ନିଜଠୁ 21 ବର୍ଷ ସାନ ହୀନା ଖାନଙ୍କୁ ବିବାହ କରିବେ 54 ବର୍ଷର ସଲମାନ ? କହିଲେ ‘ଆପଣଙ୍କୁ କାଇଁ ବାଧୁଛି, ମୁଁ ତ…’

ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି କି ସଲମାନ ଖାନ ୫୪ ବର୍ଷର ହୋଇ ଯାଇଛନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅବିବାହିତ ଅଛନ୍ତି । ତାଙ୍କର କୋଟି କୋଟି ଫ୍ୟାନମାନଙ୍କର କେବଳ ଗୋଟିଏ ପ୍ରଶ୍ନ କି ସଲମାନ ଖାନ କେବେ ବିବାହ କରିବେ । କିନ୍ତୁ ଯେତେବେଳେ ସଲମାନ ଖାନଙ୍କୁ ତାଙ୍କର ବାହାଘର ବିଷୟରେ କୁହାଯାଏ ତେବେ ସେ କଥାକୁ ବୁଲାଇ ଦିଅନ୍ତି । ବର୍ତ୍ତମାନ ସମୟରେ ସଲମାନ ଖାନ ବିଗ ବସ ୧୪ର ହୋସ୍ଟ କରୁଛନ୍ତି ଓ ଏହି ଶୋରେ ବି ତାଙ୍କୁ ଏମିତି କିଛି ପ୍ରଶ୍ନ କରାଗଲା ।

ବିଗ ବସରେ ହେଲା ସଲମାନଙ୍କ ବିବାହକୁ ନେଇ ଚର୍ଚା

କହିବାକୁ ଗଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ରବିବାରକୁ ଟେଲୀକାସ୍ଟ ହୋଇଥିବା ବିଗ ବସର ଏପିଶୋଡରେ ସଲମାନ ଖାନ ଓ ହିନା ଖାନଙ୍କ ବିବାହର କଥା ଶୁଣିବାକୁ ମିଳିଲା । ଆପଣଙ୍କୁ କହିଦେଉଛୁ କି ହିନା ଖାନ ୩୩ ବର୍ଷର ଅଟନ୍ତି ଓ ସଲମାନ ଖାନଙ୍କ ଠାରୁ ୨୧ ବର୍ଷ ଛୋଟ ଅଟନ୍ତି । ଶୋରେ ଗୋଟିଏ ମୁହୂର୍ତ ଏମିତି ବି ଆସିଲା ଯେତେବେଳେ ହୀନା ଖାନ ସଲମାନଙ୍କୁ ତାଙ୍କୁ ବାହା ହେବା ପାଇଁ ପ୍ରପୋଜାଲ ଦେଲେ । ଏହା ପରେ ସଲମାନ ଯେତେବେଳେ ଜବାବ ଦେଲେ ତେବେ ତାହା ଶୁଣି ସମସ୍ତ ହସିବାକୁ ଲାଗିଲେ ।

କହିବାକୁ ଗଲେ ଶୋରେ ସଲମାନ ଖାନ, ହିନା ଖାନ ଓ ସିଦ୍ଧାର୍ଥ ଶୁକ୍ଲା ବିବାହକୁ ନେଇ କଥାବାର୍ତ୍ତା କରୁଥିଲେ । ସର୍ବେ ପ୍ରଥମେ ସଲମାନ ସିଦ୍ଧାର୍ଥଙ୍କୁ ଥଟ୍ଟାରେ କହିଲେ କି ସିଦ୍ଧାର୍ଥଙ୍କ ବିବାହ ତାରିଖ ଠିକ ହୋଇ ଯାଇଛି । ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପୁଣି ହିନା କହିଲେ କି ସେ ଝିଅ କିଏ ? ଏହା ଉପରେ ସଲମାନ କହିଲେ କି ବାଳିକା ବଧୁ ଶୋରେ ସିଦ୍ଧାର୍ଥଙ୍କ ବିବାହ ହେବାର ଅଛି ।

ହିନା କରିଲେ ପ୍ରପୋଜ ତେବେ ସଲମାନ ଦେଲେ ଏହି ଜବାବ

ଏହା ପରେ ହିନା କହିଲେ କି ‘ମୁଁ ତ ଉତ୍ସାହିତ ହୋଇ ଯାଇଥିଲି କି ଅସଲରେ ବିବାହ ହେବ । ପୁଣି ନୂଆ ଡ୍ରେସ ପିନ୍ଧିବାକୁ ମିଳିଥାନ୍ତା ଓ ମସ୍ତି କରିବାକୁ ମିଳିଥାନ୍ତା ।’ ଏହା ଉପରେ ସଲମାନ କହିଲେ କି ‘ତେବେ ତୁମେ ବାହା ହେଇ ଯାଅ ।’ ଏହା ପରେ ହିନା ସଲମାନଙ୍କୁ କହିଲେ ‘ଆପଣ ହିଁ ବିବାହ କରି ନିଅନ୍ତୁ ।’ ହିନାଙ୍କ ଏହି ପ୍ରପୋଜାଲରେ ସଲମାନ ଜବାବ ଦେଇ କହିଲେ କି,

‘ମୋର ତ ବିବାହ ହୋଇ ଯାଇଛି । ମୋର ବିବାହ କରିବାର ବୟସ ହୋଇ ଯାଇଛି । ମାନେ ବାହା ହେବାର ବୟସ ଆସି ଚାଲି ଯାଇଛି । ମୁଁ ଆଉ ବାହା ହେବି ନାହିଁ । ଆପଣଙ୍କୁ କିଛି ଅସୁବିଧା ଅଛି ? କାହାର ବି ଯଦି ବାହାଘର କଥା କରିବି ତ ଲୋକମାନେ ସିଧା ମୋ ବାହାଘର କଥା ଉପରକୁ ଚାଲି ଆସନ୍ତି ।’

ସଲମାନ ଖାନଙ୍କ ଏହି ଜବାବ ଶୁଣି ସେଠି ଥିବା ସବୁ ଲୋକମାନେ ହସିବାକୁ ଲାଗିଲେ । ବର୍ତ୍ତମାନ ସଲମାନ କେବେ ବିବାହ କରିବେ ଏହା କାହାକୁ ବି ଜଣା ନାହିଁ । କହିବାକୁ ଗଲେ ସଲମାନଙ୍କ ଜୀବନରେ ବହୁତ ଝିଅ ଆସିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାହା ସହିତ ବି ବିବାହ ପର୍ଯ୍ୟନ୍ତ କଥା ଯାଇ ନାହିଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।