ ତାହା ଆପଣଙ୍କୁ ମିଳିବ । ପରିବାରରେ କୌଣସି ମଙ୍ଗଳମୟ କାର୍ଯ୍ୟ ହେବାର ସମ୍ଭାବନା ବି ଅଛି । ଆପଣଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିଲେ ବି ଆପଣଙ୍କୁ ଅଳ୍ପ ସାବଧାନ ରହିବାକୁ ପଡିବ । ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଆପଣଙ୍କ ଉପର ଅଫିସରଙ୍କ ସହ ଭଲ ସମ୍ପର୍କ ରଖିବାକୁ ପଡିବ ଓ ଅଫିସରେ ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ।

କାରଣ କିଛି ଲୋକମାନେ ଆପଣଙ୍କ ଅଫିସରଙ୍କ ଆଗରେ ଆପଣଙ୍କ ବିରୁଦ୍ଧରେ କହିବେ । ଏଥି ପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡିବ । ଆପଣଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାବଧାନ ରହିବାକୁ ପଡିବ । ବାହାନ କ୍ଷେତ୍ରରେ ବି ସାବଧାନ ରହିବାକୁ ପଡିବ । ଆପଣଙ୍କୁ ଅନ୍ୟ ଲୋକଙ୍କ ବିବାଦରୁ ଦୁରେଇ ରହିବାକୁ ପଡିବ । ନଚେତ ଆପଣ କଷ୍ଟରେ ପଡିଯିବେ । ଆପଣଙ୍କୁ ସନ୍ତାନ ସୁଖ ମିଳିବ। ପ୍ରେମ ପ୍ରସଙ୍ଗରେ ବି ସୁଧାର ଆସିବ । ଶନି ବକ୍ରୀ ଆପଣଙ୍କୁ ସବୁ ପ୍ରକାରର ସୁବିଧା ଦେଲେ ମଧ୍ୟ ଆପଣଙ୍କୁ ଅଳ୍ପ ସାଵଧାନରେ ରହିବାକୁ ପଡିବ ।